Advertisment

ଶତାବ୍ଦୀ ଏକ୍ସପ୍ରେସ୍‌ ଉପରକୁ ପଥରମାଡ଼

ଶତାବ୍ଦୀ ଏକ୍ସପ୍ରେସ୍‌ ଉପରକୁ ଦୁର୍ବୃତ୍ତଙ୍କ ପଥରମାଡ଼। ଖନ୍ନା ରେଲ୍‌ୱେ ଷ୍ଟେସନ ନିକଟରେ ଏକ୍ସପ୍ରେସ୍‌ ଉପରକୁ କିଛି ଦୁର୍ବୃତ୍ତ ପଥରମାଡ଼ କରିଥିବା ସୂଚନା ମିଳିଛି। ଏଥିରେ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି।

Stones Thrown At Shatabdi Express

Stones Thrown At Shatabdi Express

Advertisment

ଅମୃତସର: ଶତାବ୍ଦୀ ଏକ୍ସପ୍ରେସ୍‌ ଉପରକୁ ଦୁର୍ବୃତ୍ତଙ୍କ ପଥରମାଡ଼। ପଞ୍ଜାବର ଖନ୍ନା ରେଲ୍‌ୱେ ଷ୍ଟେସନ ନିକଟରେ ଏକ୍ସପ୍ରେସ୍‌ ଉପରକୁ କିଛି ଦୁର୍ବୃତ୍ତ ପଥରମାଡ଼ କରିଥିବା ସୂଚନା ମିଳିଛି। ଏଥିରେ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଟ୍ରେନ୍‌ଟି ଅମୃତସର ଅଭିମୁଖେ ଯାତ୍ରା କରୁଥିଲା। 

Advertisment

ପଥରମାଡ଼ କରିଥିବା ଦୁର୍ବୃତ୍ତଙ୍କ ପରିଚୟ ମିଳିପାରି ନାହିଁ। ଘଟଣାର ତଦନ୍ତ କରୁଥିବା ଡିଏସ୍‌ପି କର୍‌ନୈଲ ସିଂଙ୍କ ସୂଚନା ଅନୁସାରେ, ମଙ୍ଗଳବାର ରାତି ୮ଟା ସମୟରେ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିଥିବା ଶତାବ୍ଦୀ ଏକ୍ସପ୍ରେସ୍‌ ୪୫ କି.ମି. ଦୂର ଖନ୍ନା ରେଲ୍‌ୱେ ଷ୍ଟେସନରେ ପ୍ରବେଶ କରୁଥିବା ବେଳେ ଦୁର୍ବୃତ୍ତମାନେ ପଥରମାଡ଼ କରିଥିଲେ। 

ନ୍ୟୁଜ୍‌ ଏଜେନ୍ସି PTIର ସୂଚନା ଅନୁସାରେ, ପଞ୍ଜାବ ରେଲ୍‌ୱେ ପୋଲିସ୍‌ ମହାନିର୍ଦ୍ଦେଶକ ସଞ୍ଜୀବ କାଲ୍‌ରା ଘଟଣାକୁ ନେଇ କହିଛନ୍ତି, ଆହତଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ସେମାନଙ୍କ ନାଁ ସୁମନ ଓ ସୁଜାତା। ଉଭୟଙ୍କ ଘର ଅମୃତସରରେ। ଅଧିକାରୀଙ୍କ କହିବା ଅନୁସାରେ, ଲୁଧିଆନା ରେଲ୍‌ୱେ ଷ୍ଟେସନରେ ଆହତଙ୍କ ପ୍ରାଥମିକ ଚିକତ୍ସା କରାଯାଇଥିଲା।

Advertisment

ଏହାପୂର୍ବରୁ ମୁମ୍ବାଇ Dombivliରେ ରେଲ୍‌ୱେ ଷ୍ଟେସନ ନିକଟରେ ରେଲ୍‌ୱେ ଟ୍ରାକ୍‌ ଉପରେ ପଥର ରଖାଯିବା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଜଣେ ଯୁବକଙ୍କୁ ଘଟଣାରେ ସମ୍ପୃକ୍ତି ନେଇ ଗିରଫ କରାଯାଇଥିଲା। ପୋଲିସ୍‌ ସୂଚନା ଅନୁସାରେ, କଲ୍ୟାଣ ଅଭିମୁଖେ ଯାତ୍ରା କରୁଥିବା ଲୋକାଲ୍‌ ଟ୍ରେନ୍‌ର ରେଲ୍‌ୱେ ଟ୍ରାକ୍‌ ଉପରେ ଯୁବକ ଜଣକ ପଥର ରଖି ଦେଇଥିଲେ। ଯଦି ଏହି ସମୟରେ ରେଲ୍‌ୱେ କର୍ମଚାରୀ ଏହାକୁ ନଦେଖି ଥାନ୍ତେ ତା’ହେଲେ ଏକ ବଡ଼ ଧରଣର ଅଘଟଣ ହୋଇଥାନ୍ତି। 

Advertisment
Shatabdi Express Stones Thrown Shatabdi Express
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ