Advertisment

ମାଓବାଦୀଙ୍କ ଯୋଜନା ପଣ୍ଡ; ମାଟିତଳ ମରଣଯନ୍ତାରୁ ଅଳ୍ପକେ ବର୍ତ୍ତିଲେ ଯବାନ

ସୀମାନ୍ତ ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ କଲେ ସୁରକ୍ଷାବାହିନୀ । ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ସୀମାର ପୁସୁଗୁପା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସ୍ପାଇକ୍ ହୋଲ୍ କରିଥିଲେ ମାଓବାଦୀ । ଯାହାକୁ ଠାବ କରିଛନ୍ତି ସୁରକ୍ଷାବାହିନୀ।

ଅଦ୍ୟତନ ହୋଇଛି
Spike Holes Found In Pusuguppa Forest In Telangana

Spike Holes

Advertisment

ବିଫଳ ହେଲା ମାଓବାଦୀଙ୍କ ବଡ ଷଡଯନ୍ତ୍ର । ମରଣ ଯନ୍ତାରୁ ବର୍ତ୍ତିଗଲେ ଯବାନ । ତେବେ ସୀମାନ୍ତ ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ କରିଛନ୍ତି ସୁରକ୍ଷାବାହିନୀ । ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ସୀମାର ପୁସୁଗୁପା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସ୍ପାଇକ୍ ହୋଲ୍ କରିଥିଲେ ମାଓବାଦୀ । ଯାହାକୁ ଠାବ କରିଛନ୍ତି ସୁରକ୍ଷାବାହିନୀ।

Advertisment

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାରେ ରହିଥିବା ଜଙ୍ଗଲରେ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସ୍ପାଇକ ହୋଲ କରିଥିଲେ। ଆଜି ଛତିଶଗଡ଼ ଏବଂ ତେଲେଙ୍ଗାନା ପୁଲିସ ପକ୍ଷରୁ ସୀମାନ୍ତ ଜଙ୍ଗଲରେ ସର୍ଚ୍ଚ ଅପେରେସନ ଚାଲିଥିଲା। ଏହି ସମୟରେ ମାଟି ଖୋଳି ଲୁହା କଣ୍ଟା ପୋତି ଶୁଖିଲା ପତ୍ର ଘୋଡେଇ ରଖାଯାଇଥିବା ସୁରକ୍ଷାକର୍ମୀମାନେ ଦେଖିବାକୁ ପାଇଥିଲେ । ଜଙ୍ଗଲରେ ବୋମା ଖଞ୍ଜିବା ସହ ସ୍ପାଇକ ହୋଲ୍ କରି ବଡ଼ ଷଡ଼ଯନ୍ତ୍ର କରିଥିଲେ ମାଓବାଦୀ।

ଜଙ୍ଗଲରୁ ୪୩୯୬ଟି ଲୁହା ସ୍ପାଇକ୍ ଜବତ କରାଯାଇଛି । ସୀମାନ୍ତ ଅଂଚଳରେ ଏବେ ଜୋରଦାର ସର୍ଚ୍ଚ ଅପେରେସନ ଚାଲିଛି । ଭଦ୍ରାଦି କଥାଗୁଡ଼ୁମ ଜିଲ୍ଲାର ଏସପି ପରିତୋଷ ପଙ୍କଜ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଜଙ୍ଗଲରେ ମାଓବାଦୀ ବୋମା ଖଞ୍ଜିବା ସହ ସ୍ପାଇକ ହୋଲରେ ପଡି ଅନେକ ଲୋକଙ୍କ ଜୀବନ ଯାଉଛି। ସୀମାନ୍ତବର୍ତ୍ତୀ ଗ୍ରାମର ଲୋକେ ଜଙ୍ଗଲକୁ ବିଭିନ୍ନ କାମରେ ଯାଉଥିବା ବେଳେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ମରଣ ଯନ୍ତାରେ ଫସି ଜୀବନ ହରାଉଛନ୍ତି।

Advertisment

Maoists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ