Special Parliament Session In New Parliament Building From Ganesh Puja
ଆସନ୍ତା ଗଣେଶ ପୂଜାରେ ବିଧିବଦ୍ଧ ଭାବେ ନୂଆ ସଂସଦ ଭବନର ଶୁଭାରମ୍ଭ ହେବ। ତା’ପୂର୍ବରୁ ନୂଆ ସଂସଦ ଭବନ ଲାଗି ନୂଆ ୟୁନିଫର୍ମ ଲାଗୁ ହୋଇଛି। ଉଭୟ ଲୋକସଭା ଓ ରାଜ୍ୟସଭାର କର୍ମଚାରୀଙ୍କ ଲାଗି ନୂଆ ଡ୍ରେସ୍ କୋଡ୍ ହୋଇଛି।
ଲେଜିସଲେଟିଭ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ସଫାରୀ ସ୍ୟୁଟ୍ ବଦଳରେ କ୍ରିମ୍ ରଙ୍ଗ୍ ଜ୍ୟାକେଟ୍ ସହ କ୍ରିମ୍ ସାର୍ଟ ପିନ୍ଧି ପାରିବେ। ମହିଳା କର୍ମଚାରୀ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଶାଢ଼ୀ ପିନ୍ଧିବେ। ପ୍ରାୟ ୨୭୧ ଜଣ ଷ୍ଟାଫଙ୍କୁ ନୂଆ ଡ୍ରେସ୍ ବଣ୍ଟା ସରିଛି । ଏସବୁ ଡ୍ରେସ୍ ରଙ୍ଗ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଫ୍ୟାଶନ୍ ଟେକ୍ନୋଲୋଜି ପକ୍ଷରୁ ଡିଜାଇନ କରାଯାଇଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694513081.jpg)