Advertisment

ଦେଶବ୍ୟାପୀ ଅଗ୍ନିପଥ ହଙ୍ଗାମା ପରେ ବଦଳୁଛି ନିୟମ : ଅଗ୍ନିବୀରଙ୍କ ପାଇଁ କେନ୍ଦ୍ରର ଅଫର ପରେ ଅଫର୍

ଗୃହ, ପ୍ରତିରକ୍ଷା ମନ୍ତ୍ରାଳୟ ପରେ ଅନ୍ୟ ବିଭାଗରେ ସଂରକ୍ଷଣ ଘୋଷଣା

ଅଦ୍ୟତନ ହୋଇଛି
Special story

Special story

Advertisment

ଅଗ୍ନିପଥକୁ ନେଇ ଦେଶବ୍ୟାପୀ ହଙ୍ଗାମା ଭିତରେ ଅଗ୍ନିବୀରଙ୍କ ପାଇଁ କେନ୍ଦ୍ରର ଅଫର ପରେ ଅଫର । କେନ୍ଦ୍ର ଗୃହ ଓ ପ୍ରତିରକ୍ଷା ମନ୍ତ୍ରାଳୟ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବି ଅଗ୍ନିବୀରଙ୍କ ପାଇଁ ନିଯୁକ୍ତିରେ ସ୍ଥାନ ସଂରକ୍ଷଣ ଘୋଷଣା କରିଛି । ସେଣ୍ଟ୍ରାଲ୍ ଆର୍ମଡ ଫୋର୍ସ ଓ ଆସାମ୍ ରାଇଫଲ୍ସ ଭଳି ରକ୍ଷା ମନ୍ତ୍ରାଳୟର ନିଯୁକ୍ତିରେ ମଧ୍ୟ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଘୋଷଣା କରାଯାଇଛି ।ଏପଟେ ସ୍ଥିତିକୁ ନେଇ ଆଜି ତିନିବାହିନୀ ମୁଖ୍ୟଙ୍କ ସହ ବୈଠକ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।

Advertisment

ଥମୁନି ଅଗ୍ନିପଥ ନିଆଁ । ବିହାରରେ ଅଗ୍ନିବୀର ନିଯୁକ୍ତି ନିଆଁରେ ରାଜ୍ୟର ଅନେକ ସ୍ଥାନରେ ବିକ୍ଷୋଭ ବେଳେ ଆଜି ବି ପୋଡ଼ାଜଳା, ଭଙ୍ଗାରୁଜା ହୋଇଛି । ଉତ୍ତରପ୍ରଦେଶର ବିଭିନ୍ନ ସହରଠୁ ନେଇ ଚେନ୍ନାଇ, ଚଣ୍ଡିଗଡ଼, ଲୁଧିଆନା ଭଳି ସହରରେ ଆଜି ଉଗ୍ର ପ୍ରଦର୍ଶନ ହୋଇଛି । ସେହିପରି ଗତକାଲି କଟକ ପରେ ଆଜି ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଜଳ ରାଜସ୍ୱ କମିଶନରଙ୍କ ଅଫିସ୍ ଆଗରେ ବିକ୍ଷୋଭ କରିଛନ୍ତି ଶତାଧିକ ନିଯୁକ୍ତି ଆଶାୟୀ ।

ଏପଟେ ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ଚାଲିଥିବା ତୀବ୍ର ବିରୋଧ ଭିତରେ ଆଜି ତିନି ବାହିନୀ ମୁଖ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏଥିସହ ଅଗ୍ନିବୀର ନିଯୁକ୍ତିକୁ ନେଇ ଗୋଟିକ ପରେ ଗୋଟିଏ ନୂଆ ଘୋଷଣା ବି ହେବାରେ ଲାଗିଛି । ପ୍ରତିରକ୍ଷା ମନ୍ତ୍ରାଳୟର ସଦ୍ୟ ଘୋଷଣା ଅନୁଯାୟୀ, ବିଭାଗ ପକ୍ଷରୁ ହେଉଥିବା ନିଯୁକ୍ତିରେ ଅଗ୍ନିବୀର ମାନଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବ୍ୟବସ୍ଥା ହେଉଛି । କୋଷ୍ଟ ଗାର୍ଡ, ଡିଫେନ୍ସ ସିଭିଲିଆନ୍ ପୋଷ୍ଟ ସମେତ ପ୍ରତିରକ୍ଷା ମନ୍ତ୍ରାଳୟର ସମସ୍ତ ୧୬ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ନିଯୁକ୍ତି ବେଳେ ଅଗ୍ନିବୀରଙ୍କ ପାଇଁ ଏହି ସଂରକ୍ଷଣ ରହିବ ।ଏହି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଂଜୁରୀ ମିଳିଥିବା ବିଭାଗ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ।

Advertisment

ସେହିପରି ଅଗ୍ନିବୀରମାନଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ ମଧ୍ୟ ନିଯୁକ୍ତିରେ ସୁଯୋଗ ମିଳିବ ବୋଲି ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଗୃହମନ୍ତ୍ରାଳୟ ଆଜି ମଧ୍ୟ ଘୋଷଣା କରିଥିଲା ଯେ, ଅଗ୍ନିବୀରମାନେ ୪ ବର୍ଷ କାମ କରିବା ପରେ ସେମାନଙ୍କୁ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ଓ ଆସାମ ରାଇଫଲସରେ ନିଯୁକ୍ତି ବେଳେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ । ଏଥିସହ ନିଯୁକ୍ତି ବେଳେ ସେମାନଙ୍କ ସର୍ବୋଚ୍ଚ ବୟସ ସୀମାକୁ ୩ବର୍ଷ କୋହଳ କରାଯିବ । ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ନିର୍ଦ୍ଧାରିତ ବୟସ ସୀମାର ୫ବର୍ଷ କୋହଳ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ଏହାପୂର୍ବରୁ ଆନ୍ଦୋଳନକୁ ପ୍ରଶମିତ କରିବାର ପଦକ୍ଷେପ ସ୍ୱରୂପ ଗତକାଲି ମଧ୍ୟ ଅଗ୍ନିପଥ ଯୋଜନାରେ କେବଳ ଚଳିତ ନିଯୁକ୍ତି ପ୍ରକ୍ରିୟା ଲାଗି ଅଗ୍ନିବୀରଙ୍କ ନିଯୁକ୍ତିର ସର୍ବାଧିକ ବୟସ ସୀମାକୁ ୨୧ରୁ ୨୩ ବର୍ଷକୁ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର ।

ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ଯୁବାଙ୍କ ଆକ୍ରୋଶ ଏବଂ ଆନ୍ଦୋଳନକୁ ପ୍ରଶମିତ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍ନିବୀରଙ୍କ ପାଇଁ ବିଭିନ୍ନ ଅଫର ପରେ ଅଫର୍ ଭିତରେ ରାଜନୀତି ବି ତେଜିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନାଁରେ ଅଖିଳ ଭାରତ କଂଗ୍ରେସ କମିଟି ଆନ୍ଦୋଳନରତ ଯୁବକଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଜାରି କରି ସେମାନଙ୍କ ଦାବି ସହ ଥିବା କହି କେନ୍ଦ୍ର ସରକାରଙ୍କୁ କାଠଗଡ଼ାକୁ ଟାଣିଛି । ସେପଟେ ଅଗ୍ନିପଥକୁ ନେଇ ଚାଲିଥିବା ହିଂସାରେ ରାଜନୈତିକ ଷଡ଼ଯନ୍ତ୍ର ବାରିଛି ବିଜେପି ।

Advertisment

ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ଚାଲିଥିବା ହିଂସା ଗଣ୍ଡଗୋଳକୁ ନାପସନ୍ଦ କରିଛନ୍ତି ବାୟୁସେନା ମୁଖ୍ୟ । ହିଂସା ଦ୍ୱାରା କୌଣସି ସମସ୍ୟାସର ସମାଧାନ କରାଯାଇ ପାରିବ ନାହିଁ, ସ୍କିମ୍ ନେଇ ଯଦି କାହାର କିଛି ବୁଝିବାର ଅଛି, ନିକଟ ମିଲିଟାରୀ ଷ୍ଟେସନରୁ ବୁଝିବାକୁ ପରାମର୍ଶ ଦେଇଛନ୍ତି ଏୟାର ଚିଫ୍ ମାର୍ଶାଲ ବିବେକରାମ ଚୌଧରୀ ।

Agnipath Scheme Agnipath Recruitment Scheme Agnipath Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ