Advertisment

କଂଗ୍ରେସ ମାରାଥନ୍‌ରେ ଦଳାଚକଟା ପରିସ୍ଥିତି, ଠେଲାପେଲାରେ ତଳେ ପଡ଼ିଗଲେ ମହିଳା

କଂଗ୍ରେସ ମାରାଥନ୍‌ରେ ଦଳାଚକଟା ପରିସ୍ଥିତି। କଂଗ୍ରେସ ପକ୍ଷରୁ ଆୟୋଜିତ ‘ladki hun, lad sakti hun’ ମାରାଥନ୍‌ରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ନଜର ଆସିଛି।

ଅଦ୍ୟତନ ହୋଇଛି
Stampede-Like Scene At A Congress Marathon

Stampede-Like Scene At A Congress Marathon

Advertisment

ଲକ୍ଷ୍ନୌ: କଂଗ୍ରେସ ମାରାଥନ୍‌ରେ ଦଳାଚକଟା ପରିସ୍ଥିତି। ଉତ୍ତରପ୍ରଦେଶ ବରେଲିରେ କଂଗ୍ରେସର ଏକ ମାରାଥନ୍‌ କାର୍ଯ୍ୟକ୍ରମରେ ଅସମ୍ଭାଳ ପରିସ୍ଥିତି ଦେଖିବାକୁ ମିଳିଛି। କଂଗ୍ରେସ ପକ୍ଷରୁ ଆୟୋଜିତ ‘ladki hun, lad sakti hun’ ମାରାଥନ୍‌ରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ନଜର ଆସିଛି। ଆଜି ସକାଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। 

Advertisment

ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ନାବାଳିକା, ଯୁବତୀ ସାମିଲ ହୋଇଥିଲେ। ଦୌଡ଼ ଆରମ୍ଭ ହେବା କ୍ଷଣି, ଆଗରେ ଥିବା କିଛି ମହିଳା ତଳେ ପଡ଼ି ଯାଇଥିଲେ। ଫଳରେ ପଛରୁ ଆସୁଥିବା ଭିଡ଼କୁ ଅଟକା ଯାଇପାରି ନଥିଲା ଓ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ଭିଡ଼କୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ। ହେଲେ ପୁଣି କିଛି ଯୁବତୀ ଠେଲାପେଲାରେ ତଳେ ପଡ଼ି ଯାଇଥିଲେ। ଏଥିରେ ଆହତ ୩ ଯୁବତୀଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କଂଗ୍ରେସ ନେତା ତଥା ବରେଲିର ପୂର୍ବତନ ମେୟର ସୁପ୍ରିୟା ଏରନ୍‌ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଘଟଣାକୁ ନେଇ ସେ କହିଛନ୍ତି, ‘ଏଥିରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ହଜାର ହଜାର ସଂଖ୍ୟକ ଲୋକ ଭିଡ଼ରେ ବୈଷ୍ଣୋ ଦେବୀ ମଧ୍ୟ ଯାଇଥିଲେ। ଏନେଇ କ’ଣ କହିବେ ? ସମସ୍ତେ ଚାହଁନ୍ତି ପ୍ରଥମେ ଆଗକୁ ବଢ଼ିବାକୁ, ଏହା ମଣିଷ ପ୍ରକୃତି। ଏମାନେ ସମସ୍ତେ ସ୍କୁଲ୍‌ ଛାତ୍ରୀ। କେବଳ ଅଳ୍ପ ବହୁତ ଧାଁଧପଡ଼ ହୋଇଥିଲା। ଯଦି କୌଣସି କାରଣକୁ ନେଇ କାହାକୁ କିଛି ଖରାପ ଲାଗିଛି, ତା’ହେଲେ କଂଗ୍ରେସ ପକ୍ଷରୁ ମୁଁ କ୍ଷମା ପ୍ରାର୍ଥନା କରୁଛି।’

Advertisment
Congress Uttar Pradesh Congress Marathon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ