Advertisment

ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବନ କଲା କ୍ରୀଡ଼ା ମନ୍ତ୍ରାଳୟ, ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ମାନ୍ୟତା ରଦ୍ଦ

ମହାସଂଘର ନିର୍ବାଚନ ପରେ ଆସନ୍ତା ୨୮ରେ ଉତ୍ତର ପ୍ରଦେଶର ଗୋଣ୍ଡାରେ ଜୁନିୟର ନ୍ୟାସନାଲ ପ୍ରତିଯୋଗିତା ଆୟୋଜନ ପାଇଁ ସ୍ଥିର ହୋଇଥିଲା। ଗୋଣ୍ଡା ବ୍ରିଜ ଭୂଷଣଙ୍କ ନିର୍ବାଚନମଣ୍ଡଳୀରେ ଆସୁଥିବାରୁ ଏହାକୁ ନେଇ ମଧ୍ୟ ବିରୋଧ କରାଯାଇଥିଲା।

Sports Ministry suspends WFI

Sports Ministry suspends WFI

Advertisment

ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ। ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବନ କରିଛି କ୍ରୀଡ଼ା ମନ୍ତ୍ରାଳୟ। କୁସ୍ତି ମହାସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀକୁ ନିଲମ୍ବିତ କରାଯାଇଛି। ଏଥି ସହିତ ନବ ନିର୍ବାଚିତ ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ମାନ୍ୟତା ରଦ୍ଦ କରିବା ସହ ତାଙ୍କ ସମସ୍ତ ନିଷ୍ପତ୍ତି ଉପରେ ବି ରୋକ୍ ଲଗାଇଛି କ୍ରୀଡ଼ା ମନ୍ତ୍ରାଳୟ। ନିକଟରେ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ହୋଇଥିଲା। ଏଥିରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିବା ପୂର୍ବତନ ସଭାପତି ବ୍ରିଜଭୂଷଣଙ୍କ ଘନିଷ୍ଠ ସଞ୍ଜୟ ସିଂ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ନବ ନିର୍ବାଚିତ ଅଧ୍ୟକ୍ଷଙ୍କୁ ବିରୋଧ କରି ସାକ୍ଷୀ ମଲ୍ଲିକ କୁସ୍ତିରୁ ଅବସର ନେବା ଘୋଷଣା କରିଥିଲେ। ସେହିଭଳି ରେସଲର ବଜରଙ୍ଗ ପୁନିଆ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଇଥିଲେ।

Advertisment

ମହାସଂଘର ନିର୍ବାଚନ ପରେ ଆସନ୍ତା ୨୮ରେ ଉତ୍ତର ପ୍ରଦେଶର ଗୋଣ୍ଡାରେ ଜୁନିୟର ନ୍ୟାସନାଲ ପ୍ରତିଯୋଗିତା ଆୟୋଜନ ପାଇଁ ସ୍ଥିର ହୋଇଥିଲା। ଗୋଣ୍ଡା ବ୍ରିଜ ଭୂଷଣଙ୍କ ନିର୍ବାଚନମଣ୍ଡଳୀରେ ଆସୁଥିବାରୁ ଏହାକୁ ନେଇ ମଧ୍ୟ ବିରୋଧ କରାଯାଇଥିଲା। ଏହା ପରେ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ନିଲମ୍ବନ ପଦକ୍ଷେପ ନିଆଯାଇଛି।

ୟୁପିର ବିଜେପି ସାଂସଦ ବ୍ରିଜ ଭୂଷଣ ରେସଲିଂ ସଂଘର ମୁଖ୍ୟ ଭାବେ ୧୨ ବର୍ଷ ହେଲା କାମ କରୁଥିଲେ। ତେବେ ଏହି ସମୟରେ କିଛି ମହିଳା ରେସଲରଙ୍କୁ ସେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରେସଲରମାନେ ଦୁଇ ଦୁଇ ଥର ଆନ୍ଦୋଳନକୁ ଓହ୍ଲାଇଥିଲେ। ତାଙ୍କୁ ରେସଲିଂ ମହାସଂଘରୁ ବିଦା କରିବାକୁ ଦାବି ହୋଇଥିଲା। ଏହାପରେ ନିର୍ବାଚନ କରାଯାଇଥିଲା। କିନ୍ତୁ ନିର୍ବାଚନରେ ବ୍ରିଜ ଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂହ ହିଁ ବିଜୟୀ ହୋଇଥିଲେ।

Advertisment

India Sports Ministry WFI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ