Advertisment

''ମନ୍ତ୍ରୀ ନିୟମ ଭାଙ୍ଗିବେ, ଅଫିସର୍‌ ହଁ ମାରିବେ''

ପୁଣି ବିବାଦରେ ନୀତିନ ଗଡକରୀ। କହିଲେ, ମନ୍ତ୍ରୀ ଚାହିଁଲେ ଆଇନ ଭାଙ୍ଗିବେ ଆଉ ଅଫିସର ଖାଲି ହଁ ମାରିବେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏଇ ଭିଡ଼ିଓ

Nitin Gadkari

Nitin Gadkari

Advertisment

ପୁଣି ଚର୍ଚ୍ଚାରେ ଗଡକରୀ କହିଲେ, ଆଇନ ଭାଙ୍ଗିପାରିବେ ମନ୍ତ୍ରୀ ଅଫିସର । ଖାଲି ମାରିବେ ହଁ । ମନ୍ତ୍ରୀମାନେ ଆଇନ ଭାଙ୍ଗିପାରିବେ ହେଲେ ଅଫିସରମାନେ ନୁହେଁ । ସେମାନେ କେବଳ ହଁ ମାରିବେ। ଏମିତି କିଛି କହି ପୁଣି ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଖାଲି ଏବେ ନୁହେଁ ବରଂ ବହୁପୂର୍ବରୁ ଏମିତି କିଛି ବିବାଦୀୟ ମନ୍ତବ୍ୟ ରଖି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ନୀତିନ।

Advertisment

ନାଗପୁରଠାରେ ହେଉଥିବା ମହାରାଷ୍ଟ୍ର ୟୁନିଭରସିଟିର ହେଲ୍ଥ ସାଇନ୍ସ କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି କହିଛନ୍ତି ନୀତିନ । ନିଜ ଅଭିଭାଷଣ ରଖିବା ବେଳେ ଗଡକରୀ କହିଥିଲେ କି ଆଇନ କେବେ ଗରିବଙ୍କ ପାଇଁ ହେଉଥିବା ଭଲ କାମରେ ବାଧକ ସାଜିବା ଉଚିତ୍‌ ନୁହେଁ । ତେଣୁ ସ୍ଥିତି ଓ ପରିସ୍ଥିତି ଦେଖି ସରକାର ଆଇନ ଭାଙ୍ଗିପାରିବେ ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି ଏକଥା ମୁଁ ନୁହେଁ ବରଂ ମହାତ୍ମା ଗାନ୍ଧୀ କହିଛନ୍ତି । ଏବଂ ଯେଉଁ ଆଇନ ଗରିବଙ୍କ ବିକାଶରେ ବାଧକ ସୃଷ୍ଟି କରେ ତାହାକୁ ଭାଙ୍ଗିବା ଅପରାଧ ନୁହେଁ ବୋଲି ସେ କହିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ୟୁନିଭର୍ସିଟିରେ ଭାଷଣ ଦେବା ବେଳେ ନିଜ ଅନୁଭୂତି କଥା ବଖାଣିଥିଲେ ଗଡକରୀ । ସେ କହିଥିଲେ, ୧୯୯୫ ମସିହାରେ ମହାରାଷ୍ଟ୍ରରେ ମନୋହର ଯୋଶୀ ସରକାରଙ୍କ ସମୟରେ ମୁଁ ଅନେକ ଥର ଅଫିସରଙ୍କ କଥାକୁ କାମରେ କରିନଥାଏ । ବରଂ ସେମାନଙ୍କୁ ମୁଁ କହିଥାଏ, ଆମେ ନିଷ୍ପତ୍ତି ନେବୁ ତୁମେ କେବଳ ଆମ କଥାରେ ହଁ ମାରିବ। ଏମିତିକି ମନ୍ତ୍ରୀମାନେ ଯାହା କହିବେ ତାହା ଅଫିସରମାନଙ୍କୁ କରିବାକୁ ପଡ଼ିବ ବୋଲି ଗଡକରୀ କହିଛନ୍ତି।

Advertisment

ଖାଲି ଏତିକି ନୁହେଁ ବରଂ ଗଡକରୀ କହିଛନ୍ତି, ୧୯୯୫ ମସିହାରେ ମହାରାଷ୍ଟ୍ରର ଗଡଚିରୋଲିରେ ହଜାର ହଜାର ଆଦବାସୀ ପିଲା କୁପୋଷଣରେ ଶିକାର ହୋଇଗଲେ । ହେଲେ ସହାୟତା ପହଂଚାଇବାକୁ ଗାଁ ଗୁଡିକୁ ରାସ୍ତା ନଥିଲା । ସେପଟେ ରାସ୍ତା ନିର୍ମାଣ କରିବା କଥା ଚିନ୍ତା କରିବା ବେଳେକୁ ଜଙ୍ଗଲ ଆଇନ ବାଧକ ସାଜିଥିଲା । ଏହି ସମୟରେ ଆଇନ ଭାଙ୍ଗି ରାସ୍ତା ନିର୍ମାଣ କରିବା ନା ଆଇନକୁ ମାନି କୋଷଷଣର ଶିକାର ପିଲାଙ୍କ ହାତ ଛାଡିଦେବା । କେଉଁଟା ଉଚିତ ବୋଲି ସେ ସଭାରେ ପ୍ରଶ୍ନ କରିଥିଲେ ? ତେବେ ଗଡକରୀଙ୍କ ଏହି ମନ୍ତବ୍ୟକୁ ନେଇ ପୂରା ଦେଶରେ ଏବେ ଚର୍ଚ୍ଚା ଚାଲିଛି ।

Nitin Gadkari Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ