Advertisment

କାଶ୍ମୀରରେ ଆତଙ୍କୀ ଆକ୍ରମଣ: ଆଖିବୁଜା ଗୁଳିମାଡରେ ୩ ସାଧାରଣ ନାଗରିକ ମୃତ

ପୁଣି କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ତ। ମଙ୍ଗଳବାର ଆତଙ୍କବାଦୀଙ୍କ ଆଖିମୁଜା ଗୁଳିମାଡରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାମ୍ମୁ କାଶ୍ମୀରରେ ଆତଙ୍କ ଖେଳିଯାଇଛି। ଆତଙ୍କବାଦୀ ମାନେ ଗୋଟିଏ ଦିନରେ କାଶ୍ମୀରର ବିଭିନ୍ନ ସ୍ଥାନରେ ଗୁଳି ଚାଳନା କରିଥିଲେ। ଏହି ଘଟଣା ଉପରେ ଭାରତୀୟ ସେନାର ସର୍ଚ ଅପରେସନ୍ ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
undefined

terrorist attack

Advertisment

ଶ୍ରୀନଗର: ପୁଣି କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ତ । ମଙ୍ଗଳବାର ଆତଙ୍କବାଦୀଙ୍କ ଆଖିମୁଜା ଗୁଳିମାଡରେ ତିନି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏନେଇ ଜାମ୍ମୁ କାଶ୍ମୀରରେ ଆତଙ୍କ ଖେଳିଯାଇଛି। ଆତଙ୍କବାଦୀ ମାନେ ଗୋଟିଏ ଦିନରେ କାଶ୍ମୀରର ବିଭିନ୍ନ ସ୍ଥାନରେ ଗୁଳି ଚାଳନା କରିଥିଲେ। ଏହି ଘଟଣା ପରେ ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।

Advertisment

ପ୍ରଥମ ଘଟଣାଟି ଶ୍ରୀନଗରର ଇକବାଲ ପାର୍କ ନିକଟରେ ଘଟିଥିଲା ​​ଯେଉଁଠି ଆତଙ୍କବାଦୀମାନେ କାଶ୍ମୀର ପଣ୍ତିତ ସମ୍ପ୍ରଦାୟର ଜଣେ ବ୍ୟକ୍ତି ତଥା ବିନ୍ଦ୍ରୋମେଡିକେଟର ମାଲିକ ମଖନ୍ ଲାଲ ବିନ୍ଦ୍ରୋଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କରିଥିଲେ। ଏଥି ସହ ଶ୍ରୀନଗର ଉପକଣ୍ଠରେ ଥିବା ହାୱାଲର ମଦିନ ସାହେବ ନିକଟରେ ଆଉ ଏକ ଘଟଣା ଘଟିଥିଲା, ​​ଯେଉଁଥିରେ ଆତଙ୍କବାଦୀମାନେ ଏକ ରାସ୍ତାକଡ ଦୋକାନୀକୁ ଗୁଳି କରି ହତ୍ୟା କରିଥିଲେ। ତୃତୀୟ ଘଟଣାଟି ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ହାଜିନ୍ ଅଞ୍ଚଳରେ ଘଟିଛି, ଯେଉଁଠି ଆତଙ୍କବାଦୀମାନଙ୍କ ଗୁଳିମାଡ କରି ମହମ୍ମଦ ଶଫିଙ୍କୁ ହତ୍ୟା କରିଥିଲେ। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଧ୍ୟ ଏହି ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି ।

Advertisment

ଜାମ୍ମୁ କାଶ୍ମୀର ପୋଲିସ ଅନୁଯାୟୀ ଏହି ହିଂସାକାଣ୍ତ ଘଟିବା ପରେ ଶ୍ରୀନଗର ଓ ବାନ୍ଦିପୋରାକୁ ସମ୍ପୂର୍ଣ୍ଣ ଭାବେ କର୍ଡନ କରାଯାଇଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ କରାଯାଇଛି। କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ଯେ ମଙ୍ଗଳବାର ଶ୍ରୀନଗରରେ ଆତଙ୍କବାଦୀ ଘଟଣାରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇଛି। ଇକବାଲ ପାର୍କ ନିକଟରେ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ଔଷଧ ଦୋକାନୀ ତଥା କାଶ୍ମୀରୀ ପଣ୍ଡିତ ମଖନ୍ ଲାଲଙ୍କୁ ଡାକ୍ତରଖାନା ନେବା ମଧ୍ୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଆତଙ୍କବାଦୀଙ୍କ ଦ୍ୱିତୀୟ ଆକ୍ରମଣରେ ମୃତ୍ୟୁ ଘଟିଥିବା ରାସ୍ତାକଡ ଦୋକାନୀ ବିରେନ୍ଦ୍ର ପାସୱାନ୍ ବିହାରର ବାସିନ୍ଦା ବୋଲି ଜଣାପଡିଛି।

ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏହି ଆତଙ୍କୀ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ତାଙ୍କ କହିବା ଅନୁଯାୟୀ ଆତଙ୍କବାଦୀ ମାନେ କେବେବି ତାଙ୍କର ଘୃଣ୍ୟ କାର୍ଯ୍ୟକଳାପରେ ସଫଳ ହେବେ ନାହିଁ। ଏହି ଘଟଣାର ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ତ ଦିଆଯିବ ବୋଲି ସେ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର୍ ଅବଦୁଲ୍ଲା କହିଛନ୍ତି ଯେ ଏପରି ପରିସ୍ଥିତିରେ ସେ ମୃତକଙ୍କ ପରିବାର ସହ ଅଛନ୍ତି। ଏହି ଘଟଣାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମଧ୍ୟ ନିନ୍ଦା କରିବା ସହ କହିଛନ୍ତି ଯେ ଏଭଳି ହିଂସାକାଣ୍ତ ଘଟାଇଥିବା ଲୋକଙ୍କର ସମାଜରେ କୌଣସି ସ୍ଥାନ ନାହିଁ।

Advertisment
Terrorist Attack Jammu Kashmir 3 Civilian Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ