Advertisment

ଭାରତୀୟ ରେଳବିଭାଗର ବଡ଼ ନିଷ୍ପତ୍ତି; ବରିଷ୍ଠ ନାଗରିକଙ୍କୁ ମିଳିବନି ଟିକେଟ୍‌ରେ ରିହାତି

ରେଲୱେ ନେଲା ବଡ଼ ନିଷ୍ପତ୍ତି। ଏଣିକି ଯାତ୍ରା ବେଳେ ବରିଷ୍ଠ ନାଗରିକଙ୍କୁ ଆଉ ମିଳିବନି ଟିକେଟ୍‌ରେ କୌଣସି ରିହାତି। ଆର୍ଥିକ ବୋଝ ବଢୁଥିବାରୁ ଏମିତି ନିଷ୍ପତ୍ତି ନେଲା ରେଲୱେ...

Senior Citizen Discount

Senior Citizen Discount

Advertisment

ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଖବର । ଏଣିକି ବୟସ୍କଙ୍କୁ ରେଲୱେ ଦେବନି ରିହାତି । ଲାଗୁ ହେବ ନୂଆ ନିୟମ । ଏଣିକି ବୟସ୍କଙ୍କୁ ଆଉ ମିଳିବନି ରିହାତି । ଅର୍ଥାତ୍‌ ପୂର୍ବରୁ ରେଲୱେରେ ବୟସ୍କମାନେ ଯାତ୍ରା କରୁଥିଲେ ସେମାନଙ୍କୁ ୫୦ ପ୍ରତିଶତ ଟିକେଟ୍‌ରେ ରିହାତି ମିଳୁଥିଲା। କିନ୍ତୁ ଏହି ରିହାତି ପାଇଁ ସରକାରଙ୍କ ଉପରେ ଅଧିକ ବୋଝ ପଡ଼ିଲା । ତେଣୁ ରିହାତି ନଦେବା ଲାଗି ନିଷ୍ପତ୍ତି ନେଲା ରେଲୱେ।

Advertisment

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ନିଷ୍ପତ୍ତି । ଏଣିକି ବୟସ୍କ ଲୋକଙ୍କୁ ମିଳିବନି ଟିକେଟ୍‌ରେ ରିହାତି । କେନ୍ଦ୍ର ରେଳମନ୍ତ୍ରୀଙ୍କ ସୂଚନା ଅନୁସାରେ ଏଣିକି ଆଉ ବୟସ୍କଙ୍କୁ ଟ୍ରେନ ଯାତ୍ରା ସମୟରେ ଟିକେଟ୍‌ରେ କୌଣସି ରିହାତି ମିଳିବନି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ବୁଧବାର ଦିନ ସଂସଦରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଏନେଇ ସ୍ପଷ୍ଟ କରିଛନ୍ତି । ତେବେ ପୂର୍ବରୁ ସାଧାରଣ ଲୋକଙ୍କୁ ଯାତ୍ରା ସମୟରେ କୌଣସି ପ୍ରକାର ସୁବିଧା ମିଳୁନଥିଲା କିନ୍ତୁ ବୟସ୍କମାନେ ଅର୍ଥାତ୍‌ ୬୦ ବର୍ଷରୁ ଅଧିକ ବ୍ୟକ୍ତିମାନେ ରେଲୱେରେ ଯାତ୍ରା କଲେ ସେମାନଙ୍କୁ ୫୦ ପ୍ରତିଶତ ରିହାତି ମିଳୁଥିଲା।

ବର୍ତ୍ତମାନ ଆଉ ମିଳିବନି ଟିକ୍ଟ୍‌ରେ ରିହାତି । ଏହାସହ ଅଶ୍ୱିନୀ କହିଛନ୍ତି ଯେ, ରେଲୱେ ଟିକେଟ୍‌ରେ ବୟସ୍କଙ୍କୁ ରିହାତି ଦେବା ଦ୍ୱାରା ସରକାରଙ୍କ ଉପରେ ଅଧିକ ବୋଝ ପଡ଼ୁଛି । ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ସରକାର ଏମିତି ନିଷ୍ପତ୍ତି ନେଇଥିବା କହିଛନ୍ତି ଅଶ୍ୱିନୀ । ତେବେ କେବଳ ସ୍ୱତନ୍ତ୍ର ବର୍ଗର ଲୋକଙ୍କ ପାଇଁ ଭଡା କ୍ଷେତ୍ରରେ ରିହାତି ସୁବିଧାକୁ ରଖାଯାଇଛି । ଏଥିରେ ୪ ଟି ବର୍ଗର ଭିନ୍ନକ୍ଷମ, ୧୧ ଟି ବର୍ଗର ରୋଗୀ ଓ ଛାତ୍ର ଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

Advertisment

ସଂସଦରେ ମନ୍ତ୍ରୀ ସ୍ପଷ୍ଟ କହିଛନ୍ତି ଯେ, ୨୦୧୭-୧୮ ମସିହା ମଧ୍ୟରେ ବରିଷ୍ଠ ନାଗରିକଙ୍କୁ ରେଳ ସେବାରେ ଦିଆଯାଇଥିବା ରିହାତି ଯୋଗୁଁ ରାଜକୋଷ ଉପରେ ୧୪୯୧ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ବୋଝ ପଡିଛି । ଏହି ପରିମାଣ ୨୦୧୮-୧୯ ରେ ୧୬୩୬ କୋଟି ଏବଂ ୨୦୧୯-୨୦ ରେ ୧୬୬୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ତେଣୁ ସମସ୍ତ ଦିଗକୁ ନଜରରେ ରଖି ସରକାର ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏଠାରେ କହିରଖୁଛୁ କି, ବିଶ୍ୱର ଅନେକ ଦେଶରେ ରେଲୱେ ଯାତ୍ରା ସମୟରେ ବରିଷ୍ଠ ନାଗରିକଙ୍କୁ ଅନେକ ସୁବିଧା ଦିଆଯାଉଛି। କିନ୍ତୁ ଆର୍ଥିକ ବୋଝ ଆଳରେ ଆଉ ରିହାତି ଦେବାକୁ ଚାହୁଁନାହାନ୍ତି ସରକାର। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।

Indian Railway Special Story Senior Citizen Discount
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ