Advertisment

ଦିବ୍ୟାଙ୍ଗଙ୍କୁ ବିମାନରେ ବସାଇବାକୁ ମନା କଲା ଇଣ୍ତିଗୋ; ତଦନ୍ତ କରିବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ହ୍ୱିଲ ଚେୟାରରେ ଥିବା ୧୩ ବର୍ଷ ବୟସର ଦିବ୍ୟାଙ୍ଗ ପିଲାଟି ଡରି ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରି ରାଞ୍ଚିରୁ ହାଇଦ୍ରାବାଦ ୟାଉଥିବା ବିମାନରେ ଯାତ୍ରା କରିବାକୁ ତାକୁ ଓ ତା ପରିବାର ଲୋକଙ୍କୁ ଅନୁମତି ଦେଇ ନଥିଲା ଇଣ୍ଡିଗୋ ।

ଅଦ୍ୟତନ ହୋଇଛି
undefined

Physically Handicaped Child

Advertisment

ତାର ଭୁଲ କଣ ଥିଲା ? କାହିଁକି ସେ ତା ଅଧିକାରରୁ ବଞ୍ଚିତ ହେବ ? ହଁ ! ଭୁଲ କଣ ଥିଲା ? ଭୁଲ ଏହା, ଯେ ସେ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଛି ? ଆଉ ସେଥିପାଇଁ ତାକୁ ଏଭଳି ଦଣ୍ଡ ମିଳିଛି । ଦିବ୍ୟାଙ୍ଗଙ୍କୁ ବିମାନରେ ନେବାକୁ ମନା କରିଦେଲା ଇଣ୍ଡିଗୋ ଏୟାରଲାଇନ୍ସ । ଶନିବାର ଝାଡ଼ଖଣ୍ଡ ରାଞ୍ଚି ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ଏମିତି ଏକ ଅଭାବନୀୟ ପରିସ୍ଥିତି ।

Advertisment

ହ୍ୱିଲ ଚେୟାରରେ ଥିବା ୧୩ ବର୍ଷ ବୟସର ଦିବ୍ୟାଙ୍ଗ ପିଲାଟି ଡରି ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରି ରାଞ୍ଚିରୁ ହାଇଦ୍ରାବାଦ ୟାଉଥିବା ବିମାନରେ ଯାତ୍ରା କରିବାକୁ ତାକୁ ଓ ତା ପରିବାର ଲୋକଙ୍କୁ ଅନୁମତି ଦେଇ ନଥିଲା ଇଣ୍ଡିଗୋ । ଏନେଇ ଆପତ୍ତି ଉଠାଇବା ପରେ ପରିବାର ଲୋକଙ୍କୁ ଇଣ୍ଡିଗୋ କର୍ମଚାରୀ ଦୁର୍ବବ୍ୟବହାର କରୁଥିବାର ଦୃଶ୍ୟ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଏହାପରେ ଆକ୍ସନ ମୋଡ୍‌କୁ ଆସିଥିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟ୍ କରି କହିଛନ୍ତି ଯେ, ବିମାନ ସେବା ସଂସ୍ଥାର ଏଭଳି ବ୍ୟବହାରକୁ ବିଲକୁଲ ବରଦାସ୍ତ କରାଯିବନି । ସେ ନିଜେ ଏ ଘଟଣାର ତଦନ୍ତ କରୁଛନ୍ତି ବୋଲି କହିଛନ୍ତି । ଏହାପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି । ଏପଟେ ରାଷ୍ଟ୍ରୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏ ମାମଲାରେ ନିଜଆଡ଼ୁ ହସ୍ତକ୍ଷେପ କରି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟକୁ ଘଟଣାର ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଅପରପକ୍ଷରେ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ଇଣ୍ଡିଗୋ ଏୟାରଲାଇନ୍ସ । ଇଣ୍ଡିଗୋ କହିଛି ଯେ, ସମ୍ପୃକ୍ତ ଦିବ୍ୟାଙ୍ଗ ନାବାଳକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସଂସ୍ଥା ପକ୍ଷରୁ ରହିବା ପାଇଁ ସୁବିଧା ଯୋଗାଇ ଦିଆଯାଇଥିଲା । ଆଜି ସକାଳୁ ସେମାନଙ୍କୁ ଇଣ୍ଡିଗୋ ବିମାନ ଯୋଗେ ଗନ୍ତବ୍ୟ ସ୍ଥଳିରେ ପହଞ୍ଚାଯାଇଛି । ଏମିତିକି ଇଣ୍ଡିଗୋ ବିମାନ ପ୍ରତି ମାସରେ ପ୍ରାୟ ୭୫ ହଜାର ଦିବ୍ୟାଙ୍ଗଙ୍କୁ ବିମାନ ସେବା ଯୋଗାଉଛନ୍ତି ।

ତେବେ ଭିନ୍ନକ୍ଷମ ସୁରକ୍ଷା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ କର୍ମୀଙ୍କ କହିବା କଥା, ପୂର୍ବରୁ ମଧ୍ୟ ଇଣ୍ଡିଗୋ ଏୟାରଲାଇନ୍ସ ଦିବ୍ୟାଙ୍ଗଙ୍କ ପ୍ରତି ଏଭଳି ବ୍ୟବହାର ଦେଖାଇଥିଲା । ଯେଉଁଥିପାଇଁ କୋର୍ଟ ଇଣ୍ଡିଗୋକୁ ମୋଟା ଅଙ୍କର ଜରିମାନା କରିଥିଲେ । ଏବେ ଏହି ଏୟାରଲାଇନ୍ସ ପୁଣି ସମାନ ଘଟଣା ଦୋହରାଇଛି । ଏ ଘଟଣାରେ ବିମାନସେବା ସଂସ୍ଥାକୁ ଏକ ଦୃଷ୍ଟନ୍ତମୂଳକ ଦଣ୍ଡବିଧାନ କଲେ, ଆଗକୁ କୌଣସି ବିମାନ ସଂସ୍ଥା ଏଭଳି କରିବାକୁ ନିଶ୍ଚୟ ଡରିବେ ।

Advertisment

କେତେକ ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ଦିବ୍ୟାଙ୍ଗ ପିଲାଟି କାର୍‌ରେ ଲମ୍ବା ଯାତ୍ରା ସହ ଏୟାରପୋର୍ଟର ଲମ୍ବା ସିକ୍ୟୁରିଟି ଚେକ୍ ପରେ ବିଚଳିତ ହେଉଥିଲା, ଏଥିରେ ତାର ବ୍ୟବହାରକୁ ଦେଖି ଏୟାରଲାଇନ୍ସ କର୍ମଚାରୀ ସେ ଅନ୍ୟ ଯାତ୍ରୀଙ୍କ ପ୍ରତି ବିପଦ ହେବ ବୋଲି ଆଖ୍ୟା ଦେଇ ବିମାନଯାତ୍ରା ପାଇଁ ମନା କରିଦେଇଥିଲେ ।

ରିପୋର୍ଟର- ଅତୁଲ୍ୟ ବାଉତ ଓ କପିଳେନ୍ଦ୍ର ପ୍ରଧାନ

Indigo Special Story Physically Handicaped Child
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ