Advertisment

ନିର୍ବାଚନୀ ପର୍ବରେ 'ରଙ୍ଗ ରାଜନୀତି' ଜୋର୍, ସାମ୍ ପିଟ୍ରୋଡାଙ୍କ ବୟାନ ପରେ ବିବାଦ

୨୪ ମହାସମର ପାଇଁ ରାଜନୀତିର ରଙ୍ଗରେ ରଙ୍ଗିନ୍ ହୋଇଥିବା ଭାରତରେ ଏବେ ବର୍ଣ୍ଣ ବୈଷମ୍ୟ ଟିପ୍ପଣି ତାତି ।

Sam Pitroda

Sam Pitroda

Advertisment

ପ୍ରଥମେ 'ଉତ୍ତରାଧିକାର କର' ବୟାନ। ଆଉ ଏବେ 'ବର୍ଣ୍ଣ ବୈଷମ୍ୟ' ଟିପ୍ପଣି। ସାମ୍ ପିଟ୍ରୋଡାଙ୍କ ବୟାନ ପରେ ବିବାଦ । ଅଡୁଆ ପରେ ହାତ ଛାଡ଼ିଦେଲା କଂଗ୍ରେସ। ନିର୍ବାଚନୀ ପର୍ବରେ 'ରଙ୍ଗ ରାଜନୀତି' ଜୋର୍। ସମାଲୋଚିତ 'ଉତ୍ତରାଧିକାରୀ କର' ବୟାନ ଦେଇ ବିବାଦରେ ଥିବା ସାମ୍ ପିଟ୍ରୋଡା ପୁଣି ଦେଇଛନ୍ତି ଆଉ ଏକ କଟୁ ଟିପ୍ପଣି। ଏବେ ସେ ଉତ୍ତର ପୂର୍ବ ଭାରତ ଏବଂ ଦକ୍ଷିଣ ଭାରତୀୟଙ୍କ ରଙ୍ଗକୁ ନେଇ ବୟାନ ଦେଇ ଆସିଛନ୍ତି ବିବାଦକୁ। ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ସଭାପତି ସାମ୍ ପିଟ୍ରୋଡାଙ୍କ ବୟାନକୁ ନେଇ ଏବେ ରାଜନୀତି ଜୋର୍।

Advertisment

୨୪ ମହାସମର ପାଇଁ ରାଜନୀତିର ରଙ୍ଗରେ ରଙ୍ଗିନ୍ ହୋଇଥିବା ଭାରତରେ ଏବେ ବର୍ଣ୍ଣ ବୈଷମ୍ୟ ଟିପ୍ପଣି କରି କଂଗ୍ରେସ ପାଇଁ ଅଡୁଆ ସୃଷ୍ଟ କରିଛନ୍ତି ସାମ୍ । ଏକ ଘରୋଇ ମିଡିଆକୁ ସାକ୍ଷାତାକର ଦେଇ ଯେଉଁ ବୟାନ ରଖିଛନ୍ତି ତାକୁ ନେଇ ରାଜନୀତି ଜୋର୍। ବିବିଧତାର ଦେଶ ଭାରତରେ ସମସ୍ତେ ମିଳିମିଶି ରୁହନ୍ତି, ଉତ୍ତର ପୂର୍ବ ରାଜ୍ୟର ଲୋକମାନେ ଚୀନ୍, ପଶ୍ଚିମ ଭାରତର ଲୋକ ଆରବ, ଦକ୍ଷିଣ ଭାରତର ଲୋକମାନେ ଆଫ୍ରିକୀୟଙ୍କ ଭଳି ଦିଶନ୍ତି ବୋଲି କହିଛନ୍ତି ସାମ୍।

ସାମ୍‌ଙ୍କ ଏହି ବୟାନକୁ ନେଇ ତୀବ୍ର କ୍ଷୁବ୍ଧ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଶେହେଜାଦାଙ୍କ ଫିଲୋସଫର ନିଜର ସବୁ ସୀମା ପାର୍ କରିଛନ୍ତି। ମୁଁ ମୋର ଦେଶବାସୀଙ୍କ ଅପମାନ ସହି ପାରିବି ନାହିଁ ବୋଲି କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ପିଏମ୍।

Advertisment

ସେପଟେ ସାମ୍‌ଙ୍କ ଏହି ତଥାକଥିକ ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି ସାରା ଦେଶରେ । ଆସାମ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୋସିଆଲ ମିଡିଆରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମଣିୁପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ କିନ୍ତୁ ସାମ୍‌ଙ୍କ ଏହି ବୟାନରୁ ନିଜକୁ ଦୂରେଇ ରଖିଛି । ଏହା ଦୁର୍ଭାଗ୍ୟଜନକ ଏବଂ କଦାପି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ।

ନିର୍ବାଚନୀ ପର୍ବରେ ସାମଙ୍କ ଏହି ବୟାନ ବିଜେପି ପାଇଁ ଏକ ମୌକା ସୃଷ୍ଟି କରିଛି। କଂଗ୍ରେସକୁ ସମାଲୋଚନା କରିବା ପାଇଁ ସାମ୍ ଯେମିତି ସୁଯୋଗଟିଏ ଦେଇ ଦେଇଛନ୍ତି । ୨୪ ନିର୍ବାଚନୀର ବାକି ଥିବା ପର୍ଯ୍ୟାୟରେ ବିଜେପି ଏହାକୁ ମୁଖ୍ୟ ମୁଦ୍ଦା କରିବ ଏଥିରେ ସନ୍ଦେହ ନାହିଁ ।

Advertisment

ସେପଟେ ଏହି ପ୍ରସଙ୍ଗରେ ଷଣ୍ଢୁଆସୀ ଆକ୍ରମଣ କରିଛି ଭାରତୀୟ ଜନତା ପାର୍ଟି । ନୂଆଦିଲ୍ଲୀ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ତୀବ୍ର ସମାଲୋଚନା କରିଛନ୍ତି ସାଂସଦ ସୁଧାଂଶୁ ତ୍ରିବେଦୀ। ସାମ୍ ପିଟ୍ରୋଡାଙ୍କ ଭାଇରାଲ ଭିଡିଓ ଦେଖାଇବା ସହ କଂଗ୍ରେସକୁ ପ୍ରଶ୍ନ ଘେରକୁ ଟାଣିଛନ୍ତି ।

Narendra Modi Congress General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ