story student of bihar lalit Narayan mithila university lnmu got 151 out of 100 on marksheet
ପରୀକ୍ଷାରେ ୧୦୦ରୁ ୧୫୧ ରଖିଲେ ଛାତ୍ର । ବିହାରରୁ ସାମ୍ନାକୁ ଆସିଛି ଏହି ଅଜବ ଘଟଣା । ଛାତ୍ର ଜଣକଙ୍କୁ ଏତେ ମାର୍କ ମିଳିଥିବାରୁ ସେ ଖୁସି ହେବେ କି ଏନେଇ ଅଭିଯୋଗ କରିବେ ତାହା ଦ୍ୱନ୍ଦରେ ପଡିଗଲେ । ତେବେ ଏହି ଘଟଣାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ବିହାରର ଦରଭଙ୍ଗା ଜିଲ୍ଲାର ଲଲିତ ନାରାୟଣ ମିଥିଲା ସରକାରୀ ​​ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଜଣେ ସ୍ନାତକ(ବିଏ) ଛାତ୍ର ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯେଉଁଥିରେ ସେ ଏହିପରି ମାର୍କ ରଖିଥିବା ଜଣାପଡିଛି ।
ଏନେଇ ଛାତ୍ର ଜଣକ କହିଛନ୍ତି ଯେ, ‘ମାର୍କସିଟରେ ତାଙ୍କର ଫଳାଫଳ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପଲିଟିକାଲ୍ ସାଇନ୍ସ ପେପରରେ ତାଙ୍କୁ ୧୦୦ ମାର୍କରୁ ୧୫୧ ମାର୍କ ଦିଆଯାଇଛି ଯାହା ଠିକ୍ ନୁହେଁ । ତେଣୁ ଛାତ୍ର ଜଣକ ନିଜ ମାର୍କସିଟ୍ ନେଇ ବିଶ୍ୱବିଦ୍ୟାଳୟରେ ପହଞ୍ଚିଲେ ସେତେବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ତାଙ୍କ ଭୁଲକୁ ଗ୍ରହଣ କରି ଅନ୍ୟ ମାର୍କସିଟ୍ ତିଆରି କରି ଛାତ୍ରଙ୍କୁ ଦେଇଥିଲେ। ଏହାସହ ଟାଇପୋ ତ୍ରୁଟି ହେତୁ ଏହିପରି ଭୁଲ ହୋଇଛି ବୋଲି ମଧ୍ୟ କର୍ତ୍ତୁପକ୍ଷ ପକ୍ଷରୁ କୁହାଯାଇଛି’ ।
ସେହିପରି ଜଣେ ବି.କମ୍ ଛାତ୍ରଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ପରୀକ୍ଷାରେ ସେ ଗୋଟିଏ ପେପରରେ ଶୂନ୍ୟ (୦) ମାର୍କ ପାଇଥିଲେ, ତଥାପି ତାଙ୍କୁ ପାସ୍ କରାଯାଇଛି । ଏନେଇ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ମୁଶତାକ୍ ଅହମ୍ମଦ କହିଛନ୍ତି, ଟାଇପିଂ ତ୍ରୁଟି ଯୋଗୁଁ ଉଭୟ ମାମଲାରେ ଛାତ୍ରଛାତ୍ରୀଙ୍କ ମାର୍କସିଟ୍ରେ ତ୍ରୁଟି ହୋଇଥିଲା । ଏହା କେବଳ ଏକ ଟାଇପିଂ ତ୍ରୁଟି, ଆଉ କିଛି ନୁହେଁ । ତେଣୁ ତୁରନ୍ତ ଏହିସବୁ ଭୁଲଗୁଡ଼ିକୁ ସଂଶୋଧନ କରିବା ପରେ ଉଭୟ ଛାତ୍ରଙ୍କୁ ନୂଆ ମାର୍କସିଟ୍ ପ୍ରଦାନ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659270096.jpg)