Advertisment

ସମୁଦ୍ରରେ ଶକ୍ତି ବଢାଉଛି ନୌସେନା, ୧୦ରେ ଜଳାବତରଣ କରିବ ଆଇଏନଏସ ଧ୍ରୁବ

ସାବଧାନ ଶତ୍ରୁ। ଏବେ ଆଉ କାହାରିକୁ ଡରିବ ନାହିଁ ଭାରତ। ଏଣିକି ଭାରତୀୟ ଜଳସୀମାରେ କାମ ଦେବନାହିଁ ପରମାଣୁ କ୍ଷେପଣାସ୍ତ୍ର। କାରଣ ଭାରତୀୟ ନୌସେନାକୁ ମିଳିବାକୁ ଯାଉଛି ଏମିତି ଘାତକ ହତିଆର, ଯାହା ଜରିଆରେ ସମୁଦ୍ରରେ ଚୀନ ଓ ପାକିସ୍ତାନକୁ ଦୃଢ ଜବାବ ଦେଇ ହେବ

India

India

Advertisment

ନୂଆଦିଲ୍ଲୀ: ସାବଧାନ ଶତ୍ରୁ। ଏବେ ଆଉ କାହାରିକୁ ଡରିବ ନାହିଁ ଭାରତ। ଏଣିକି ଭାରତୀୟ ଜଳସୀମାରେ କାମ ଦେବନାହିଁ ପରମାଣୁ କ୍ଷେପଣାସ୍ତ୍ର। କାରଣ ଭାରତୀୟ ନୌସେନାକୁ ମିଳିବାକୁ ଯାଉଛି ଏମିତି ଘାତକ ହତିଆର, ଯାହା ଜରିଆରେ ସମୁଦ୍ରରେ ଚୀନ ଓ ପାକିସ୍ତାନକୁ ଦୃଢ ଜବାବ ଦେଇ ହେବ। ଆସନ୍ତା ୧୦ ତାରିଖରେ ଜଳାବତରଣ କରିବାକୁ ଯାଉଛି ଭାରତର ପ୍ରଥମ ଉପଗ୍ରହ ଏବଂ ଆଣବିକ କ୍ଷେପଣାସ୍ତ୍ର ଟ୍ରାକିଂ ଜାହାଜ ‘ଆଇଏନଏସ ଧ୍ରୁବ । ସମୁଦ୍ର ଶଯ୍ୟାର ଗବେଷଣା ଏବଂ ଶତ୍ରୁପକ୍ଷର ବୁଡ଼ା ଜାହାଜକୁ ସହଜରେ ଚିହ୍ନଟ କରିବାରେ ଏହି ଜାହାଜ ସକ୍ଷମ ହେବ।

Advertisment

୧୦ ହଜାର ଟନ ବିଶିଷ୍ଟ ଏହି ଅତ୍ୟାଧୁନିକ ଜାହାଜ ଭାରତର ଭବିଷ୍ୟତ ଆଣ୍ଟି ବାଲାଷ୍ଟିକ ମିସାଇଲ କ୍ଷମତାକୁ ଆଗକୁ ବଢାଇବ। ପରମାଣୁ କ୍ଷେପଣାସ୍ତ୍ର କପ ସହଜରେ ଟ୍ରାକିଙ୍ଗ କରିବାର କ୍ଷମତା ଥିବା ଆଇଏନଏସ ଧ୍ରୁବ ଭାରତୀୟ ସହର ଓ ପ୍ରତିଷ୍ଠାନ ଆଡକୁ ଆସୁଥିବା ଶତ୍ରୁ ମିସାଇଲର ଆଗୁଆ ସତର୍କ ସୂଚନା ଦେବ। କେବଳ ଏତିକି ନୁହେଁ ଭାରତ ଏବଂ ପ୍ରଶାନ୍ତ ମହାସାଗରେ ସାମୁଦ୍ରିକ ସୁରକ୍ଷାକୁ ମଜବୁତ କରିବା ସହ ଦେଶକୁ ଶତ୍ରୁ ବିଷୟରେ ଆଲର୍ଟ କରିବ।

Advertisment

ଚୀନ ଓ ପାକିସ୍ତାନ ପାଖରେ ପରମାଣୁ ରହିଛି ବାଲାଷ୍ଟିକ ମିସାଇଲ। ଭାରତ ସହିତ ଏହି ଦୁଇ ଦେଶର ସୀମା ବିବାଦ ଲାଗି ରହିଥିବାରୁ ଭାରତର ସମୁଦ୍ର ସୁରକ୍ଷା ଘେରା ପାଇଁ ଆଇଏନଏସ ଧ୍ରୁବ ଏକ ଶକ୍ତି ଭାବେ କାମ କରିବ। ବି‌ଶେଷ କରି ପାଣି ଭିତରେ ସଶସ୍ତ୍ର ନିରୀକ୍ଷଣ ଡ୍ରୋନର ବ୍ୟବହାର ଆରମ୍ଭ ହୋଇଥିବାବେଳେ ଭାରତ ପାଇଁ ଏହି ଜାହାଜ ଅନେକ ଗୁରୁତ୍ୱ ବହନ କରିବ। ପୂର୍ବରୁ ଧ୍ରୁବ ଭଳି ସାମରିକ ଜାହାଜ ଫ୍ରାନ୍ସ, ଆମେରିକା, ବ୍ରିଟେନ୍, ରୁଷ ଓ ଚୀନ ପାଖରେ ରହିଛି।

ଡିଆରଡିଓ ଓ ଏନଟିଆରଓର ମିଳିତ ସହଯୋଗରେ ହିନ୍ଦୁସ୍ତାନ ସିପଓ୍ଵାର୍ଡ ଏହି ସ୍ୱତନ୍ତ୍ର ଯୁଦ୍ଧ ଜାହାଜର ନିର୍ମାଣ କରିଛି। ବିଶାଖାପାଟଣାରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲଙ୍କ ଉପସ୍ଥିତିରେ ଏହାର ଶୁଭ ଉଦଘାଟନ ହେବାର ରହିଛି। ଉଦଘାଟନ ସମାରୋହରେ ନୌସେନା ପ୍ରମୁଖ ଆଡମିରାଲ କରମବୀର ସିଂହ, ଏନଟିଆରଓ ଅଧ୍ୟକ୍ଷ ଅନିଲ ଦାସମାନାଙ୍କ ସହ ଡିଆରଡିଓ ଓ ନୌସେନାର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

Advertisment
India News N-Missile
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ