Advertisment

ଜାମ୍ମୁରେ ନରସଂହାର କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ !!

ଗୁଇନ୍ଦା ରିପୋର୍ଟ ଅନୁସାରେ, ପ୍ରଥମେ ସୀମାରେ କାର୍ଯ୍ୟରତ ଯବାନଙ୍କୁ ଟାର୍ଗେଟ୍‌ କରି ଭାରତରେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ଆତଙ୍କୀ। ଏଠାରେ କହିରଖୁଛୁ କି ବର୍ତ୍ତମାନ ଜାମ୍ମୁରେ ପାଣିପାଗ ଭଲ ଥିବାରୁ ମୌକା ଅପେକ୍ଷାରେ ରହିଛନ୍ତି ଆତଙ୍କୀ।

0 Terrorists Planning To Enter Jammu

0 Terrorists Planning To Enter Jammu

Advertisment

ଆତଙ୍କୀଙ୍କ ଟାର୍ଗେଟ୍‌ରେ ଇଣ୍ଡିଆ ବଡ଼ ଧରଣର ଆକ୍ରମଣ ପାଇଁ ହେଉଛନ୍ତି ସଜବାଜ । LOC ପାଖରେ ପଇଁତରା ମାରୁଛନ୍ତି ୩୦ ଆତଙ୍କୀ। ଆତଙ୍କୀଙ୍କ ଟାର୍ଗେଟ୍‌ରେ ଭାରତ। ଜାମ୍ମୁରେ ପୁଣି ଏକ ବଡ଼ ଧରଣର ଆକ୍ରମଣ କରିବାକୁ ହେଉଛନ୍ତି ସଜବାଜ। ଏଲଓସିରେ ୩୦ ଆତଙ୍କୀ ପଇଁଚରା ମାରୁଥିବା ଖବର ମିଳିବା ପରେ ବଢିଛି ଟେନସନ୍‌। ସୀମାରେ ଅନୁପ୍ରବେଶ କରି ଘଟାଇ ପାରନ୍ତି ବଡ଼ ଧରଣର ବିସ୍ଫୋରଣ।

Advertisment

ଗୁଇନ୍ଦା ରିପୋର୍ଟ ଅନୁସାରେ, ପ୍ରଥମେ ସୀମାରେ କାର୍ଯ୍ୟରତ ଯବାନଙ୍କୁ ଟାର୍ଗେଟ୍‌ କରି ଭାରତରେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ଆତଙ୍କୀ। ଏଠାରେ କହିରଖୁଛୁ କି ବର୍ତ୍ତମାନ ଜାମ୍ମୁରେ ପାଣିପାଗ ଭଲ ଥିବାରୁ ମୌକା ଅପେକ୍ଷାରେ ରହିଛନ୍ତି ଆତଙ୍କୀ। ସୀମା ପାର୍‌ରେ ପୂରା ପ୍ରି ପ୍ଲାନିଂ କରି ଦେଶରେ ଆତଙ୍କ ସୃଷ୍ଟି କରିବାକୁ ହେଉଛି ଷଡଯନ୍ତ୍ର। ଆଉ ଏହି ଘଟଣା ସମ୍ପର୍କରେ ସୀମା ସୁରକ୍ଷା ବଳ ଜାଣିବା ପରେ ଜାମ୍ମୁରେ ବଢିଛି ହଲଚଲ।

ଗୁଇନ୍ଦା ରିପୋର୍ଟ ଅନୁସାରେ, ଜମ୍ମୁ କାଶ୍ମୀରର ପିର ପଞ୍ଜାଲ ରେଞ୍ଜ ପାଖ କେରନ ପଛରେ ଆତଙ୍କୀ ଦଳମାନଙ୍କର ଗତିବିଧି ଲକ୍ଷ କରାଯାଇଛି। ଏହା ଛଡ଼ା ଲସ୍କର-ଏ-ତୋଏବାର ୫ ଆତଙ୍କୀ , ହିଜବୁଲ ମୁଜାହିଦ୍ଦିନର ୪ଜଣ ଆତଙ୍କୀ ଓ ଅନ୍ୟ ଆତଙ୍କବାଦୀ ସଙ୍ଗଠନର ୫ ଜଣ ଆତଙ୍କୀ ଭାରତରେ ଅନୁପ୍ରବେଶ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଟିକିଏ ଚାନ୍ସ ପାଇଲେ ସୀମାରେ ଅନୁପ୍ରବେଶ କରିବେ ଆତଙ୍କବାଦୀ।

Advertisment

କେବଳ ଏତିକି ନୁହେଁ ବରଂ ନୌଗାମର ଲିପା ଅଞ୍ଚଳରେ ଆତଙ୍କୀଙ୍କ ଗତିବିଧି ଦେଖିବାକୁ ମିଳିଥିବା ଜଣାପଡ଼ିଛି। ଏମିତିକି ଚାରିଆଡ଼ୁ ଘେରିକି ଆକ୍ରମଣ କରିବା ପାଇଁ ତୟାର ହେଉଛନ୍ତି ଆତଙ୍କବାଦୀ। ତେଣୁ ବିଭିନ୍ନ ଦଳରେ ନିଜକୁ ବିଭକ୍ତ କରି ଭାରତ ଉପରେ ରଖିଛନ୍ତି କଡ଼ା ନଜର।

ତେବେ ଆତଙ୍କୀଙ୍କ ଗତିବିଧି ସମ୍ପର୍କରେ ଜାମ୍ମୁ ପୋଲିସ ଓ ସେନାକୁ ସୂଚନା ଦିଆଯାଇଛି। କୁହାଯାଉଛି ଯେ ଲସ୍କର-ଇ-ତୋଏବାର ଆତଙ୍କବାଦୀ ଶ୍ରୀନଗରରେ ବଟମାଲୁ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ସେ ଯାହା ବି ହେଉ ବଡ଼ ଧରଣର ଆକ୍ରମଣ ପାଇଁ ଆତଙ୍କୀ ତୟାର କରିବାର ଖବର ମିଳିବା ପରେ ଏବେ ହାଇ ଆଲର୍ଟରେ ସେନା।

Advertisment
Terrorist Attack Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ