Advertisment

ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ମମତା ଆନ୍ଦୋଳନରେ ସାମିଲ ହୋଇଛନ୍ତି କାହା ପାଇଁ ?

ମମତା କାହିଁକି ଆରମ୍ଭରୁ ମୁହଁ ଖୋଲୁନଥିଲେ ? କାହିଁକି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଉନଥିଲେ ? ତା’କୁ ନେଇ ଏବେ ଜୋର ଦାର ଚର୍ଚ୍ଚା । ଯଦି ନଜେ ସରକାରରେ ରହି ମମତା ରାଲି କରୁଛନ୍ତି । ତା’ ହେଲେ ଜନତା ନ୍ୟାୟ ପାଇଁ ଯିବେ କୁଆଡ଼େ ? କାହା ପାଖରେ କରିବେ ଗୁହାରୀ ?

ଅଦ୍ୟତନ ହୋଇଛି
Mamata Banerjee

Mamata Banerjee

Advertisment

କଲିକତାରେ ଯେଉଁ ଡାକ୍ତର ଦୁଷ୍କର୍ମ ଘଟଣା ଘଟିଲା, ନୈତିକତା ଦୃଷ୍ଟିରୁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ହେଲେ ସରକାର ସେମିତି କରୁ ନାହାନ୍ତି। ପାଲଟା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱରେ ଥାଇ ଆନ୍ଦୋଳନକାରୀଙ୍କ ସହ ସାମିଲ ହୋଇଛନ୍ତି। ଯାହାକୁ ନେଇ ଦେଶ ତମାମ ତାଙ୍କୁ ଟ୍ରୋଲ କରାଯାଉଛି। ଯିଏ ଶୁଣୁଛି ସିଏ ହସୁଛି।

Advertisment

ଗଡ଼ ଦୋହଲିଲାଣି... ହେଲେ ଦିଦିଙ୍କ ଗୋଡ ହଲୁନି । ଦିଦିଙ୍କ ଏ ଦମ୍ଭ ଦେଖି ସମସ୍ତେ ବୋଧେ ଏଇଆ ହିଁ କହିବେ । ମହିଳା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ପୂରା ପଶ୍ଚିମବଙ୍ଗ ଉଠୁଥିବା ପଡ଼ୁଥିବା ବେଳେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଏହି ଘଟଣା ପାଇଁ ବିରୋଧୀ ଦାୟୀ । ଆଉ ସେଥିପାଇଁ ମମତା ନିଜେ ରାଲି କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ରାଜ୍ୟରେ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଥିବାବେଳେ ନିଜେ ମୁଖ୍ୟମନ୍ତ୍ରୀ ଏପରି କିପରି କରିପାରୁଛନ୍ତି ।

ମମତାଙ୍କ ହାତରେ ରହିଛି ପଶ୍ଚିମବଙ୍ଗର କ୍ଷମତା । ଗୃହ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ନିଜ ହାତରେ ରଖିଥିବାବେଳେ ସେ ନିଜେ ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି । କିନ୍ତୁ ଏପରି ସମ୍ବେଦନଶୀଳ ଘଟଣାକୁ ନେଇ କାହିଁକି ଆରମ୍ଭରୁ ମୁହଁ ଖୋଲୁନଥିଲେ ? କାହିଁକି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଉନଥିଲେ ? ତା’କୁ ନେଇ ଏବେ ଜୋର ଦାର ଚର୍ଚ୍ଚା । ଯଦି ନଜେ ସରକାରରେ ରହି ମମତା ରାଲି କରୁଛନ୍ତି । ତା’ ହେଲେ ଜନତା ନ୍ୟାୟ ପାଇଁ ଯିବେ କୁଆଡ଼େ ? କାହା ପାଖରେ କରିବେ ଗୁହାରୀ ? ଏପରି ଅନେକ ପ୍ରଶ୍ନ ପଶ୍ଚିମବଙ୍ଗବାସୀଙ୍କ ମନରେ ଉଙ୍କି ମାରୁଛି । ଆଉ ନିଜ ମନରକଥାକୁ ନିଜ ଛାତିତଳେ ଚାପି ରଖି ମମତାଙ୍କ ନାଟକ ଦେଖୁଛନ୍ତି ପଶ୍ଚିମବଙ୍ଗବାସୀ ।

Advertisment

ଜଣେ ମହିଳା ଡାକ୍ତରୀ ଛାତ୍ରୀଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶ କାନ୍ଦୁଛି । କିନ୍ତୁ ନିଜ ରାଜ୍ୟରେ ଘଟିଥିବା ସେହି ଘଟଣାରେ ଯେମିତି ବିଲକୁଲ ଦୁଃଖିତ ନୁହଁନ୍ତି ମମତା । ୧୩ ବର୍ଷର ମୁଖ୍ୟମନ୍ତ୍ରୀ ଯେମିତି ସବୁ ଦେଖି ସବୁ ଜାଣି ଆଜି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନିଜ ସରକାରର ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ରାଲି କରୁଛନ୍ତି । ଯାହାକି ନିନ୍ଦନୀୟ ବୋଲି ସାଧାରଣରେ ଚର୍ଚ୍ଚା ହେଲାଣି ।

Mamata Banerjee Kolkata Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ