Advertisment

ଏଣିକି Truecaller ନଥିଲେ ବି ଚିହ୍ନିବେ ଅଜଣା ନମ୍ବର !

ଆଜିକାଲି ସ୍ପାମ୍‌ କଲ୍‌(Spam Calls)କୁ ନେଇ ସମସ୍ତେ ଚିନ୍ତିତ। କାରଣ ଅଜଣା ନମ୍ବରରୁ ଏତେ କଲ୍‌ ଆସୁଛି ଯେ, ଏଥିପାଇଁ ଅଯଥାରେ ୟୁଜର୍ସଙ୍କୁ ଟେନ୍‌ସନ୍‌ ନେବାକୁ ପଡ଼ୁଛି। ଅନେକ ପ୍ରଚେଷ୍ଟା ସତ୍ତ୍ୱେ ମଧ୍ୟ ଏଭଳି କଲ୍‌ ଉପରେ କୌଣସି ଲଗାମ ଲଗାଯାଇ ପାରୁ ନାହିଁ।

ଅଦ୍ୟତନ ହୋଇଛି
Soon TRAI May Bring KYC Based Caller Id System

Soon TRAI May Bring KYC Based Caller Id System

Advertisment

ଆଜିକାଲି ସ୍ପାମ୍‌ କଲ୍‌(Spam Calls)କୁ ନେଇ ସମସ୍ତେ ଚିନ୍ତିତ। କାରଣ ଅଜଣା ନମ୍ବରରୁ ଏତେ କଲ୍‌ ଆସୁଛି ଯେ, ଏଥିପାଇଁ ଅଯଥାରେ ୟୁଜର୍ସଙ୍କୁ ଟେନ୍‌ସନ୍‌ ନେବାକୁ ପଡ଼ୁଛି। ଏପରିକି ଆପଣ DND(Do Not Disturb) ଅପ୍‌ସନ୍‌ କିମ୍ବା ଅନ୍ୟ ଫିଚର ଯାହାବି କିଛି ବ‍୍ୟବହାର କଲେ Spam Callରୁ ବଞ୍ଚିବା ଏତେଟା ସହଜ ନୁହେଁ। ସେପଟେ ଆଉ ଏକ ସମସ୍ୟା ହେଉଛି ଫ୍ରଡ୍‌ କଲ୍‌। ଏଭଳି ଫ୍ରଡ୍‌ କଲ୍‌ କରି ସ୍କାମର୍‌ମାନେ ନିଜକୁ ବ୍ୟାଙ୍କ୍‌ ଏକ୍‌ଜିକ୍ୟୁଟିଭ୍‌ ନଚେତ୍‌ ଅନ୍ୟ କିଛି ପରିଚୟ ଦେଇ ଲୋକଙ୍କୁ ଠକିଥାନ୍ତି। ଏଭଳି ସ୍ଥିତିରେ ଅଜଣା ନମ୍ବରରୁ ଆସୁଥିବା କଲର୍‌ର ନାଁ ୟୁଜର୍ସ ଜାଣି ପାରୁ ନାହାନ୍ତି। 

Advertisment

ଅନେକ ପ୍ରଚେଷ୍ଟା ସତ୍ତ୍ୱେ ମଧ୍ୟ ଏଭଳି କଲ୍‌ ଉପରେ କୌଣସି ଲଗାମ ଲଗାଯାଇ ପାରୁ ନାହିଁ। ତେଣୁ ଏସବୁରୁ ଲୋକମାନେ କିଭଳି ବର୍ତ୍ତିବେ ଏଥିପାଇଁ TRAI(Telecom Regulatory Authority of India) ଏକ ନୂଆ ଫିଚର ଉପରେ କାମ କରୁଛି। ତେବେ ଏହି ଫିଚର ସମ୍ପର୍କରେ ସବିଶେଷ ତଥ୍ୟ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସି ନାହିଁ।

ଖୁବ୍‌ଶୀଘ୍ର ଆସିବ ନୂଆ ଫିଚର...

TRAIର ଏହି ନୂଆ ଫିଚର କଲର୍‌ ଆଇଡେଣ୍ଟିଟି ସହ ଜଡ଼ିତ। ରିପୋର୍ଟ ଅନୁସାରେ, କୌଣସି ଅଜଣା ନମ୍ବରରୁ କଲ୍‌ ଆସିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ମଧ୍ୟ ଫୋନ୍‌ ସ୍କ୍ରିନ୍‌ରେ ଆସିବ। ଏହି ନାଁ ୟୁଜର୍ସଙ୍କ KYC ଅନୁସାରେ ହେବ। ଅର୍ଥାତ୍‌ ଯାହା ନାଁରେ ସିମ୍‌ ଅଛି ତାଙ୍କର ନାଁ ଫୋନ୍‌ ସ୍କ୍ରିନ୍‌ରେ ଆସିବ। ଯେବେବି ଏହି ନିୟମ ଲାଗୁ ହେବ ସେବେଠୁ କୌଣସି ଅଜଣା ନମ୍ବରରୁ କଲ୍‌ ଆସିଲେ ୟୁଜର୍ସ ସମ୍ପୃକ୍ତ କଲର୍‌ଙ୍କ ନାଁ ମଧ୍ୟ ଜାଣିପାରିବେ। ଏପରିକି ଆପଣ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ଫୋନ୍‌ରେ ସେଭ୍‌ କରିନଥିଲେ ମଧ୍ୟ ଏହା ଜାଣିପାରିବେ। ମିଡିଆ ରିପୋର୍ଟ ଅନୁସାରେ, ଆସନ୍ତା ୩ ସପ୍ତାହ ମଧ୍ୟରେ TRAIର ଏହି ନୂଆ ଫିଚର ରିଲିଜ ହୋଇପାରେ।

Advertisment

କାମ ଦେବନି କି Truecaller ?

ଅଜଣା ନମ୍ବର କାହାର ଏହା ଜାଣିବା ପାଇଁ ସାଧାରଣତଃ ୟୁଜର୍ସଙ୍କୁ Truecaller ଭଳି ଥାର୍ଡ ପାର୍ଟି ଆପ୍‌ର ଆବଶ୍ୟକତା ପଡ଼ିଥାଏ। ଯେହେତୁ ଏହା  ଥାର୍ଡ ପାର୍ଟି ଆପ୍‌ ତେଣୁ Data Crowdsourced ପାଇଁ ଏହି ଆପ୍‌ ଉପରେ ଶତପ୍ରତିଶତ ଭରସା କରାଯାଇ ନପାରେ। ଏଭଳି ସ୍ଥିତିରେ ଆପଣ KYC ସିଷ୍ଟମ୍‌ ଉପରେ ପୁରା ଭରସା କରିପାରିବେ। ଏଠାରେ ଲୋକଙ୍କ ମନରେ ପ୍ରଶ୍ନ ନିଶ୍ଚୟ ଭାବେ ଆସିବ ଯେ, ଯଦି TRAIର ଏହି ନୂଆ ଫିଚର ଆସେ ତା’ହେଲେ କ’ଣ Truecaller ଭଳି ଆପ୍‌ ଆଉ କାମ ଦେବ ନାହିଁ କି ? ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଯେତେବେଳେ TRAIର ଏହି ନୂଆ ଫିଚର ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଥିଲା, ସେତେବେଳେ Truecaller ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ତାଙ୍କର ଏହି ମୁକାବିଲା  TRAIର ଏହି ସର୍ଭିସ୍‌ ସହ ହେବ ନାହିଁ। ୨୦୨୨, ମେ’ରେ Truecallerର ସିଇଓ ଓ କୋ-ଫାଉଣ୍ଡର Alan Mamedi କହିଥିଲେ ଯେ, ଟ୍ରାଇର କଲର୍‌ ନେମ୍‌ ଡିସ୍‌ପ୍ଲେ ସିଷ୍ଟମର ସିଧା ମୁକାବିଲା Truecaller ସହ ହେବ ନାହିଁ। 

Fraud Calls Truecaller
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ