Advertisment

ବଡ଼ ଖବର: ଏଣିକି ସରକାରୀ ଚାକିରିଆଙ୍କୁ ସପ୍ତାହକୁ ମିଳିବ ୨ ଦିନ ଛୁଟି

ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର । ଏପ୍ରିଲରୁ ସପ୍ତାହକୁ ୫ ଦିନ କାମ ଶନିବାର ଓ ରବିବାର ଛୁଟି ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର।

Week Off for govt employee

Week Off for govt employee

Advertisment

ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର । ଏପ୍ରିଲରୁ ସପ୍ତାହକୁ ୫ ଦିନ କାମ ଶନିବାର ଓ ରବିବାର ଛୁଟି ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଆସନ୍ତାମାସ ଅର୍ଥାତ୍‌ ଏପ୍ରିଲ ୦୧ ରୁ ସବୁ ସରକାରୀ ଚାକିରିଆମାନେ ସପ୍ତାହକୁ ୫ ଦିନ କାମ କରିବେ ଆଉ ଦୁଇ ଦିନ ଛୁଟି ପାଇବେ। ସୋମବାରରୁ ଶୁକ୍ରବାର ଅଫିସ୍‌ରେ କାମ କରିବେ କର୍ମଚାରୀ ଆଉ ଶନିବାର ଓ ରବିବାର ଛୁଟି ପାଇବେ ଅଧିକାରୀ।

Advertisment

ସପ୍ତାହରେ ଦୁଇଦିନ କାମ କରିବାର ସୁଯୋଗ ପୂରା ଭାରତର ଲୋକ ନୁହେଁ ବରଂ କେବଳ ମଣିପୁର ଲୋକ ପାଇବେ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୨୨ରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏ ସମ୍ପର୍କରେ ବିଲ ପାସ୍‌ ହେବା ପରେ ମଣିପୁର ରାଜ୍ୟପାଳ ମଧ୍ୟ ବିଲ୍‌ ଉପରେ ସ୍ୱାକ୍ଷର କରିସାରିଛନ୍ତି। ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଏପ୍ରିଲ ୧ରୁ ମଣିପୁର ରାଜ୍ୟରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ, ଏଜେନ୍ସି ଏବଂ ପିଏସୟୁ ପାଇଁ ପାଞ୍ଚ ଦିନିଆ କାର୍ଯ୍ୟଦିବସ ରହିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ସରକାର କାର୍ଯ୍ୟାଳୟ,ଏଜେନ୍ସି ଏବଂ ପିଏସୟୁ ପାଇଁ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟଦିବସ ରହିବ। ଯଦି ଏହି ଦିନ ମଧ୍ୟରେ ସରକାରୀ ଛୁଟି ପଡ଼େ ତେବେ ମଧ୍ୟ ଅଫିସ୍‌ ବନ୍ଦ ରହିବ ବୋଲି ଜଣାପଡ଼ିଛି। ତେବେ ଗ୍ରୀଷ୍ମ ଦିନ ପାଇଁ ମାର୍ଚ୍ଚରୁ ଅକ୍ଟୋବର ପର୍ଯ୍ୟନ୍ତ ସକାଳ ୯ଟାରୁ ୫.୩୦ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ରହିବ। ସହ ଶୀତଦିନ ପାଇଁ ସମୟ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସବୁ ସରକାରୀ କାର୍ଯ୍ୟାଳୟ ଚାଲିବ।

Advertisment

କେବଳ ଏତିକି ନୁହେଁ ବରଂ ସମସ୍ତ ସରକାରୀ/ ଘରୋଇ ବିଦ୍ୟାଳୟ ସକାଳ ୮ଟାରୁ ସ୍କୁଲ ଆରମ୍ଭ ହେବ ବୋଲି ଏଥିରେ କୁହାଯାଇଛି। ସେ ଯାହା ବି ହେଉ ମଣିପୁର ସରକାରଙ୍କ ଏ ନିଷ୍ପତ୍ତକୁ ନେଇ ଏବେ ଭାରି ଚର୍ଚ୍ଚା। ବ୍ୟୁରୋ ରିପୋର୍ଟ, ଓଟିଭି

Govt Employees Two Days Leave In Week
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ