Advertisment

ପୋଷ୍ଟମର୍ଟମ ରିପୋର୍ଟରେ ବଡ଼ ଖୁଲାସା: ସିଦ୍ଧୁଙ୍କ ଶରୀରରେ ବାଜିଥିଲା ୨୪ ରାଉଣ୍ଡ୍‌ ଗୁଳି, ମୁଣ୍ଡରେ ବୁଲେଟ୍‌ !

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା(Singer Sidhu Moose Wala)ଙ୍କ ପୋଷ୍ଟମ ରିପୋର୍ଟରେ ବଡ଼ ଖୁଲାସା ହୋଇଛି। ଗତକାଲି ରାତିରେ ୫ ଜଣିଆ ଡାକ୍ତରୀ ଟିମ୍‌ ମୃତଦେହର ପୋଷ୍ଟମର୍ଟମ କରିଛନ୍ତି।

Singer Sidhu Moosewala Murder

Singer Sidhu Moosewala Murder

Advertisment

କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା(Singer Sidhu Moose Wala)ଙ୍କ ପୋଷ୍ଟମ ରିପୋର୍ଟରେ ବଡ଼ ଖୁଲାସା ହୋଇଛି। ଗତକାଲି ରାତିରେ ୫ ଜଣିଆ ଡାକ୍ତରୀ ଟିମ୍‌ ମୃତଦେହର ପୋଷ୍ଟମର୍ଟମ କରିଛନ୍ତି। ଯଦିଓ ବର୍ତ୍ତମାନ ସୁଦ୍ଧା ପୋଷ୍ଟମର୍ଟମ ରିପୋର୍ଟ ପୋଲିସ୍‌ ହାତରେ ଲାଗି ନାହିଁ ହେଲେ ଏଥିରେ ବଡ଼ ଖୁଲାସା ହୋଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ସିଦ୍ଧୁଙ୍କୁ ମର୍ଡର ପାଇଁ ଅତ୍ୟାଧୁନିକ ବନ୍ଧୁକର ବ୍ୟବହାର କରାଯାଇଥିଲା। ଆକ୍ରମଣକାରୀମାନେ ପାଖାପାଖି ୩୦ ରାଉଣ୍ଡ୍‌ ଗୁଳି ସିଦ୍ଧୁଙ୍କ ଉପରକୁ ଚଳାଇ ଥିବାବେଳେ ସେଥିରୁ ୨୪ ରାଉଣ୍ଡ୍‌ ଗୁଳି ତାଙ୍କ ଶରୀରରେ ବାଜି ଥିଲା। ଏଥିମଧ୍ୟରୁ ଗୋଟିଏ ରାଉଣ୍ଡ୍‌ ଗୁଳି ମୁଣ୍ଡର ହାଡ଼ ଭିତରେ ଯାଇ ପଶିଥିଲା। 

ମନାସା ଜିଲ୍ଲା ହସ୍ପିଟାଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୋଷ୍ଟମର୍ଟମ ବେଳେ ସିଦ୍ଧୁଙ୍କ ଶରୀରରେ ୨୪ ରାଉଣ୍ଡ ଗୁଳିର କ୍ଷତ ଚିହ୍ନ ମିଳିଛି। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାସହ ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ମଧ୍ୟ ଆଘାତ ଲାଗିଛି। ପୋଷ୍ଟମର୍ଟମ ପରେ ବିସ୍‌ରା ରିପୋର୍ଟକୁ ସୁରକ୍ଷିତ ରଖା ଯାଇଛି।

Advertisment

ସିଦ୍ଧୁଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପରିବାର ଲୋକ ଦାବି କରିଥିଲେ। ଏହାସହ ଦାବି କରାଯାଇଥିଲା ଯେ, ହତ୍ୟାକାଣ୍ଡର ତଦନ୍ତ ହାଇକୋର୍ଟ ବିଚାରପତିଙ୍କ ନିର୍ଦ୍ଦେଶ କରାଯାଉ ଓ ଏଥିପାଇଁ ଏନ୍‌ଆଇ-ସିବିଆଇର ତଦନ୍ତଚ ନିଆଯାଉ।  ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ, ଯଦି ସିଦ୍ଧୁଙ୍କ ଜୀବନ ପ୍ରତି ବିପଦ ଥିଲା ତା’ହେଲେ କ’ଣ ପାଇଁ ସୁରକ୍ଷା ହଟାଇ ଦିଆଯାଇଥିଲା ? ଏହି ମାମଲାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। 

ସୂଚନାଥାଉ କି,ପଞ୍ଜାବର ମନ୍‌ସାରେ ଗତକାଲି ଏହି ଚର୍ଚ୍ଚିତ ଗାୟକ ତଥା କଂଗ୍ରେସ ନେତାଙ୍କ ଉପରକୁ ୩୦ରୁ ଅଧିକ ରାଉଣ୍ଡ ଗୁଳି ଫାୟାରିଂ କରି ହତ୍ୟା କରାଯାଇଥିଲା। କୁହାଯାଉଛି, ଅଭିଯୁକ୍ତ ମାନେ ମୁସେଓ୍ୱାଲାଙ୍କ କାର୍‌କୁ ଦୁଇ ପଟୁ ଘେରି ଗୁଳି ଚଲାଇଥିଲେ। ମୁସେଓ୍ୱାଲାଙ୍କ ସାଙ୍ଗରେ ଥିବା ୩ ଜଣ ସହଯୋଗୀ ମଧ୍ୟ ଗୁରୁତର ହୋଇଛନ୍ତି। ପପ୍ ସଙ୍ଗ 295 ମୁସେଓ୍ୱାଲାଙ୍କୁ ପଞ୍ଜାବର ଯୁବପିଢ଼ିଙ୍କ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇଥିଲା।

Advertisment
Punjab Singer Sidhu Moosewala Punjab Singer Murder Sidhu Moosewala Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ