Advertisment

Viral Video: ଫୁଲ୍‌ ସ୍ପିଡ୍‌ରେ ଆସି ବାଇକ୍‌କୁ ଧକ୍କା ଦେଇ ୩ କି.ମି.ଘୋଷାଡ଼ି ନେଲା କାର୍‌...

ଦ୍ରୁତ ଗତିରେ ଏକ କାର୍‌ ଆସି ରାସ୍ତାକଡ଼ରେ ରଖା ଯାଇଥିବା ବାଇକ୍‌କୁ ଧକ୍କା ଦେଇ ୩ କି.ମି.ରୁ ଅଧିକ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଜଣାପଡ଼ିଛି। ଯଦିଓ ଏହି ଘଟଣାରେ ବାଇକ୍‌ ଚାଳକ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ହେଲେ ବାଇକ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

ଅଦ୍ୟତନ ହୋଇଛି
Car Drags Bike For 3 kms in Gurugram

Speeding Car drags bike for 3 kms in Gurugram video goes viral

Advertisment

ପୁଣି ସାମ୍ନାକୁ ଆସିଲା ଦିଲ୍ଲୀ ଭଳି ଆଉ ଏକ ହିଟ୍‌ ଆଣ୍ଡ୍‌ ରନ୍‌‌(Hit-And-Run Case) କେସ୍‌। ଦ୍ରୁତ ଗତିରେ ଏକ କାର୍‌ ଆସି ରାସ୍ତାକଡ଼ରେ ରଖା ଯାଇଥିବା ବାଇକ୍‌କୁ ଧକ୍କା ଦେଇ ୩ କି.ମି.ରୁ ଅଧିକ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଜଣାପଡ଼ିଛି। ଯଦିଓ ଏହି ଘଟଣାରେ ବାଇକ୍‌ ଚାଳକ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ହେଲେ ବାଇକ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଗୁରୁବାର ଦିନ ହରିୟାଣାର ଗୁରୁଗ୍ରାମରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। କାର୍‌ ଚାଳକଙ୍କୁ ପୋଲିସ୍‌ ଗିରଫ କରିଛି।

Advertisment

ଅଧିକ ପଢ଼ନ୍ତୁ: କାରକୁ ୨କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ିନେଲା କଣ୍ଟେନର୍‌, ଭିତରେ ଥିଲେ ୪ ଜଣ

ପୋଲିସ୍‌ ସୂଚନା ଅନୁସାରେ, ପ୍ରଥମେ କାର୍‌ ରାସ୍ତାକଡ଼ରେ ରଖା ଯାଇଥିବା ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ କାର୍‌ ଚକା ତଳେ ବାଇକ୍‌ ଫସି ଯିବାରୁ ବାଇକ୍‌କୁ ୩ କି.ମି. ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା କାର୍‌। ବାଇକ୍‌ ଚାଳକ ବାଉନ୍ସର ହୋଇଥିବା ବେଳେ ଡ୍ୟୁଟିରୁ ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଏହି ଘଟଣା ଘଟିଥିଲା। ବାଉନ୍ସର ମୋନୁଙ୍କ କହିବା ଅନୁସାରେ, ରାସ୍ତାକଡ଼ରେ ବାଇକ୍‌ ରଖି ଛିଡ଼ା ହୋଇଥିବା ବେଳେ ଦ୍ରୁତ ଗତିରେ ଏକ କାର୍‌ ଆସି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ କାର୍‌ ଚକା ତଳେ ବାଇକ୍‌ ଫସି ଯିବାରୁ ବାଇକ୍‌କୁ ୩ କି.ମି. ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା କାର୍‌।

Advertisment

ଏଭଳି ହିଟ୍‌ ଆଣ୍ଡ୍‌ ରନ୍‌‌ କେସ୍‌ରୁ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଥିବା ମୋନୁ କହିଛନ୍ତି। ହେଲେ ତାଙ୍କ ବାଇକ୍‌ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଗୁରୁଗ୍ରାମର ସେକ୍ଟର ୬୫ରେ ଘଟିଥିବା ଏହି ଦୃଶ୍ୟ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି।

ଘଟଣା ପରେ କାର୍‌ ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ବାଇକ୍‌ ଚାଳକଙ୍କ ଅଭିଯୋଗ ଆଧାରରେ ପୋଲିସ୍ କାର୍‌ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ଫରିଦାବାଦର ସୁଶାନ୍ତ ମେହଟ୍ଟା। ସେ ଗୁରୁଗ୍ରାମ ସେକ୍ଟର ୬୩ରେ ଏକ ପ୍ରାଇଭେଟ୍‌ ଫାର୍ମରେ କାମ କରନ୍ତି। ପୋଲିସ୍‌ ତାଙ୍କ କାର୍‌କୁ ଜବତ କରିଛି। 

Advertisment

ସୂଚନାଥାଉ କି, ସ୍କୁଟିରେ ଯାଉଥିବା ବେଳେ ଦିଲ୍ଲୀ ସୁଲତାନପୁରୀରେ ୨୦ ବର୍ଷୀୟ ଯୁବତୀଙ୍କୁ ଏକ କାର୍‌ ଧକ୍କା ଦେବା ସହ ୧୩ କି.ମି. ଯାଏ ତାଙ୍କୁ ଘୋଷାଡ଼ି ଘୋଡାଡ଼ି ନେଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଅଞ୍ଜଳି ସିଂଙ୍କ ମୃତ୍ୟୁ ହୋଇଥିଲା। ସାରା ଦେଶରେ ନୂଆବର୍ଷ ସେଲିବ୍ରେସନ୍‌ ଚାଲି ଥିବାବେଳେ ଦିଲ୍ଲୀରେ ଏହି ଛାତିଥରା ଦୁର୍ଘଟଣା ଘଟିଥିଲା। 

Viral Video Hit And Run Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ