Advertisment

ଦୋକାନରେ ମୋବାଇଲ ଦେଖୁଥିଲେ ଦୋକାନୀ, ଉପରକୁ ଡ଼େଇଁଲା କଳାନାଗ...

ବେଳେ ବେଳେ ମଣିଷ ଜୀବନ ସହ ଅଜବ ଘଟଣା ଘଟିଥାଏ । ଯାହାକୁ ସେମାନେ କେବେ ହେଲେ ଭାବି ନଥାନ୍ତି । ଏପରି ଏକ ଘଟଣା ଜଣେ ପାନ ଦୋକାନୀଙ୍କ ସହ ଘଟିଥିଲା । ଆଉ ସେହି ଘଟଣାଟି ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି

ଅଦ୍ୟତନ ହୋଇଛି
Snake

Snake

Advertisment

ଭୋପାଳ: ବେଳେ ବେଳେ ମଣିଷ ଜୀବନ ସହ ଅଜବ ଘଟଣା ଘଟିଥାଏ । ଯାହାକୁ ସେମାନେ କେବେ ହେଲେ ଭାବି ନଥାନ୍ତି । ଏପରି ଏକ ଘଟଣା ଜଣେ ପାନ ଦୋକାନୀଙ୍କ ସହ ଘଟିଥିଲା । ଆଉ ସେହି ଘଟଣାଟି ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଗରାକି ନଥିବା ବେଳେ ନିଜ ଦୋକାନରେ ବସିଥିଲେ ପାନ ଦୋକାନୀ। ହଠାତ ଏକ ବିଷାକ୍ତ ସାପ ତାଙ୍କ ଦୋକାନ ଭିତରକୁ ପଶି ଆସିଥିଲା । ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ସାପଟି ଉପରୁ ଲମ୍ଫ ମାରିଥିଲେ ମଧ୍ୟ ଦୋକନୀ ଜଣଙ୍କ ଅଳ୍ପକେ ବଞ୍ଚି ଯାଇଥିଲେ।

Advertisment

ଦୋକାନରେ କେହି ନଥିବା ବେଳେ ଦୋକାନୀ ଜଣଙ୍କ ନିଜ ଫୋନରେ କିଛି ଦେଖୁ ଥିଲେ । କିଛି କଥା ଉପରେ ତାଙ୍କର କୌଣସି ନିଘା ନଥିଲା। ଏତିକି ବେଳେ ଦୋକାନ ଉପରେ କିଛି ଶଦ୍ଧ ଶୁଣି ଦୋକାନୀ ଜଣଙ୍କ ଦୂରେଇ ଯାଇଥିଲେ। ଠିକ ଏତିକି ବେଳେ ଉପରୁ ଖସିଥିଲା ଏକ ମସ୍ତ ବଡ଼ କଳା ନାଗ। ଖାଇବା ପାଇଁ ନାଗଟି ଏକ ମୂଷାକୁ ଗୋଡାଉ ଥିଲା। ଦୋକାନ ସାରା ବୁଲି ବୁଲି ନାଗ ସାପଟି ମୂଷାକୁ ଗୋଡାଇ ଥିଲେ ମଧ୍ୟ ଧରିବାରେ ଅସଫଳ ହୋଇଥିଲା। ଶେଷରେ ଦୋକାନୀ ଜଣଙ୍କ ବସିଥିବା ଜାଗାକୁ ସିଧାସଳଖ ଲମ୍ପ ମାରିଥିଲା।

Advertisment

ଏହି ମାସ ୬ ତାରିଖ ମଧ୍ୟାହ୍ନ ୧୨ ଟା ସମୟରେ ଏହି ଘଟଣାଟି ମଧ୍ୟପ୍ରଦେଶର ଏକ ଛୋଟିଆ ପାନ ଦୋକାନରେ ଘଟିଥିବା ସିସିଟିଭିରେ କଏଦ ହୋଇଛି। ଠିକ୍‌ ସମୟରେ କିଛି ବିପଦ ଆସୁଛି ଭାବି ଦୋକାନୀ ଜଣଙ୍କ ସେଠାରୁ ପଳାଇଥିବାରୁ ନିଶ୍ଚିତ ବିପଦରୁ ବର୍ତ୍ତି ଯାଇଛନ୍ତି। ହେଲେ ଏହି ଭିଡିଓଟି ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ହଜାର ହଜାର ଲୋକ ଦେଖି ସେୟାର କରିବାରେ ଲାଗିଛନ୍ତି।

Bhopal Snake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ