Advertisment

ନୂଆ ସଂସଦ ଭବନରେ ଲଞ୍ଚ ହେବ ୭୫ ଟଙ୍କିଆ କଏନ୍‌

ଆସନ୍ତା ୨୮ ତାରିଖ ରବିବାର ଦିନ ପୂରା ବିଶ୍ୱ କେବଳ ଭାରତର ନୂଆ ସଂସଦ ବିଲଡିଂକୁ ଦେଖିବ ନାହିଁ, ବରଂ ନୂଆ ମୁଦ୍ରାକୁ ମଧ୍ୟ ଦେଖିବ।

Rs 75 Coin

Rs 75 Coin

Advertisment

ନୂଆ ସଂସଦ ଭବନ ଉଦଘାଟନ ଅବସରରେ ୭୫ ଟଙ୍କିଆ ମୁଦ୍ରା ପ୍ରଚଳନ କରାଯିବ । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ମୁଦ୍ରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚଳନ କରିବେ । 

Advertisment

ମୁଦ୍ରାର ଗୋଟିଏ ପଟେ ଅଶୋକ ସ୍ତମ୍ଭ ରହିବ । ତା’ତଳେ ଲେଖା ରହିବ ସତ୍ୟମୈବ ଜୟତେ । ଏହାର ବାମ ପଟେ ଦେବନାଗରି ଲିପିରେ ଲିପିବଦ୍ଧ ହେବ ଭାରତ । ଡାହାଣ ପଟେ ଲେଖା ହେବ ଇଣ୍ଡିଆ । ମୁଦ୍ରାର ଆରପଟେ ରହିବ ନୂଆ ପାର୍ଲାମେଣ୍ଟ କମ୍ପେକ୍ସ । ଏହା ସହିତ ସଂସଦ ସଙ୍କୁଳ ଦେବନାଗରୀ ଲିପିରେ ଲିପିବଦ୍ଧ ହେବ । ତଳେ ଇଂରାଜୀରେ ପାର୍ଲାମେଣ୍ଟ କମ୍ପେକ୍ସ ଲେଖାଯିବ । 

ମୁଦ୍ରାର ବ୍ୟାସ ୪୪ ମିଲିମିଟର ହୋଇଥିବା ବେଳେ ତାର ଓଜନ ରହିବ ୩୫ ଗ୍ରାମ । ରୁପା, ତମ୍ବା, ନିକେଲ ଓ ଦସ୍ତା ଧାତୁକୁ ମିଶାଇ ଏହି ମୁଦ୍ରା ନିର୍ମିତ ହେବ । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ଶହ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବେ। କଂଗ୍ରେସ ସମେତ ୨୧ଟି ବିରୋଧୀ ଦଳ ଏହି କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି । ତଥାପି ଏନଡିଏ ଓ ଅଣ ଏନଡିଏ ଦଳକୁ ମିଶାଇ ମୋଟ ୨୫ଟି ଦଳର ପ୍ରତିନିଧି ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡ଼ିଛି ।

Advertisment
Rs 75 Coin New Parliament Building PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ