Advertisment

ମଝି ଆକାଶରେ ଦୁର୍ଘଟଣା, ୧୮୫ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରେ ଲାଗିଲା ନିଆଁ...

ସ୍ପାଇସ୍‌ଜେଟ୍‌ର ଏହି ବିମାନଟି ପାଟନାରୁ ଦିଲ୍ଲୀ ଯାଉଥିଲା। ଏହି ସମୟରେ ବିମାନର ଗୋଟିଏ ପଟେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ତତ୍‌କ୍ଷଣାତ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା।

ଅଦ୍ୟତନ ହୋଇଛି
Patna-Delhi SpiceJet flight makes emergency landing

Patna-Delhi SpiceJet flight makes emergency landing

Advertisment

ସ୍ପାଇସ୍‌ଜେଟ୍‌(SpiceJet )ର ଏକ ବିମାନରେ ନିଆଁ ଲାଗିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ବିହାର ରାଜଧାନୀ ପାଟନା ସ୍ଥିତ Bihta Airforce Stationରେ ସ୍ପାଇସ୍‌ ଜେଟ୍‌( SpiceJet)ର Boeing 727 ବିମାନକୁ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ତେବେ ବିମାନରେ ଥିବା ୧୮୫ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ସ୍ପାଇସ୍‌ଜେଟ୍‌ର ଏହି ବିମାନଟି ପାଟନାରୁ ଦିଲ୍ଲୀ ଯାଉଥିଲା। ଏହି ସମୟରେ ବିମାନର ଗୋଟିଏ ପଟେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ତତ୍‌କ୍ଷଣାତ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା। ବିମାନର ୨ଟି ବ୍ଲେଡ୍‌ ବଙ୍କା ହୋଇଯାଇଛି। ବିମାନରେ ଥିବା ୧୮୫ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। 

କେଉଁ କାରଣ ପାଇଁ ବିମାନରେ ନିଆଁ ଲାଗିଲା ତାହା ସ୍ପଷ୍ଟ ଜଣାପଡ଼ିନି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି। 

Advertisment

ଯାତ୍ରୀଙ୍କ କହିବା ଅନୁସାରେ, ବିମାନଟି ଅପରାହ୍ଣ ସାଢ଼େ ୧୨ଟାରେ ପାଟନାରୁ ଦିଲ୍ଳୀ ଅଭିମୁଖେ ଉଡ଼ାଣ ଭରିଥିଲା। ସେହି ସମୟରେ ବିମାନରେ କିଛି ଗଡ଼ବଡ଼ ହୋଇଥିବା ଅନୁମାନ କରାଯାଉଥିଲା। ପରେ ଜଣାପଡ଼ିଲା ବିମାନରେ ନିଆଁ ଲାଗିଛି। ଟେକ୍ ଅଫ୍‌ର କେଇ ମିନିଟ ପରେ ହିଁ ବିମାନର ଗୋଟିଏ ପଙ୍ଖାରେ ନିଆଁ ଲାଗିଯାଇଥିଲା।  ମଝି ଆକାଶରେ ବିମାନରେ ନିଆଁ ଲାଗିଥିବା ନେଇ ତଳେ ଲୋକମାନେ ଦେଖି ତୁରନ୍ତ ପାଟନା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ୍ ଏୟାରପୋର୍ଟ ଅଥରିଟିକୁ ଏସମ୍ପର୍କରେ ଜଣାଇବା ପରେ ବିମାନର କ୍ୟାବିନ୍ କ୍ରୁଙ୍କୁ ନିର୍ଦ୍ଦେଶ ଦିଆଯାଇ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା।

Advertisment

ମିଳିଥିବା ସୂଚନା ଅନୁସାରେ, ଜରୁରୀ ଅବତରଣ ପୂର୍ବରୁ ପ୍ରାୟ ୨୫ ମିନିଟ୍‌ ଯାଏ ବିମାନଟି ଆକାଶରେ ଥିଲା। ଏହାପରେ ବହୁତ କଷ୍ଟରେ ବିମାନକୁ Bihta Airforce Stationରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ନିଆଁ ଲାଗିବା ପଛରେ ପ୍ରକୃତ କାରଣ କ’ଣ ରହିଛି ସେନେଇ ଏକ ଟେକ୍ନିକାଲ ଟିମ୍ ଅନୁଧ୍ୟାନ କରୁଛି। ସୁରକ୍ଷିତ ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ଦିଲ୍ଲୀ ପଠାଯାଇଛି।    

SpiceJet Flight Emergency Landing Fire In Flight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ