Advertisment

ପଞ୍ଜାବ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି, ସିଦ୍ଧୁ ସଭାପତି ରହିବେ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ନବଜୋତ ସିଂ ସିନ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦରେ ହିଁ ରହିବେ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଓ ନବଜୋତ ସିଦ୍ଧୁଙ୍କ ମଧ୍ୟରେ ଆଲୋଚନାରେ ଏହା ସ୍ପଷ୍ଟ ହୋଇଥିବା ନେଇ ସୂଚନା ମିଳିଛି। ଦାଗୀ ନେତା ଓ ଅଫିସରଙ୍କୁ ପୁଣି ସରକାରରେ ସାମିଲ କରିବା ପ୍ରସଙ୍ଗରେ କ୍ଷୁବ୍ଧ ହୋଇ ପଦ ଛାଡ଼ିଥିବା କହିଥିଲେ ସିଦ୍ଧୁ

undefined

Navjot Singh Sidhu

Advertisment

ଚଣ୍ଡୀଗଡ଼: ନବଜୋତ ସିଂ ସିନ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦରେ ହିଁ ରହିବେ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଓ ନବଜୋତ ସିଦ୍ଧୁଙ୍କ ମଧ୍ୟରେ ଆଲୋଚନାରେ ଏହା ସ୍ପଷ୍ଟ ହୋଇଥିବା ନେଇ ସୂଚନା ମିଳିଛି। ଦାଗୀ ନେତା ଓ ଅଫିସରଙ୍କୁ ପୁଣି ସରକାରରେ ସାମିଲ କରିବା ପ୍ରସଙ୍ଗରେ କ୍ଷୁବ୍ଧ ହୋଇ ପଦ ଛାଡ଼ିଥିବା କହିଥିଲେ ସିଦ୍ଧୁ । ଏହାପରେ ମୁଖ୍ୟମନ୍ତ୍ରୀ ଚରଣଜିତଙ୍କ ପକ୍ଷରୁ ତାଙ୍କୁ ଭେଟିବାକୁ ଡକରା ହୋଇଥିଲା। ସେହିପରି ପଂଜାବ କୋଅର୍ଡିନେସନ କମିଟି ଗଠନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଥିବା ବି ସୂଚନା ମିଳିଛି। ସେପଟେ ହାତକୁ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ବାଏ ବାଏ । ଅମରିନ୍ଦିର କହିଛନ୍ତି, କଂଗ୍ରେସରେ ରହିବେନି କି ବିଜେପିକୁ ଯିବେନି। ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୧୦ ଦିନ ପରେ, ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ସଂପର୍କରେ ମୁହଁ ଖୋଲିଛନ୍ତି ଅମରିନ୍ଦର ସିଂ ।

Advertisment

କ୍ୟାପଟେନ୍‌ଙ୍କ ଏହି ନିଷ୍ପତ୍ତି କଂଗ୍ରେସକୁ ବଡ଼ ଝଟକା ଦେବାକୁ ଯାଉଥିବା ବେଳେ, ସିଦ୍ଧୁ ହଟ୍ଟଚମଟକୁ ନେଇ ବି ମୁଣ୍ଡବିନ୍ଧା କମିନି। ଅଚାନକ୍ ଦିଲ୍ଲୀ ଗସ୍ତ କରି ବୁଧବାର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ହେଲେ କ୍ୟାପ୍ଟେନ କହିଛନ୍ତି ଏବେ ସେ କୌଣସି ନିଷ୍ପତ୍ତି ନେଇନଥିଲେ ବି, କଂଗ୍ରେସରେ ରହିବେନି । ଏହାରି ଭିତରେ ଆଉ ୪-୫ ମାସ ପରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ କଂଗ୍ରେସ ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି।

Advertisment

ସୂଚନା ଅନୁସାରେ, ରୋଚକ ହେବାରେ ଲାଗିଛି ପଞ୍ଜାବ ରାଜନୀତି। ଗୋଟିଏ ପଟେ ସିଦ୍ଧୁ ପିସିସି ଚୌକି ଛାଡ଼ିଥିବା ବେଳେ ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଥିଲେ। ତେବେ ଗୁରୁବାର ଅମରିନ୍ଦର ସିଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ସାକ୍ଷାତ୍ କରିଛନ୍ତି। ଏହାପୂର୍ବରୁ ବୁଧବାର ଦିନ ଅମରିନ୍ଦର ସିଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ। ଅମରିନ୍ଦର ସିଂ ଏବଂ ଅଜିତ ଡୋଭାଲଙ୍କ ସାକ୍ଷାତ ବହୁ ଗୁରୁତ୍ୱପୂର୍ଣ୍ଣ ଥିବା କୁହାଯାଉଥିଲା। ତେବେ ପଞ୍ଜାବ ରାଜନୀତିକୁ ନେଇ ଏବେ ବି ଚର୍ଚ୍ଚା ଲାଗିରହିଛି।

Congress Politics Amarinder Singh Navjot Singh Sidhu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ