Advertisment

ସିଦ୍ଧୁଙ୍କ ମୃତ୍ୟୁ ପୂର୍ବର ଶେଷ ପୋଷ୍ଟ୍‌: ‘ଭୁଲି ଯାଅ, ହେଲେ ମୋତେ...’

ସିଦ୍ଧୁଙ୍କ ମୃତ୍ୟୁକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମାତ୍ର ୨୮ ବର୍ଷ ବୟସରେ ସେ ଦୁନିଆକୁ ଅଲ୍‌ବିଦା କହିଦେବେ ବୋଲି କେହି ବି ବିଶ୍ୱାସ କରିପାରୁ ନାହାନ୍ତି।। ସିଦ୍ଧୁଙ୍କ ମୃତ୍ୟୁ ପରେ ସୋସିଆଲ୍‌ ମିଡିଆରେ ତାଙ୍କର ଗୀତ ଓ ପୋଷ୍ଟ୍‌ ଭାଇରାଲ୍‌ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Singer Sidhu Moosewala Last Instagram Post Viral On Social Media

Singer Sidhu Moosewala Last Instagram Post Viral On Social Media

Advertisment

କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା(Singer Sidhu Moose Wala)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଯଦିଓ ବର୍ତ୍ତମାନ ସୁଦ୍ଧା ପୋଷ୍ଟମର୍ଟମ ରିପୋର୍ଟ ପୋଲିସ୍‌ ହାତରେ ଲାଗି ନାହିଁ ହେଲେ ଏଥିରେ ଏହି ବଡ଼ ଖୁଲାସା ହୋଇଛି। ସିଦ୍ଧୁଙ୍କୁ ମର୍ଡର ପାଇଁ ଅତ୍ୟାଧୁନିକ ବନ୍ଧୁକର ବ୍ୟବହାର କରାଯାଇଥିଲା। ଆକ୍ରମଣକାରୀମାନେ ପାଖାପାଖି ୩୦ ରାଉଣ୍ଡ୍‌ ଗୁଳି ସିଦ୍ଧୁଙ୍କ ଉପରକୁ ଚଳାଇ ଥିବାବେଳେ ସେଥିରୁ ୨୪ ରାଉଣ୍ଡ୍‌ ଗୁଳି ତାଙ୍କ ଶରୀରରେ ବାଜି ଥିଲା। ଏଥିମଧ୍ୟରୁ ଗୋଟିଏ ରାଉଣ୍ଡ୍‌ ଗୁଳି ମୁଣ୍ଡର ହାଡ଼ ଭିତରେ ଯାଇ ପଶିଥିଲା। 

Advertisment

ଏବେବି ସିଦ୍ଧୁଙ୍କ ମୃତ୍ୟୁକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମାତ୍ର ୨୮ ବର୍ଷ ବୟସରେ ସେ ଦୁନିଆକୁ ଅଲ୍‌ବିଦା କହିଦେବେ ବୋଲି କେହି ବି ବିଶ୍ୱାସ କରିପାରୁ ନାହାନ୍ତି।। ସିଦ୍ଧୁଙ୍କ ମୃତ୍ୟୁ ପରେ ସୋସିଆଲ୍‌ ମିଡିଆରେ ତାଙ୍କର ଗୀତ ଓ ପୋଷ୍ଟ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏସବୁ ଭିତରେ ତାଙ୍କର ଶେଷ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୫ ଦିନ ପୂର୍ବରୁ ସେ ଏହି ପୋଷ୍ଟ ଶେଆର କରିଥିଲେ। ଏହି ପୋଷ୍ଟରେ ସିଦ୍ଧୁ ତାଙ୍କର ଏକ ଗୀତ ଭିଡିଓ ଶେଆର କରିଥିଲେ।

ଭିଡିଓ ଶେଆର କରି ପଞ୍ଜାବୀ ଭାଷାରେ କ୍ୟାପ୍‌ସନ୍‌ ଦେଇ ସେ ଲେଖିଥିଲେ, ‘ଏହାକୁ ଭୁଲି ଯାଅ, ହେଲେ ମୋତେ ଭୁଲ୍‌ ବୁଝିବ ନାହିଁ’। ସିଦ୍ଧୁଙ୍କ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୪ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ପୋଷ୍ଟରେ କମେଣ୍ଟ ଦେଇ ଫ୍ୟାନ୍ସ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ହେଲେ ଫ୍ୟାନ୍ସଙ୍କୁ ତାଙ୍କର ଏଭଳି କ୍ୟାପ୍‌ସନ୍‌ ଆଶ୍ଚର୍ଯ୍ୟ କରିଛି। କେଉଁ ପରିସ୍ଥିତିରେ ସେ ଏଭଳି ଲେଖିଥିଲେ, ତାହା ସମସ୍ତଙ୍କୁ ଚକିତ କରିଛି। ମୃତ୍ୟୁ ନେଇ ତାଙ୍କୁ କିଛି ଆଭାସ ମିଳିଥିଲା କି ? ତାକୁ ନେଇ ଏବେ ଚର୍ଚ୍ଚା। 

Advertisment


 
 
 
 
 
 
 
 
 
 
 
 
 
 

A post shared by Sidhu Moosewala (ਮੂਸੇ ਆਲਾ) (@sidhu_moosewala)

Punjab Singer Sidhu Moosewala Punjab Singer Murder Sidhu Moosewala Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ