Advertisment

ରାସ୍ତାରେ ଖାଲି କାଦୁଅ ପଚପଚ, ଆଉ ତା’ଉପରେ ଗଡ଼ୁଥିଲେ ଏହି ବ୍ୟକ୍ତି...

ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାସ୍ତାର ମରାମତି କରିବାକୁ ଦାବି କରି ବ୍ୟକ୍ତି ଜଣଙ୍କ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ପ୍ରତିବାଦ କରିଥିବା ସମ୍ପୃକ୍ତ ବ୍ୟକ୍ତି ହେଉଛନ୍ତି ସମାଜସେବୀ ନିତ୍ୟାନନ୍ଦ ଓଲାକାଡ଼ୁ।

ଅଦ୍ୟତନ ହୋଇଛି
Social Worker's Unique Protest

Social worker in Udupi rolled on potholes

Advertisment

ରାସ୍ତାରେ ଖାଲି କାଦୁଅ ପଚପଚ। ଆଉ ଏହି କାଦୁଅ ଭରା ରାସ୍ତାରେ ଗଡ଼ି ଚାଲିଛନ୍ତି ଜଣେ ବ୍ୟକ୍ତି। ଏମିତି ସେ ଗଡ଼ି ଚାଲିଛନ୍ତି, ଯେକେହିବି ଦେଖିଲେ ଭାବିବେ ବ୍ୟକ୍ତି ଜଣକ ଠାକୁରଙ୍କ ନିକଟରେ କିଛି ମାନସିକ ରଖି ଏମିତି ଗଡ଼ି ଗଡ଼ି ଚାଲିଛନ୍ତି। କିନ୍ତୁ ଆପଣ ଯାହା ଭାବୁଛନ୍ତି ତାହା ନୁହେଁ। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କର ଏହା ହେଉଛି ଅଭିନବ ପ୍ରତିବାଦ। କର୍ଣ୍ଣାଟକ ଉଡୁପି ସହରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।

Advertisment

ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାସ୍ତାର ମରାମତି କରିବାକୁ ଦାବି କରି ବ୍ୟକ୍ତି ଜଣଙ୍କ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ପ୍ରତିବାଦ କରିଥିବା ସମ୍ପୃକ୍ତ ବ୍ୟକ୍ତି ହେଉଛନ୍ତି ସମାଜସେବୀ ନିତ୍ୟାନନ୍ଦ ଓଲାକାଡ଼ୁ। ଉଡୁପିରେ ରାସ୍ତାରେ ଥିବା ଖାଲଖମା ଗୁଡିକର ମରାମତି କରିବାକୁ ଦାବି କରି ସେ ଏଭଳି ପ୍ରତିବାଦ କରିଛନ୍ତି। ଉଡୁପି-ମଣିପାଲ ଜାତୀୟ ରାଜପଥର ଇନ୍ଦ୍ରାଳି ବ୍ରିଜ୍ ଉପରେ କାଦୁଅ ଭରା ରାସ୍ତାରେ ଗଡ଼ି ଗଡ଼ି ସେ ପ୍ରତିବାଦ କରିଛନ୍ତି। ଠାକୁରଙ୍କ ନିକଟରେ ପରିକ୍ରମା କରିବାକୁ ଭକ୍ତ ଏମିତି ଗଡ଼ି ଗଡ଼ି ପୂଜାର୍ଚ୍ଚନା କରିଥାନ୍ତି। 

ସୂଚନାଥାଉ କି, ୩ ବର୍ଷ ପୂର୍ବେ ଏହି ରାସ୍ତା ନିର୍ମାଣ ଲାଗି ଟେଣ୍ଡର କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ରାସ୍ତାର ମରାମତି ମଧ୍ୟ କରାଯାଇନାହିଁ।  ଫଳରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ଖାଲ ଖମା ଯୋଗୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ତେଣୁ ଖୁବ୍‌ଶୀଘ୍ର ରାସ୍ତାର ମରାମତି କରିବାକୁ ରାସ୍ତାରେ ଗଡ଼ି ସମାଜସେବୀ ନିତ୍ୟାନନ୍ଦ ଓଲାକାଡ଼ୁ ପ୍ରତିବାଦ କରିଛନ୍ତି।

Advertisment
Social Worker Unique Protest Social Worker Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ