Advertisment

ସିକ୍କିମରେ ହେଲା ପ୍ରଳୟଙ୍କରୀ ବନ୍ୟା: ବାଂଲାଦେଶ, ପଶ୍ଚିମବଙ୍ଗରୁ ମିଳିଲା ମୃତଦେହ...

ଦିନ ଯେତିକି ଗଡୁଛି, ସେତିକି ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତିସ୍ତା ନଦୀରେ ଭାସି ଯାଇଥିବା ମୃତଦେହ ଗୁଡ଼ିକ ପଡ଼ୋଶୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଉଛି।

ଅଦ୍ୟତନ ହୋଇଛି
Sikkim Flash Floods: Deadbody Found From Bangladesh And West Bengal

Sikkim Flash Floods: Deadbody Found From Bangladesh And West Bengal

Advertisment

ଦିନ ଯେତିକି ଗଡୁଛି, ସେତିକି ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଲାଣି। ୭ ସେନା ଯବାନଙ୍କ ସହ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧିପାଇଛି। କିଛି ବ୍ୟକ୍ତିଙ୍କ ମୃତଦେହ ଗୁଡ଼ିକ ଭାସିଯାଇ ସୁଦୂର ବାଂଲାଦେଶ ଏବଂ ପଶ୍ଚିମବଙ୍ଗରେ ମିଳିବାରେ ଲାଗିଛି।

Advertisment

ତିସ୍ତା ନଦୀରେ ଭାସି ଯାଇଥିବା ମୃତଦେହ ଗୁଡ଼ିକ ପଡ଼ୋଶୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଉଛି। ପଶ୍ଚିମବଙ୍ଗର ଜଲପାଇଗୁଡ଼ି, କୁଚ୍ ବେହାର, ସିଲିଗୁଡ଼ି ଏବଂ ବାଂଲାଦେଶର ଗଳିବନ୍ଧରୁ ଅନେକ ମୃତଦେହ ମିଳିଛି। ଏବେ ବି ବହୁ ଲୋକଙ୍କ ପତ୍ତା ମିଳୁନି। ୧୪୨ ଜଣ ଏବେ ବି ନିଖୋଜ ଅଛନ୍ତି।

ସ୍ଥଳ ଭାଗରେ ଉଦ୍ଧାର ପ୍ରକ୍ରିୟାରେ ସମସ୍ୟା ହେଉଥିବାରୁ ସେନା ପକ୍ଷରୁ ହେଲିକପ୍ଟର ସହାୟତାରେ ରେସ୍କୁ ଅପରେସନ ଜାରି ରଖାଯାଇଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ପ୍ରଳୟଙ୍କାରୀ ବନ୍ୟାରେ ୨୫ ହଜାର ଲୋକ ପ୍ରଭାବିତ ହୋଇଥିବା ସିକ୍କିମ ସରକାର ସୂଚନା ଦେଇଛନ୍ତି। 
୧୨ଶହରୁ ଅଧିକ ଘର ଭାଙ୍ଗି ଥିବାବେଳେ ୧୩ଟି ବ୍ରିଜ୍ ଧୋଇ ହୋଇଯାଇଛି। ଅଢ଼େଇ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ସିକ୍କିମ ସରକାର କହିଛନ୍ତି। 

ବନ୍ୟାରେ ଭାସି ଆସିଲା ବୋମା...

ଶହ ଶହ କିଲୋମିଟର ଯାଏ ବ୍ୟାପିଛି ସିକ୍କିମ ବନ୍ୟାର କରାଳ ରୂପ। ଏପରିକି ବୋମା ମଧ୍ୟ ଭାସି ଆସିଛି। ଏକ ବୋମା ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ବିସ୍ଫୋରଣ ହୋଇଛି। ତିସ୍ତା ନଦୀ କୂଳରେ ଏହି ବୋମାଟି ବିସ୍ଫୋରଣ ହୋଇଥିଲା। ସନ୍ଦେହ କରାଯାଉଛି, ତାହା ସିକ୍କିମରୁ ଭାସି ଆସିଛି।

Advertisment

ତେଣୁ ନଦୀକୂଳରେ ପଡ଼ିଥିବା କିମ୍ବା ନଦୀରେ ଭାସୁଥିବା କୌଣସି ବସ୍ତୁକୁ ନ ଛୁଇଁବାକୁ ସେନା ପକ୍ଷରୁ ସତର୍କ କରି ଦିଆଯାଇଛି। ଜଳପାଇଗୁଡ଼ିର ଜିଲ୍ଲାପାଳ କହିଛନ୍ତି, ତିସ୍ତା ନଦୀର ବିଭିନ୍ନ ସ୍ଥାନରୁ ଅନେକ ମୃତଦେହ ମିଳିଛି। ସେଗୁଡ଼ିକୁ ଚିହ୍ନଟ କରାଯାଉଛି। ଏବେ ବି ଖୋଜାଖୋଜି କାମରେ ପୋଲିସ ଓ ଏନଡିଆରଏଫ୍ ଲାଗିଛନ୍ତି। ନିଖୋଜ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଏବେବି ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ