Advertisment

୧୮୫୭ ସ୍ୱାଧୀନତା ସଂଗ୍ରାମରେ ନିହତ ୨୮୨ ଭାରତୀୟ ସୈନିକଙ୍କ କଙ୍କାଳ ଉଦ୍ଧାର

ମୁଦ୍ରା, ପଦକ, ଡିଏନ୍ଏ ନମୁନା, ମୌଳିକ ବିଶ୍ଳେଷଣ, ଆନ୍ଥ୍ରୋପୋଲୋଜି ଏବଂ ରେଡିଓ-କାର୍ବନ ଡେଟିଂ, ଏହି ସବୁ ଦିଗ ଏହା ହିଁ ସୂଚାଉଛି ।"

Skeleton

Skeleton

Advertisment

ପଞ୍ଜାବ ବିଶ୍ୱବିଦ୍ୟାଳୟର ଆନ୍ଥ୍ରୋପୋଲୋଜି ବିଭାଗ ୨୮୨ ଭାରତୀୟ ସୈନିକଙ୍କ କଙ୍କାଳ ପାଇଛି । ଯେଉଁମାନେ ୧୮୫୭ ମସିହାରେ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ । ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଜେଏସ ସହରାୱତ କହିଛନ୍ତି ଯେ, ଅମୃତସର ନିକଟରେ ଖନନ କରାଯାଉଥିବା ବେଳେ ଏହି କଙ୍କାଳ ଗଉଡ଼ିକୁ ଉଦ୍ଧାର କରାଯାଇଛି । କୁହାଯାଉଛି ଯେ ଏହି ସୈନିକମାନେ ଘୁଷୁରି ମାଂସ ଏବଂ ଗୋମାଂସରୁ ନିର୍ମିତ କାର୍ଟ୍ରିଜ୍ ବ୍ୟବହାର କରିବା ବିରୋଧରେ ବିଦ୍ରୋହ କରିଥିଲେ ।

Advertisment
Skeleton FoundSkeleton Found

ସହକାରୀ ପ୍ରଫେସର ସେହରାୱତ କହିଛନ୍ତି ଯେ, ୧୮୫୭ ମସିହାରେ ବ୍ରିଟିଶ ବିରୁଦ୍ଧରେ ସ୍ୱାଧୀନତାର ପ୍ରଥମ ସଂଗ୍ରାମରେ ନିହତ ହୋଇଥିବା ୨୮୨ ଜଣ ଭାରତୀୟ ସୈନିକଙ୍କର ଏହି କଙ୍କାଳଗୁଡିକ ପଞ୍ଜାବର ଅମୃତସର ନିକଟ ଅଜନାଲାସ୍ଥିତ ଏକ ଧାର୍ମିକ ଢ଼ାଞ୍ଚା ତଳେ ଥିବା ଏକ କୂଅକୁ ଖୋଳାଯାଉଥିବା ବେଳେ ମିଳିଥିଲା ।

Skeleton Skeleton

ସେହରୱାତ କହିଛନ୍ତି, "ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏହି ସୈନିକମାନେ ଘୁଷୁରି ଏବଂ ଗୋମାଂସରୁ ନିର୍ମିତ କାର୍ଟ୍ରିଜ୍ ବ୍ୟବହାର ବିରୁଦ୍ଧରେ ବିଦ୍ରୋହ କରିଥିଲେ । ମୁଦ୍ରା, ପଦକ, ଡିଏନ୍ଏ ନମୁନା, ମୌଳିକ ବିଶ୍ଳେଷଣ, ଆନ୍ଥ୍ରୋପୋଲୋଜି ଏବଂ ରେଡିଓ-କାର୍ବନ ଡେଟିଂ, ଏହି ସବୁ ଦିଗ ଏହା ହିଁ ସୂଚାଉଛି ।"

Advertisment
SkeletonSkeleton

ସବୁଠାରୁ ବଡ଼ କଥା ହେଉଛି, କେତେକ ଐତିହାସିକ ୧୮୫୭ର ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ବିବେଚନା କରନ୍ତି । ବ୍ରିଟିଶ ଭାରତୀୟ ସେନାରେ ନିଯୁକ୍ତି ବେଳେ କିଛି ଭାରତୀୟ ସୈନିକ, ଧାର୍ମିକ ବିଶ୍ୱାସର ଦ୍‌ଆହି ଦେଇ ଘୁଷୁରି ଏବଂ ଗୋମାଂସରୁ ନିର୍ମିତ କାଟ୍‌ରିଜ ବ୍ୟବହାର ବିରୁଦ୍ଧରେ ବିଦ୍ରୋହ କରିଥିଲେ । ଏହି ସଂଗ୍ରାମକୁ ମଙ୍ଗଲ ପାଣ୍ଡେ ନେତୃତ୍ୱ ନେଇଥିଲେ ।

Advertisment

ଅନ୍ୟପଟେ କିଛି ଐତିହାସିକ ଏହା ମଧ୍ୟ କହୁଥିଲେ ଯେ, ଉଦ୍ଧାର କରାଯାଇଥିବା କଙ୍କାଳ ଗୁଡ଼ିକ ଭାରତ-ପାକିସ୍ତାନ ଭାଗ ବଣ୍ଟା ବେଳେ ଯେଉଁ ଦଙ୍ଗା ହୋଇଥିଲା ସେଥିରେ ମୃତ୍ୟୁବରଣ କରିଥିବା ଲୋକଙ୍କର । କିନ୍ତୁ ପରେ ଯେଉଁ ସବୁ ପ୍ରମାଣ ସାମ୍ନାକୁ ଆସିଲା ସେଥିରୁ ଜଣାପଡ଼ୁଛି ଯେ, କଙ୍କାଳଗୁଡ଼ିକ ୧୮୫୭ ସ୍ୱାଧୀନତା ସଂଗ୍ରାମରେ ନିହତ ହୋଇଥିବା ଭାରତୀୟ ସୈନିକଙ୍କର ।

Punjab Indian Soldiers Skeletons 1857 Revolt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ