Advertisment

ଶାଣିତ ହେଉଛି ମୋଦି ବିରୋଧୀ ସ୍ୱର: ୨୦ରେ ବିରୋଧୀ ନେତାଙ୍କୁ ନେଇ ବୈଠକ କରିବେ ସୋନିଆ ଗାନ୍ଧୀ

ଏନସିପି ନେତା ଶରଦ ପାୱାରଙ୍କ ସହ ଅନେକ ରାଜ୍ୟର ହେଭିୱେଟ୍‌ଙ୍କୁ ଆସନ୍ତା ୨୦ରେ ଆୟୋଜିତ ହେଉଥିବା ବୈଠକକୁ ନିମନ୍ତ୍ରଣ କରାଯାଇଛି। କୁହାଯାଉଛି ମଧ୍ୟାହ୍ନ କିମ୍ବା ରାତ୍ରୀ ଭୋଜନ ସମୟରେ ବିରୋଧୀମାନଙ୍କ ସହ ଆଲୋଚନା କରିପାରନ୍ତି ସୋନିଆ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତ ମୌସୁମୀ ଅଧିବେଶନରେ ବିରୋଧୀମାନେ ଏକଜୁଟ୍‌ ହୋଇ ମୋଦି ସରକାରକୁ ପ୍ରବଳ କଟାକ୍ଷ କରିଥିଲେ

ଅଦ୍ୟତନ ହୋଇଛି
ଶାଣିତ ହେଉଛି ମୋଦି ବିରୋଧୀ ସ୍ୱର: ୨୦ରେ ବିରୋଧୀ ନେତାଙ୍କୁ ନେଇ ବୈଠକ କରିବେ ସୋନିଆ ଗାନ୍ଧୀ

sonia

Advertisment

ନୂଆଦିଲ୍ଲୀ: ଶାଣିତ ହେବାରେ ଲାଗିଛି ବିରୋଧୀଙ୍କ ସ୍ୱର। ବିରୋଧୀମାନଙ୍କୁ ଏକଜୁଟ୍‌ କରିବା ଲାଗି ପ୍ରୟାସ ଆରମ୍ଭ କରିଦେଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। କେମିତି ସବୁ ବିରୋଧୀ ଦଳ ଗୁଡ଼ିକ ଏକାଠି ହୋଇ ମୋଦି ସରକାରଙ୍କୁ ହରଡ଼ଘଣାରେ ପକାଇବେ ସେନେଇ ଚିନ୍ତ କରୁଛି କଂଗ୍ରେସ। ସୂଚନା ଅନୁସାରେ, କେନ୍ଦ୍ରରେ ବିରୋଧରେ ଚାଲିଥିବା ସଂଗ୍ରାମରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ଅନେକ ରାଜ୍ୟର ବିରୋଧୀ ନେତାଙ୍କ ସହ ଆଲୋଚନା କରୁଛନ୍ତି ସୋନିଆ।

Advertisment

ଏନସିପି ନେତା ଶରଦ ପାୱାରଙ୍କ ସହ ଅନେକ ରାଜ୍ୟର ହେଭିୱେଟ୍‌ଙ୍କୁ ଆସନ୍ତା ୨୦ରେ ଆୟୋଜିତ ହେଉଥିବା ବୈଠକକୁ ନିମନ୍ତ୍ରଣ କରାଯାଇଛି। କୁହାଯାଉଛି ମଧ୍ୟାହ୍ନ କିମ୍ବା ରାତ୍ରୀ ଭୋଜନ ସମୟରେ ବିରୋଧୀମାନଙ୍କ ସହ ଆଲୋଚନା କରିପାରନ୍ତି ସୋନିଆ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତ ମୌସୁମୀ ଅଧିବେଶନରେ ବିରୋଧୀମାନେ ଏକଜୁଟ୍‌ ହୋଇ ମୋଦି ସରକାରକୁ ପ୍ରବଳ କଟାକ୍ଷ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, ଦିନେ ହେଲେ ବି ବିନା ପାଟିତୁଣ୍ଡରେ ଚାଇପାରିନଥିଲା ଗୃହ। ଆଉ ବାଚସ୍ପତି ବାଧ୍ୟ ହୋଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଗୃହକୁ ମୁଲତବୀ ଘୋଷଣା କରିଦେଇଥିଲେ। ଆଉ ଏପରି ସମୟରେ ବିରୋଧୀମାନେ ଏକାଠି ହେବାର ଆବଶ୍ୟକତା ରହିଛି ବୋଇଲି ପୂର୍ବରୁ ରାହୁଲ ମଧ୍ୟ କହିଥିଲେ।ଅନ୍ୟପଟେ ଆଜି ସକାଳେ ବିରୋଧୀଦଳ ନେତାମାନେ ସଂସଦରୁ ଯନ୍ତରମନ୍ତର ପର୍ଯ୍ୟନ୍ତ ଏକ ବିକ୍ଷୋଭ ରାଲି କରିଛନ୍ତି ।

Advertisment

ଆଜି ରାଲି ସମୟରେ ସରକାର ଉପରେ ପ୍ରବଳ ବର୍ଷିଥିଲେ ରାହୁଲ ଗାନ୍ଧୀ। ରାହୁଲ ଅଭିଯୋଗ କରିଛନ୍ତି ଯେ ଗୃହ କେମିତି ଚାଲିବ ସେ ଦାୟିତ୍ୱ ଗୃହ ସଭାପତିଙ୍କ। ସେ ପକ୍ଷପାତିତା କରୁଛନ୍ତି। ଯେଉଁ ସମୟରେ ଶାସକ ଦଳର ନେତାମାନେ କିଛି କହୁଛନ୍ତି ତାହାକୁ ଶୁଣୁଛନ୍ତି କେବଳ ଏତିକି ନୁହେଁ ବରଂ ସେମାନେ ହୋହାଲ୍ଲା କଲା ବେଳେ ଚେୟାରମ୍ୟାନ ନୀରବ ରହୁଛନ୍ତି କିନ୍ତୁ ବିରୋଧୀ ଦଳ ନେତମାନେ କିଛି କହିଲେ ତାହାକୁ ଅଭଦ୍ରାମୀର ପରିଚୟ ଦିଆଯାଉଛି। ଏହା କେଉଁ ପ୍ରକାର ମାନସିକତା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ?

ଏହାସହ ରାହୁଲ କହିଛନ୍ତି ଯେ, ଉଭୟ ଶାସକ-ବିରୋଧୀଙ୍କ କଥା ଶୁଣିବା ଓ ଆଲୋଚନା କରିବା ସଭାପତିଙ୍କ ଦାୟିତ୍ୱ। କିନ୍ତୁ ଏହାକୁ କେମିତି ଆଖିଠାର ମାରିକି ଗୃହ ଚାଲୁଛି ତାହା ସମସ୍ତେ ଦେଖୁଛନ୍ତି।

Advertisment

କେବଳ ଏତିକି ନୁହେଁ ବରଂ ରାହୁଲ ଅଭିଯୋଗ କରିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ଆଜି ଦେଶକୁ କେମିତି ବିକ୍ରି କରିବେ ସେନେଇ କାମ କରୁଛନ୍ତି, ଦେଶର ଦୁଇ-ତିନି ଶିଳ୍ପପତିଙ୍କ ଦ୍ୱାରା ବିକ୍ରି ହେଉଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର କେବଳ ଧନୀ ଲୋକଙ୍କ କଥା ଶୁଣିବେ ଆଉ ଗରୀବମାନଙ୍କୁ ଆଚ୍ଛାଦିନ କହି ମିଛ ପ୍ରତିଶ୍ରୁତି ଦେବେ ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଏହାସହ ସେ କହିଛନ୍ତି, ସଂସଦରେ ବିରୋଧୀମାନଙ୍କୁ କହିବାର ସୁଯୋଗ ଦିଆଯାଉନାହିଁ। ଏହାଦ୍ୱାରା ୬୦ ପ୍ରତିଶତ ଲୋକଙ୍କ ସ୍ୱରକୁ ଦମନ କରାଯାଉଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ।

India Congress Sonia Gandhi Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ