Advertisment

ଏକ ଘରୋଇ ସ୍କୁଲରୁ ୨୨ ପିଲା କରୋନା ପଜିଟିଭ୍‌: ଚିନ୍ତାରେ ଅଭିଭାବକ

କେବଳ ଏତିକି ନୁହେଁ ବରଂ ଅନ୍ୟ ଏକ ସ୍କୁଲରେ ବି ୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହା ଫଳରେ ବିଏମସିର ଚିନ୍ତା ବଢିଛି। କରୋନା ସଂକ୍ରମଣ ଘଟଣା ଜଣାପଡ଼ିବା ପରେ ଏବେ ୯୫ ଜଣଙ୍କ କରୋନା ଟେଷ୍ଟ୍‌ କରାଯାଇଛି। ଆଉ ଯେଉଁମାନଙ୍କ ମଧ୍ୟରୁ ୨୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଘଟଣା ଜଣାପଡ଼ିବା ପରେ ସ୍କୁଲକୁ ସିଲ୍‌ କରିଛି ବିଏମ୍‌ସି।

undefined

corona

Advertisment

ମୁମ୍ବାଇ: ସ୍କୁଲ ପିଲାଙ୍କୁ ଘାଇଲା କରୁଛି କରୋନା। ମହାମାରୀର ପଞ୍ଝାରେ ସଂକ୍ରମିତ ହେଉଛି ଛୋଟ ପିଲା। ସ୍ଥିତି ଏମିତି ହେଲାଣି ଯେ, ସ୍କୁଲକୁ ପିଲାଙ୍କୁ ଛାଡ଼ିବାକୁ ନାରାଜ ହେଉଛନ୍ତି ଅଭିଭାବକ। ତେବେ ଏହାରି ମଧ୍ୟରେ କେରଳ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହଠାତ୍‌ ବଢିବାରେ ଲାଗିଛି ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ସୂଚନା ଅନୁସାରେ, ମୁମ୍ବାଇର ଏକ ଘରୋଇ ସ୍କୁଲରେ ଆଜି ୧୫ ଜଣ ପିଲା କରୋନାରେ ସଂକ୍ରମିତ ହୋଇଛନ୍ତି।

Advertisment

କେବଳ ଏତିକି ନୁହେଁ ବରଂ ଅନ୍ୟ ଏକ ସ୍କୁଲରେ ବି ୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହା ଫଳରେ ବିଏମସିର ଚିନ୍ତା ବଢିଛି। କରୋନା ସଂକ୍ରମଣ ଘଟଣା ଜଣାପଡ଼ିବା ପରେ ଏବେ ୯୫ ଜଣଙ୍କ କରୋନା ଟେଷ୍ଟ୍‌ କରାଯାଇଛି। ଆଉ ଯେଉଁମାନଙ୍କ ମଧ୍ୟରୁ ୨୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଘଟଣା ଜଣାପଡ଼ିବା ପରେ ସ୍କୁଲକୁ ସିଲ୍‌ କରିଛି ବିଏମ୍‌ସି।

Advertisment

ସୂଚନା ଅନୁସାରେ, ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ଥରେ ଭୟଙ୍କର ରୂପ ନେଉଛି। ସଂକ୍ରମିତଙ୍କ ସଂଖ୍ୟା ଯେପରି ଦ୍ରୁତ ଗତିରେ ବଢି ଚାଲିଛି ତାହାକୁ ଦେଖିଲେ ମନରେ ଭୟ ଆସୁଛି- ତୃତୟ ଲହର ଆସିଗଲା କି ? ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ୧୬୪ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୬୦୭ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି, କ୍ରମାଗତ ଦ୍ୱିତୀୟ ଦିନ ପାଇଁ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୦୦ରୁ ଅଧିକ ହୋଇଯାଇଛି। ଏଥି ସହିତ, ଗତ ୫୫ ଦିନ ମଧ୍ୟରେ, ପ୍ରଥମ ଥର ପାଇଁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସବୁଠାରୁ ଚିନ୍ତାର କାରଣ ହୋଇଛି କେରଳ। ସାରା ଦେଶରୁ ୪୬ ହଜାର ରୋଗୀ ଚିହ୍ନଟ ହୋଇଥିବାବେଳେ କେବଳ କେରଳର ସଂଖ୍ୟା ହେଉଛି ୩୧ ହଜାର।

ଏପଟେ, କେରଳରେ ୩ ମାସ ବ୍ୟବଧାନ ପରେ ହଠାତ୍‌ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଛି। ଗୋଟିଏ ଦିନରେ ଅର୍ଥାତ କେବଳ କେରଳରୁ ୩୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମର ହାର ୧୯ ପ୍ରତିଶତ ବୃଦ୍ଧି ପାଇଛି। ସରକାରୀ ସୂଚନା ଅନୁଯାୟୀ, ବୁଧବାର ରାଜ୍ୟରେ ୩୧, ୪୪୫ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୩୮, ୮୩, ୪୨୯ଛୁଇଁଛି। ସେହିପରି ୨୧୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ୧୯, ୯୭୨ରେ ପହଞ୍ଚିଛି। ଗତଥର କେରଳରେ ମେ’ ୨୦ ତାରିଖ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସଂକ୍ରମିତଙ୍କ ସଂଖ୍ୟା ୩୦, ୪୯୧ ଥିଲା।

Advertisment
Coronavirus India Mumbai COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ