Smallest train route in india
ସବୁଠାରୁ କମ୍ ଖର୍ଚ୍ଚ ଯାତ୍ରା ହେଉଛି ରେଳ ଯାତ୍ରା । କୌଣସି ଦୂର ଯାତ୍ରା କରିବାକୁ ହେଲେ ଅଳ୍ପ ଟଙ୍କାରେ ରେଳ ଦ୍ୱାରା ସମସ୍ତେ ଯାତ୍ରା କରିଥା’ନ୍ତି । ରେଳକୁ ନେଇ ଅନେକ କିଛି ଜଣା ଅଜଣା କଥା ମଧ୍ୟ ରହିଛି । ଯେପରିକି ଭାରତରେ ରେଳ ଯାତ୍ରା କେବେ ଆରମ୍ଭ ହୋଇଥିଲା ? ଭାରତର ପ୍ରଥମ ଯାତ୍ରୀବାହୀ ଟ୍ରେନ୍ର ନାଁ କ’ଣ ? ଭାରତର ପ୍ରଥମ ରେଳ ଷ୍ଟେସନ କେଉଁଠି ରହିଛି ? ଏପରି କିଛି ସାଧାରଣ କଥା ପ୍ରାୟ ସମସ୍ତଙ୍କୁ ଜଣାଥିବ ।
ହେଲେ ଆପଣ ଜାଣନ୍ତି କି ? ଭାରତରେ ସବୁଠୁ ଛୋଟ ରେଳ ରୁଟ୍ କେଉଁଠାରେ ରହିଛି ? ଯେଉଁଠାରେ ଯାତ୍ରୀମାନେ ଟ୍ରେନ୍ରେ ଯାତାୟାତ କରିଥା’ନ୍ତି । ଆଉ ସେହି ଯାତ୍ରା କରିବାକୁ ଯାତ୍ରୀମାନଙ୍କୁ ମାତ୍ର ୮ ମିନିଟ୍ ସମୟ ଲାଗିଥାଏ । ଆସନ୍ତୁ ଏ ସମ୍ପର୍କରେ ଜାଣିବା ।
ଭାରତରେ ସବୁଠାରୁ ଅଧିକ ଲୋକ ରେଳ ଯାତ୍ରା କରିଥା’ନ୍ତି । ଭାରତରେ ରେଲୱେର ସବୁଠୁ ଲମ୍ବା ରୁଟ୍ ଡିବ୍ରୁଗଡ଼ରୁ କନ୍ୟାକୁମାରୀ ଯାଏଁ ରହିଛି । ହେଲେ ଏସବୁ ଭିତରେ ଭାରତରେ ଏକ ରେଳ ରୁଟ୍ ରହିଛି ଯାହାକି ସବୁଠାରୁ ଛୋଟ ରୁଟ୍ ବୋଲି ଧରାଯାଏ । ମାତ୍ର ୩ କିଲୋମିଟର ଏହି ରୁଟ୍ ବୋଲି କୁହାଯାଇଛି ।
ମହାରାଷ୍ଟ୍ରର ନାଗପୁର ଓ ଅଜନି ରେଲୱେ ଷ୍ଟେସନ ମଧ୍ୟରେ ଥିବା ରେଳ ମାର୍ଗ ସବୁଠାରୁ ଛୋଟ ରହିଛି । ଯାହାକୁ ଯାତ୍ରା କରିବାକୁ ମାତ୍ର ୮ରୁ ୯ ମିନିଟ୍ ସମୟ ଲାଗିଥାଏ । ନାଗପୁରରୁ ଅଜନି ରେଲୱେ ଷ୍ଟେସନ ଯାତ୍ରା କରିବାକୁ ହେଲେ ଯାତ୍ରୀମାନଙ୍କୁ ଏସି-୩ରେ ଯାତ୍ରା କରିବାକୁ ୭୬୦ ଟଙ୍କାରୁ ୮୦୦ ଟଙ୍କା ଦେବାକୁ ପଡ଼ିଥାଏ ।
ସେହିପରି ସ୍ଲିପରରେ ଯାତ୍ରା କରିବାକୁ ହେଲେ ଯାତ୍ରୀଙ୍କୁ ୧୭୫ରୁ ୨୦୦ ଟଙ୍କା ଯାଏଁ ଦେବାକୁ ପଡ଼ିଥାଏ । ଜେନରାଲରେ ଯିବାକୁ ଯାତ୍ରୀମାନେ ପ୍ରାୟ ୬୦ ଟଙ୍କା ଦେଇଥା’ନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686489844.jpg)