• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଇତିହାସ ରଚିଲେ ଦ୍ରୌପଦୀ । ଭାରତ ପାଇଲା ନୂଆ ରାଷ୍ଟ୍ରପତି । ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ହରାଇ ରାଷ୍ଟ୍ରପତି ହେଲେ ଦ୍ରୌପଦୀ । ଦେଶ ପାଇଲା ପଞ୍ଚଦଶ ରାଷ୍ଟ୍ରପତି। ତେବେ ଆସନ୍ତୁ ଜାଣିବା ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀଙ୍କୁ କେଉଁ କେଉଁ ସୁବିଧା ମିଳିବ? ତାଙ୍କର କେତେ ଦରମା ହେବ ଏବଂ କି କି ସୁବିଧା ତାଙ୍କୁ ମିଳିବ?

ରାଷ୍ଟ୍ରପତି ପଦବୀ ହେଉଛି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ। ଏହି ପଦରେ ଏବେ ବସିଲେ ଦ୍ରୌପଦୀ ମୁର୍ମୁ। ତେବେ ଜାଣନ୍ତୁ ତାଙ୍କ ଦରମା ଓ ସୁବିଧା ବିଷୟରେ । କେତେ ଦରମା ପାଇବେ ଦ୍ରୌପଦୀ?

ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଏବେ ମାସିକ ୫ ଲକ୍ଷ ଟଙ୍କା ଦରମା ମିଳିବ । ୨୦୧୮ରେ ରାଷ୍ଟ୍ରପତିଙ୍କ ଦରମା ଥିଲା ଦେଢ ଲକ୍ଷ ଟଙ୍କା । ଦରମା ସହିତ ମାଗଣା ମେଡିକାଲ, ଟେଲିଫୋନ୍‌, ବିଜୁଳି ସମସ୍ତ ଭତା ବି ମିଳିବ । ରାଷ୍ଟ୍ରପତିଙ୍କୁ ମର୍ସିଡିଜ୍-ବେଞ୍ଜ ଏସ୍-୬୦୦ ପୁଲମ୍ୟାନ୍ ଗାର୍ଡ ଗାଡ଼ି ମିଳିଥାଏ । ରାଷ୍ଟ୍ରପତିଙ୍କ ପାଖରେ ୮୬ ଜଣିଆ ସ୍ୱତନ୍ତ୍ର ଗାର୍ଡ ଥାଏ, ଯାହାଙ୍କୁ ପ୍ରେସିଡେନ୍ସିଆଲ ବଡିଗାର୍ଡ କୁହାଯାଏ ।

ରାଷ୍ଟ୍ରପତିଙ୍କୁ ମାଗଣା ଘର, ଦୁଇଟି ମୋବାଇଲ ଫୋନ୍‌ ଓ ଆଜୀବନ ମାଗଣା ଚିକିତ୍ସା ସୁବିଧା ମିଳିବ। ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ଜଣେ ସହଯୋଗୀଙ୍କ ସହ ଟ୍ରେନ୍ କିମ୍ବା ଆକାଶମାର୍ଗରେ ଯାତ୍ରା କରିବା ପାଇଁ ସୁବିଧା ମିଳିଥାଏ । ୩୪୦ ଏକର ରାଷ୍ଟ୍ରପତି ଭବନକୁ ବ୍ରିଟିଶ ଭାଇସରୟଙ୍କ ପାଇଁ ନିର୍ମାଣ କରାଯାଇଥିଲା । ଏଡୱର୍ଡ ଲୁଟିୟନ୍ସ ଓ ହରବର୍ଟ ବେକର ଏହାର ଡିଜାଇନ କରିଥିଲେ । ଏହାକୁ ନିର୍ମାଣ କରିବାକୁ ୧୭ ବର୍ଷ ଲାଗିଥିଲା । ରାଷ୍ଟ୍ରପତି ଭବନରେ ୩୪୦ ଟି କଠୋରୀ ରହିଛି । ସେତେବେଳେ ଏହି ବିରାଟ ଭବନକୁ ନିର୍ମାଣ ପାଇଁ ଲାଗିଥିଲା ୪୫ ଲକ୍ଷ ଇଟା ।

୧୫ ଏକରରେ ବ୍ୟାପିଥିବା ମୋଗଲ ଗାର୍ଡେନ ମୁଖ୍ୟ ଆକର୍ଷଣର କେନ୍ଦ୍ରସ୍ଥଳୀରେ କେତେ କ୍ଷମତା ରହିଛି ରାଷ୍ଟ୍ରପତିଙ୍କର ? ଭାରତର ସାମ୍ବିଧାନିକ ମୁଖ୍ୟ ହେଉଛି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି କରିବା ଏବଂ ସମ୍ବିଧାନର ସରଂକ୍ଷଣ କରିବା ରାଷ୍ଟ୍ରପତିଙ୍କ ପ୍ରମୁଖ ଦାୟିତ୍ୱ କ୍ୟାବିନେଟ୍‌ ପାସ୍‌ ପରେ ପାର୍ଲମେଣ୍ଟରେ ପାସ୍‌ ହୋଇଥିବା ବିଲ୍‌ ରାଷ୍ଟ୍ରପତିଙ୍କ ପାଖକୁ ଯାଏ । ରାଷ୍ଟ୍ରପତିଙ୍କ ଦସ୍ତଖତ ବିନା କୌଣସି ବିଲ୍‌ ମଂଜୁର ହୋଇପାରିବ ନାହିଁ । କିନ୍ତୁ ସଂସଦରେ ଦ୍ୱିତୀୟ ଥର ପାସ୍‌ ହେଲେ ବିଲ୍‌ ଉପରେ ଦସ୍ତଖତ କରନ୍ତି ରାଷ୍ଟ୍ରପତି ।

ତିନି ସେନାର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ଧାରା ୭୨ ଆଧାରରେ ରାଷ୍ଟ୍ରପତି ଦୋଷୀଙ୍କ ଦଣ୍ଡକୁ କ୍ଷମା କରିପାରିବେ । ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ଉପରେ ମଧ୍ୟ ନିଷ୍ପତି ନେଇପାରନ୍ତି । ଭାରତର ମୁଖ୍ୟ ବିଚାରପତି, ରାଜ୍ୟ ହାଇକୋର୍ଟଙ୍କ ଜଜ୍, ରାଜ୍ୟପାଳ, ନିର୍ବାଚନ କମିଶନର ଓ ରାଷ୍ଟ୍ରଦୂତଙ୍କ ନିଯୁକ୍ତି ମଧ୍ୟ ରାଷ୍ଟ୍ରପତି କରିଥାନ୍ତି ।

ଧାରା ୩୫୨ ଆଧାରରେ ରାଷ୍ଟ୍ରପତି ଯୁଦ୍ଧ କିମ୍ବା ବାହ୍ୟ ଆକ୍ରମଣ କିମ୍ବା ସଶସ୍ତ୍ର ବିଦ୍ରୋହ ସମୟରେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିପାରନ୍ତି । ଯଦି କୌଣସି ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ବିଫଳ ହୁଏ, ତେବେ ରାଷ୍ଟ୍ରପତି ୩୫୬ର ବ୍ୟବହାର କରି ରାଷ୍ଟ୍ରପତି ଶାସନ ଲାଗୁ କରିପାରିବେ । ଯଦି ସଂସଦରେ ଦ୍ୱିତୀୟଥର କୌଣସି ବିଲ୍ ପାରିତ ହୁଏ, ତେବେ ରାଷ୍ଟ୍ରପତିଙ୍କୁ ସ୍ବାକ୍ଷର କରିବାକୁ ପଡ଼ିଥାଏ । ତେବେ ମୋଟ୍‌ ଉପରେ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହେବା ପରେ ଏହି ସବୁ କ୍ଷମତା ପାଇବେ।