Advertisment

ଦ୍ୱିତୀୟ ଥର ପାଇଁ ସୋନିଆ ଗାନ୍ଧିଙ୍କୁ ଇଡିର ପଚରାଉଚରା

ନେସନାଲ ହେରାଲ୍ଡ ମାମଲାରେ ସୋନିଆଙ୍କୁ ପୁଣି ପଚରାଉଚରା....

Sonia Gandhi appears before Enforcement Directorate

Sonia Gandhi appears before Enforcement Directorate

Advertisment

ନେସନାଲ ହେରାଲ୍ଡ ମାମଲାରେ ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡିରେ ହାଜର ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଦ୍ୱିତୀୟ ଥର ପାଇଁ ଆସୋସିଏଟେଡ୍ ଜର୍ଣ୍ଣାଲ ଓ ନେସନାଲ୍ ହେରାଲଡ କାରବାର ନେଇ ସୋନିଆଙ୍କୁ ପଚରାଉଚରା କରାଯାଉଛି । ଇଡି ଅଫିସକୁ ଯିବାବେଳେ ସୋନିଆଙ୍କ ସହ ଗାଡ଼ିରେ ପୁଅ ରାହୁ ଓ ଝିଅ ପ୍ରିୟଙ୍କା ଗାନ୍ଧି ଥିଲେ ।

Advertisment

ସୋମବାର ଦିନ ହାଜର ହେବା ପାଇଁ ଗତ ଶୁକ୍ରବାର ଦିନ ଇଡି ପକ୍ଷରୁ ସୋନିଆଙ୍କୁ ସମନ କରାଯାଇଥିଲା । ପରେ ପୁଣି ଏହାକୁ ଦିନଟିଏ ଘୁଞ୍ଚାଇ ଦିଆଯାଇଥିଲା । ନୂଆ ସମନ ଅନୁସାରେ ସୋନିଆ ଆଜି ଇଡିରେ ହାଜର ହୋଇଛନ୍ତି ।

Advertisment

ପୂର୍ବରୁ ମଧ୍ୟ ଗତ ଗୁରୁବାର ଦିନ ଦୁଇ ଘଣ୍ଟା ପାଇଁ ଇଡି ସୋନିଆଙ୍କୁ ପଚରାଉଚରା କରିଥିଲା । ସେଦିନ ସୋନିଆଙ୍କୁ ଇଡି ପ୍ରାୟ ୨୪ଟି ପ୍ରଶ୍ନ ପଚାରିଥିଲା । ଏସବୁ ଆସୋସିଏଟେଡ୍ ଜର୍ଣ୍ଣାଲ ଓ ନେସନାଲ ହେରାଲ୍ଡ କାରବାର ସହ ଜଡ଼ିତ ଥିଲା । ତେବେ ସୋନିଆ ଓ ରାହୁଲଙ୍କୁ ବାରମ୍ବାର ଇଡି ସମନ କରିବାକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏହାସହ ଦେଶବ୍ୟାପୀ ବିକ୍ଷୋଭ କରାଯାଇଛି ।

ଆକ୍ରୋଶମୂଳକ ରାଜନୀତି କରି ଶାସକ ବିଜେପି ଏଭଳି କରୁଥିବା କଂଗ୍ରେସ ନେତା କହିଛନ୍ତି । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ୫ ଦିନରେ ୫୦ ଘଣ୍ଟା ଧରି ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତ ଏପ୍ରିଲରେ ଏହି ମାମଲାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ୍‌ ଖର୍ଗେ ଓ ପଓ୍ୱନ ବନସାଲଙ୍କୁ ଇଡି ପ୍ରଚାର କରିସାରିଛି ।

Advertisment

ସୋନିଆଙ୍କୁ ଜେରା ପ୍ରତିବାଦରେ କଂଗ୍ରେସର ଦେଶବ୍ୟାପି ବିକ୍ଷୋଭ :-

ସୋନିଆ ଗାନ୍ଧୀଙ୍କୁ ଇଡି ନୋଟିସ ପ୍ରସଙ୍ଗରେ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରତିବାଦ ସହ ସତ୍ୟାଗ୍ରହ କରାଯାଇଛି । ରାଜଧାନୀରେ ଥିବା କଂଗ୍ରେସ ଭବନ ସମ୍ମୁଖରେ କଂଗ୍ରେସ ନେତା ଓ କର୍ମୀ ସତ୍ୟାଗ୍ରହରେ ବସିଛନ୍ତି । ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧକ୍ଷତାରେ ବହୁ ବରିଷ୍ଠ ନେତା ସମେତ ବିଧାୟକମାନେ ସାମିଲ ହୋଇଛନ୍ତି । କେନ୍ଦ୍ରରେ ଶାସନ କରୁଥିବା କେନ୍ଦ୍ର ସରକାର ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ । କଂଗ୍ରେସ ଭୟରେ ଇଡିକୁ ବିଜେପି ବ୍ୟବହାର କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଏହା ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ଇଡି ଅଫିସ ଘେରାଉ କରିଥିଲା କଂଗ୍ରେସ ତାସହ ସମସ୍ତ ଜିଲ୍ଲାରେ ମଧ୍ୟ ପ୍ରତିବାଦ ଓ ବିରୋଧ କରାଯାଇଥିଲା ।

Sonia Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ