Sikkim Avalanche
ସିକ୍କିମର ନାଥୁଲା ପାସ୍ ନିକଟରେ ଭୟଙ୍କର ହିମସ୍ଖଳନ । ବରଫ ଅତଡ଼ା ତଳେ ଫସି ୭ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଶିଶୁ ରହିଥିବାର ସୂଚନା ମିଳିଛି । ୨୨ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏବେ ବି ଅନେକ ପର୍ଯ୍ୟଟକ ବରଫ ଅତଡ଼ା ତଳେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ସ୍ଥାନୀୟ
ପ୍ରଶାସନ ଓ ସେନା ପକ୍ଷରୁ ବରଫ ଅତଡ଼ାକୁ ସଫା କରାଯାଇ ଫସିଥିବା ଲୋକଙ୍କୁ ବାହାର କରାଯାଉଛି । ଆଜି ଦିନ ପ୍ରାୟ ସାଢେ ୧୧ଟାରେ ହଠାତ୍ ବରଫ ଅତଡ଼ା ଧସିବା ଆରମ୍ଭ ହୋଇଥିଲା । ଦେଖୁ ଦେଖୁ ଗାଙ୍ଗଟକରୁ ନାଥୁଲା ସହ ସଂଯୋଗ କରୁଥିବା ଜବାହରଲାଲ ନେହରୁ ରୋଡକୁ ମାଡି ଆସିଥିଲା ଧସିଥବା ବରଫ ଅତଡା ।
ବରଫ ଅତଡ଼ା ଖସିଲା ବେଳକୁ ପ୍ରାୟ ୧୫୦ ପର୍ଯ୍ୟଟକ ରହିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ବରଫ ତଳେ ଫସି ଯାଇଥିଲେ । ୮୦ରୁ ଅଧିକ ଗାଡି ମଧ୍ୟ ବରଫ ଅତଡା ଭିତରେ ଫସିଯାଇଥିଲା । ପର୍ଯ୍ୟଟନ ବିଭାଗ ଅଧିକାରୀ, ସେନା ଓ ଗାଡ଼ି ଡ୍ରାଇଭର ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ୍ ଟିମକୁ ଘଟଣାସ୍ଥଳକୁ ପଠାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680618193.jpg)