Advertisment

ସୋନାଲି ଫୋଗଟଙ୍କ ଲକର୍‌ ପାସ୍‌ୱାର୍ଡ ଜାଣିଥିଲେ ସୁଧୀର, ହେଲେ ପୋଲିସ୍‌କୁ ଭୁଲ୍‌ କହିଲେ...

ଗୋଆ ପୋଲିସ୍‌ ସହ ଭିଡିଓ କଲ୍‌ରେ ପଚରାଉଚରା ବେଳେ ସୁଧୀର ୨ଟି ପାସ୍‌ୱାର୍ଡ କହିଥିଲେ। ଏଥିମଧ୍ୟରୁ ଗୋଟିଏ ପାସ୍‌ୱାର୍ଡ ୩ ଡିଜିଟ୍‌ ଓ ଅନ୍ୟ ଏକ ପାସ୍‌ୱାର୍ଡ ୬ ଡିଜିଟ୍‌।

Sonali Phogat Death Case

Sonali Phogat Death Case

Advertisment

ଏବେ ବି ରହସ୍ୟ ଘେରରେ ଟିକ୍‌ଟକ୍‌ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ୍‌ଙ୍କ ମୃତ୍ୟୁ।  ଏସବୁ ଭିତରେ ଏହି ମାମଲାରେ ଆଉ ଏକ ଖୁଲାସା ହୋଇଛି। ସୋନାଲିଙ୍କ ସହଯୋଗୀ ସୁଧୀର ସାଙ୍ଗ୍‌ୱାନ, ସୋନାଲିଙ୍କ ଲକର୍‌ ପାସୱାର୍ଡ ଜାଣିଥିଲେ ବୋଲି ଜଣାପଡ଼ିଛି। ଗୋଆ ପୋଲିସ୍‌ ସହ ଭିଡିଓ କଲ୍‌ରେ ପଚରାଉଚରା ବେଳେ ସୁଧୀର ୨ଟି ପାସ୍‌ୱାର୍ଡ କହିଥିଲେ। ଏଥିମଧ୍ୟରୁ ଗୋଟିଏ ପାସ୍‌ୱାର୍ଡ ୩ ଡିଜିଟ୍‌ ଓ ଅନ୍ୟ ଏକ ପାସ୍‌ୱାର୍ଡ ୬ ଡିଜିଟ୍‌। ହେଲେ ସୁଧୀର କହିଥିବା ଏହି ୨ଟି ପାସ୍‌ୱାର୍ଡରେ ଲକର୍‌ ଖୋଲି ନଥିଲା। ଫଳରେ ସୋନାଲିଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପୋଲିସ୍‌ ଲକର୍‌ ସିଲ୍‌ କରିଛି।

Advertisment

ଡାଏରୀରରେ ରହିଛି ଅନେକ ଫୋନ୍‌ ନମ୍ବର...

ଏହି ମାମଲାରେ ଛାନ୍‌ଭିନ୍‌ କରୁଥିବା ଗୋଆ ପୋଲିସ୍‌ ହାତରେ ସୋନାଲିଙ୍କ ୩ଟି ଡାଏରୀ ଲାଗିଛି। ପରିବାର ସଦସ୍ୟଙ୍କ କହିବା ଅନୁସାରେ, ଏହିସବୁ ଡାଏରୀରେ କେବଳ ସୋନାଲିଙ୍କ ଭାଷଣ, ପାର୍ଟି କାର୍ଯ୍ୟକର୍ତ୍ତା, କିଛି ନେତାଙ୍କ ଫୋନ୍‌ ନମ୍ବର ଓ କିଛି ଖର୍ଚ୍ଚ ସମ୍ପର୍କରେ ଲେଖା ହୋଇଛି। ଗୋଆ ପୋଲିସ୍‌ ଲକର୍‌ ସିଲ୍‌ କରିବା ସହ ଏହିସବୁ ଡାଏରୀ ମଧ୍ୟ ଜବତ କରିଛି।

ସୁଧୀରଙ୍କୁ ପଚରାଉଚରା...

ସୋନାଲି ଫୋଗଟ୍‌ଙ୍କ ସନ୍ତ ନଗର ସ୍ଥିତ ବାସଭବନରେ ଗୋଆ ପୋଲିସ୍‌ ଟିମ୍‌ ଦୁଇ ଦୁଇ ଥର ଛାନ୍‌ଭିନ୍‌ କରିଛି। ପ୍ରଥମ ଦିନରେ ମାତ୍ର ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଛାନ୍‌ଭିନ୍‌ କରାଯାଇଥିଲା। ହେଲେ କିଛି ପ୍ରମାଣ ମିଳି ନଥିଲା। ଏହା ପରଦିନ ୪ ଘଣ୍ଟା ପଚରାଉଚରା ପରେ ୩ଟି ଡାଏରୀ ଓ ଲକର୍‌ ସିଲ୍‌ କରାଯାଇଥିଲା।

Advertisment

ସୋନାଲିଙ୍କ ପ୍ରପର୍ଟି ଉପରେ ଥିଲା ସୁଧୀରଙ୍କ ନଜର...

ଏହାପୂର୍ବରୁ ପୋଲିସ୍‌ ଖୁଲାସା କରିଥିଲା ଯେ, ସୋନାଲିଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଉପରେ ସୁଧୀର ଆଖି ପକାଇଥିଲେ। ଯେକୌଣସି ମୂଲ୍ୟରେ ସୋନାଲିଙ୍କ ଏକ ଫାର୍ମହାଉସ୍‌କୁ ୨୦ ବର୍ଷ ପାଇଁ ଲିଜ୍‌ରେ ନେବାକୁ ସେ ଚାହୁଁଥିଲେ। କେବଳ ବର୍ଷକୁ ମାତ୍ର ୬୦ ହଜାର ଟଙ୍କା ଦେଇ ସୁଧୀର ଏହି ଡିଲ୍‌ ନିଶ୍ଚିତ କରିବାକୁ ଚାହୁଁଥିଲେ।

Advertisment

ସୋନାଲିଙ୍କୁ ଡ୍ରସ୍‌ ଦେଉଥିଲେ ସୁଧୀର !

ସୁଧୀର, ସୋନାଲିଙ୍କୁ ଡ୍ରଗ୍ସ ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ପୋଲିସ୍‌ ହାତରେ ଲାଗିଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି, ସୋନାଲିଙ୍କୁ କିଛି ନିଶାଦ୍ରବ୍ୟ ଦିଆଯାଉଛି। ଅନ୍ୟ ଏକ ଫୁଟେଜରେ ଦେଖିବାକୁ ମିଳିଛି, ସୋନାଲିଙ୍କୁ କୌଣସି ଏକ ସ୍ଥାନକୁ ଧରିକି ନିଆଯାଉଛି। ଏହି ଭିଡିଓରେ ଟିକ୍‌ଟକ୍‌ ଷ୍ଟାର ସୋନାଲିଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ମୃତ୍ୟୁ ପୂର୍ବର ବୋଲି ଦାବି ହୋଇଛି। ସୋନାଲିଙ୍କୁ ଡ୍ରଗ୍ସ ଦିଆଯାଇଥିବା କଥା ଯାଞ୍ଚ ବେଳେ ସୁଧୀର ମଧ୍ୟ ସ୍ୱୀକାର କରିଛନ୍ତି। ଏହାପରେ ସୁଧୀର, ତାଙ୍କ ସହଯୋଗୀ ସୁଖବିନ୍ଦର ଓ ଡ୍ରଗ୍ ଡିଲର ରାମାଙ୍କୁ ଗିରଫ କରାଯାଇଥିଲା।

ସିବିଆଇ ତଦନ୍ତ ପାଇଁ ଅଡ଼ି ବସିଛନ୍ତି ପରିବାର ଲୋକ...

ଗୋଆ ପୋଲିସ୍‌ର ତଦନ୍ତକୁ ନେଇ ସୋନାଲିଙ୍କ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ମାମଲାରେ ପରିବାର ଲୋକ ଆଜି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କୁ ଭେଟି ପାରନ୍ତି। ସିବିଆଇ ତଦନ୍ତ ପାଇଁ ସୋନାଲିଙ୍କ ପରିବାର ଲୋକ ଦାବି କରିଛନ୍ତି। ଯଦି ଗୋଆ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦିଅନ୍ତି, ତା’ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ପରିବାର ଲୋକ କହିଛନ୍ତି। 


 
 
 
 
 
 
 
 
 
 
 
 
 
 

A post shared by Sonaliphogat (@sonali_phogat_official)

Sonali Phogat Sonali Phogat Death Tik Tok Star Sonali Phogat Sonali Phogat Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ