Advertisment

ଏଣିକି ଫୋନ୍‌ କଲେ ଆଉ ଶୁଭିବନି କରୋନା କଲର୍‌ ଟ୍ୟୁନ୍‌

ମୋବାଇଲକୁ ଫୋନ୍‌ କଲେ ଏଣିକି ଆଉ ଶୁଭିବନି କରୋନା କଲର ଟ୍ୟୁନ୍‌। ମହାମାରୀ କମିବା ପରେ କଲରଟ୍ୟୁନ୍‌ ବନ୍ଦ କରିବାକୁ ନିଷ୍ପତ୍ତି ନେଲା କେନ୍ଦ୍ର।

ଅଦ୍ୟତନ ହୋଇଛି
Caller Tune

Caller Tune

Advertisment

ଆଉ ମୋବାଇକୁ ଫୋନ୍‌ କଲେ ଶୁଭିବ ନାହିଁ କରୋନା କଲର ଟ୍ୟୁନ୍‌। ଗୁରୁତ୍ୱପୂର୍ଣ୍ଣ ଫୋନ୍‌ ରିସିଭ୍‌ ପୂର୍ବରୁ ଆଉ ବାଜିବନି କରୋନା ପାଇଁ ଦିଆଯାଉଥିବା ସତର୍କ ସୂଚନା। ଆପଣ ସମସ୍ତେ ଅନେକ ସମୟରେ କାହାକୁ ଗୁରୁତ୍ୱପୂର୍ଣ୍ଣ ଫୋନ୍‌ କରୁଥିବେ ହେଲେ ଫୋନ୍‌ ଲାଗିବାର ଗୋଟିଏ ମିନିଟ୍‌ ପର୍ଯ୍ୟନ୍ତ କରୋନାର ସତର୍କସୂଚନା ଆପଣଙ୍କୁ ଶୁଣାଯାଉଥିବ । ଆଉ ବାରମ୍ବାର ଏହି ସୂଚନା ପାଇ ଆପଣ ବିରକ୍ତ ହୋଇଯାଉଥିବେ । ହେଲେ ଆପଣଙ୍କ ପାଇଁ ଏକ ଖୁସିଖବର ଅଛି। କାରଣ ଆଉ ଫୋନ୍‌ କଲ ହେବା ବେଳେ ବାଜିବ ନାହିଁ କରୋନା କଲର ଟ୍ୟୁନ୍‌।

Advertisment

ଦୀର୍ଘ ଅଢେଇ ବର୍ଷ ପରେ କରୋନା ସମ୍ପର୍କୀତ କଲର ଟ୍ୟୁନକୁ ବନ୍ଦ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଭାରି ବିରକ୍ତି କରୁଥିଲା କରୋନା କଲର ଟ୍ୟୁନ୍‌ । ଅଢେଇ ବର୍ଷ ପରେ ବନ୍ଦ ହେବ ଏହି ଟ୍ୟୁନ୍‌। କରୋନା କଲର ଟ୍ୟୁନ୍‌ ବନ୍ଦ କରିବା ପାଇଁ ଅନେକ ସମୟରେ ମୋବାଇଲ ବ୍ୟବହାରକାରୀମାନେ ଦାବି କରୁଥିଲେ। ହେଲେ ୨ ବର୍ଷ ହେଲାଣି କିଛି ହେଉନଥିଲା । ମିଳିଥିବା ସୂଚନା ଅନୁସାରେ, ଅନେକ ପରାମର୍ଶ ପରେ ଶେଷରେ କରୋନା କଲର ଟ୍ୟୁନ୍‌କୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

କୌଣସି ସମୟରେ ଆପଣ କାହାକୁ ଜରୁରୀକାଳୀନ ଫୋନ୍‌ କରିବାକୁ ଯାଉଥିଲେ ସେହି ସମୟରେ ପ୍ରଥମେ କରୋନା ସତର୍କ ସୂଚନା ଦିଆଯାଉଥିଲା। ପାଖାପାଖି ୪୦ ରୁ ୬୦ ସେକେଣ୍ଡେ ପର୍ଯ୍ୟନ୍ତ ଅଯଥାରେ ଆପଣଙ୍କର ସମୟ ନଷ୍ଟ ହେଉଥିଲା। ଆଉ ଏହାକୁ ନେଇ ନାଖୁସ୍‌ ଥିଲେ ମୋବାଇଲ ବ୍ୟବହାରକାରୀ। ବର୍ତ୍ତମାନ ସମୟରେ ଦେଶରେ କୋଭିଡ ସ୍ଥିତିରେ ଅନେକ ସୁଧାର ଆସିଥିବାରୁ କରୋନା କଲର ଟ୍ୟୁନ ପ୍ରତ୍ୟାହାର କରିବା ବିଷୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗମ୍ଭୀରତାର ସହ ବିଚାର କରୁଛି ।

Advertisment

କରୋନା ଯେଉଁ ସମୟରେ ଦେଶରେ ଆତଙ୍କ ଖେଳାଉଥିଲା ସେହି ସମୟରେ ଲୋକଙ୍କ ମଧ୍ୟରେ ସଚେତନ ଲୋକଙ୍କ ମଧ୍ୟରେ କରୋନା ସଚେତନତା ସୃଷ୍ଟି କରିବାକୁ କୋଭିଡ୍-୧୯ କଲର ଟ୍ୟୁନ୍ ବ୍ୟବସ୍ଥା କରାଯାଇଥିଲା । ଆଉ ଆପଣ ଯେଉଁ ମୋବାଇଲକୁ କଲ୍‌ କଲେ ଏହି କରୋନା ସଚେତନତାବାର୍ତ୍ତାର କଲର ଟ୍ୟୁନ୍‌ ଶୁଣୁଥିଲେ। ପ୍ରଥମେ ଅମିତାଭ ବଚ୍ଚନ ଏଥିରେ ଭଏସ ଦେଉଥିଲେ ପରେ ଜସଲ୍ଲିନ୍ ଭଲ୍ଲା କଲର ଟ୍ୟୁନର ସ୍ୱର ଦେଇଛନ୍ତି । ତେବେ ଗତ ଦୁଇବର୍ଷ ଧରି ଏହି କରୋନା କଲର ଟ୍ୟୁନ୍ ଶୁଣିବାକୁ ମିଳୁଥିବା ବେଳେ ଆଗକୁ ଆଉ ଶୁଣିବାକୁ ମିଳିବନି । ଯାହା ଗ୍ରାହକଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର ।

COVID-19 Special Story Caller Tune
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ