Advertisment

ମାଉଣ୍ଟେନ୍‌ ମ୍ୟାନ୍‌ ମାଞ୍ଝି ପରେ ଉତ୍ତରପ୍ରଦେଶର କୃଷ୍ଣଚନ୍ଦ୍ର; ପୋଖରୀ ଖୋଳି ଗାଁ ଲୋକଙ୍କ ଦୁଃଖ ବୁଝିଲେ

ଗାଁରେ ଭୟଙ୍କର ଥିଲା ପାଣି ସମସ୍ୟା। ମାଇଲ ମାଇଲ ବାଟ ଯିବା ପରେ ବି ମିଳୁନଥିଲା ପାଣି..ଗାଁ ଲୋକଙ୍କ କଷ୍ଟ ନଦେଖି ପାରି ୩ ବର୍ଷ ଏକାକୀ ପରିଶ୍ରମ କରି ପୋଖରୀ ଖୋଳି ଦେଲେ କୃଷ୍ଣଚନ୍ଦ୍ର। ୩ ହଜାର ଟ୍ରଲିର ମାଟି ନିଜେ ବୋହି ସରକାରଙ୍କଠୁ ହେଲେ ପୁରସ୍କୃତ..

Water Crisis

Water Crisis

Advertisment

ଆଉ ହେବନି ପାଣି ସମସ୍ୟା । ନିଜେ ପୋଖରୀ ଖୋଳି ଦେଲେ କୃଷ୍ଣ ଚନ୍ଦ୍ର । ପୂରା ଦେଶରେ ଜୋର ଧରିଲା ଚର୍ଚ୍ଚା । ଗାଁରେ ମୁଖ୍ୟ ସମସ୍ୟା ଥିଲା ପାଣି। ପ୍ରତିଦିନ ଏଥିପାଇଁ ଅନେକ ଲୋକ ନାନା ପ୍ରକାର ହଇରାଣ ବି ହୁଅନ୍ତି। ଆଉ ଏହାକୁ ଦେଖି ମନ ଭାରି କଷ୍ଟ ହୁଏ । ସେ ସବୁବେଳେ ଚିନ୍ତା କରନ୍ତି ଯେ, କେମିତି ଏ ସମସ୍ୟାର ସମାଧାନ ହେବ? ଆଉ ସେହି ଚିନ୍ତା ଓ କିଛି କରିବାର ଇଚ୍ଛାଶକ୍ତି ବଳରେ କୃଷ୍ଣଚନ୍ଦ୍ର ଯାହା କରିଦେଖାଇଛନ୍ତି ତାହାକୁ ନେଇ କେବଳ ଦେଶରେ ନୁହେଁ ପୂରା ବିଶ୍ୱରେ ବଢିଲା ଚର୍ଚ୍ଚା।

Advertisment

ଆଉ ଜଣେ ମାଞ୍ଝି ଦ ମାଉଣ୍ଟେନ୍‌ ମ୍ୟାନ୍‌। ସମାଜ ପାଇଁ ସାଜିଲେ ଉଦାହରଣ। ନିଜର ଇଚ୍ଛାଶକ୍ତିରେ ସେ ଯାହା କରିଛନ୍ତି ତାହା ଇତିହାସର ମୁକସାକ୍ଷୀ ହୋଇ ରହିଯିବ। ବିହାରର ଦଶରଥ ମାଞ୍ଝି ବା ମାଉଣ୍ଟେନ୍‌ ମ୍ୟାନ୍‌ ୩୬୦ ପୁଟ ପାହାଡ କାଟି ରାସ୍ତା ତିଆରି କରି ଅନେକ ସମ୍ମାନ ପାଇଥିଲେ । ହେଲେ ବୁନ୍ଦେଲଖଣ୍ଡର ମାଞ୍ଝି ୩ ବର୍ଷ ଧରି ଯେଉଁ ପରିଶ୍ରମ କରୁଥିଲେ, ସେଥିରେ ଆଜି ସଫଳ ହୋଇଛନ୍ତି । ଅର୍ଥାତ୍‌ ନିଜ ଅଞ୍ଚଳରେ ସେ ଏକ ପୋଖରୀ ଖୋଳି ଲୋକଙ୍କୁ ପାଣି ଦେବାର ସଂକଳ୍ପର ପୂରା କରିଛନ୍ତି। ଆଉ କୃଷ୍ଣଚନ୍ଦ୍ରଙ୍କ ଏହି କାମକୁ ନେଇ ସରକାର ତାଙ୍କୁ ସମ୍ମାନିତ ମଧ୍ୟ କରିଛନ୍ତି।

ଉତ୍ତରପ୍ରଦେଶ ହମିରପୁର ଜିଲ୍ଲାର ସୁମେରପୁରରେ ରୁହନ୍ତି କୃଷ୍ଣ । ଗାଁରେ ଏକ ବଡ ପୋଖରୀ ରହିଛି। ଶହ ଶହ ବର୍ଷ ପୁରୁଣା ଏହି ପୋଖରୀ କଲାରନ୍ ଦାଇ ନାମରେ ମଧ୍ୟ ପ୍ରସିଦ୍ଧ। ହେଲେ ଧୀରେ ଧୀରେ ଏହି ପୋଖପୀ ପୋତି ହୋଇଯିବାରୁ ପାଣି ଏହି ଅଞ୍ଚଳରେ ପ୍ରମୁଖ ସମସ୍ୟା ପାଲଟିଗଲା। ଆଉ ସେହି ସମସ୍ୟାର ସମାଧାନ ପାଇଁ କୃଷ୍ଣ ଖୋଳିଲେ ପୋଖରୀ। ଏବେ ଲୋକମାନଙ୍କୁ ଆଉ ପାଣି ସମସ୍ୟା ହେଉନି ବରଂ କୃଷ୍ଣ ନିଜେ କେମିତି ଏକାକି ଏତେ ବଡ଼ ପୋଖରୀ ଖୋଳିଲେ ସେନେଇ ସମସ୍ତେ ଆଲୋଚନା କରୁଛନ୍ତି, ସାଧୁବାଦ୍‌ ବି ଜଣାଉଛନ୍ତି।

Advertisment

ସୂଚନା ଅନୁସାରେ, ଏହି ପୋଖରୀରୁ ପାଖାପାଖି ୩ ହଜାର ଟ୍ରଲି ମାଟି ବାହାର କରିଥିଲେ କୃଷ୍ଣ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜର ପରିଶ୍ରମ ବଳରେ ସେ ଶହଶହ ଲୋକଙ୍କ ସମସ୍ୟା ଦୂର କରିପାରିଥିବାରୁ ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ।

Water Crisis Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ