Advertisment

ପଡ଼ୋଶୀ ଦେଶରେ ଲୁଚିଛି ସିଦ୍ଧୁଙ୍କ ହତ୍ୟାକାରୀ ! ଭାଇରାଲ୍‌ ଭିଡିଓ ଖୋଲିବ କି ରହସ୍ୟ ?

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଦିଲ୍ଲୀ ଓ ପଞ୍ଜାବ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଛାନ୍‌ଭିନ୍‌ ଚଳାଇଛି। ସନ୍ଦେହ କରାଯାଉଛି ଯେ, ସିଦ୍ଧୁଙ୍କୁ ହତ୍ୟା କରିବା ପରେ ଶୁଟର୍‌ ନେପାଳରେ ଲୁଚି ଥାଇପାରେ।

Sidhu Moosewala Murder

Sidhu Moosewala Murder

Advertisment

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଦିଲ୍ଲୀ ଓ ପଞ୍ଜାବ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଛାନ୍‌ଭିନ୍‌ ଚଳାଇଛି। ମିଳିଥିବା ସୂଚନା ଅନୁସାରେ, ସିଦ୍ଧୁ ହତ୍ୟା ମାମଲାରେ ତଦନ୍ତ ପାଇଁ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ୍‌ ସେଲ୍‌ ଟିମ୍‌ ଆଜି ନେପାଳରେ ପହଞ୍ଚିଛି। ସନ୍ଦେହ କରାଯାଉଛି ଯେ, ସିଦ୍ଧୁଙ୍କୁ ହତ୍ୟା କରିବା ପରେ ଶୁଟର୍‌ ନେପାଳରେ ଲୁଚି ଥାଇପାରେ। ତେଣୁ ନେପାଳରେ ତଲାସ କରାଯାଉଛି। 

Advertisment

ଅନ୍ୟପକ୍ଷେ, ହତ୍ୟାକାଣ୍ଡ ପରଠୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁସବୁ ଭାଇରାଲ୍‌ ଭିଡିଓ ସାମ୍ନାକୁ ଆସିଛି ସେସବୁ ଦିଗ ଉପରେ ମଧ୍ୟ ତଦନ୍ତ ଚାଲିଛି। ଏସବୁ ଭିଡିଓ ମାଧ୍ୟମରେ ପୋଲିସ୍‌ ହତ୍ୟାକାରୀ ପାଖରେ ପହଞ୍ଚିପାରେ ବୋଲି କୁହାଯାଉଛି। ସିଦ୍ଧୁଙ୍କ ହତ୍ୟା ପରେ ଅନେକ ଭିଡିଓ ସାମ୍ନାକୁ ଆସିଛି। ଏକ ତାଜା ଭିଡିଓରେ ଦେଖିବାକୁ ମିଳିଛି ଶୂନ୍‌ଶାନ ରାସ୍ତାରେ ହଠାତ୍‌ ଦ୍ରୁତ ଗତିରେ ଏକ ଗାଡ଼ି ଯାଉଥିବା ନଜର ଆସିଛି। ଏ ହେଉଛି ସେଇ ଗାଡ଼ି ଯେଉଁ ଗାଡ଼ି ସିଦ୍ଧୁ ଥିଲେ ଓ ନିଜେ ଗାଡ଼ି ଚଲାଉ ଥିଲେ।  

ସିଦ୍ଧୁଙ୍କ ଗାଡ଼ି ଅତିକ୍ରମ କରିବାର ମାତ୍ର କିଛି ସମୟ ପରେ ଆଉ ଏକ ଗାଡ଼ି ହଠାତ୍‌ ସେଇ ରାସ୍ତା ଦେଇ ଯାଇଥିଲା। ଆଉ ଏଇ ବୋଲେରୋରେ ଆକ୍ରମଣକାରୀ ଥିଲେ, ଯେଉଁମାନେ ସିଦ୍ଧୁଙ୍କୁ ଟାର୍ଗେଟ୍‌ କରି ତାଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଅତ୍ୟାଧୁନିକ ମାରଣାସ୍ତ୍ରରେ ସିଦ୍ଧୁଙ୍କୁ ଆକ୍ରମଣ କରାଯାଇଥିଲା। ସିଦ୍ଧୁଙ୍କ ଉପରକୁ ଏମିତି ଗୁଳି ବର୍ଷଣ କରାଯାଇଥିଲା ଯେ, ବସିଥିବା ସିଟ୍‌ରେ ହିଁ ସିଦ୍ଧୁ ଟଳି ଯାଇଥିଲେ। 

Advertisment

ଅନ୍ୟପକ୍ଷେ, ସିଦ୍ଧୁ ମୁସେୱାଲା ହତ୍ୟା ମାମଲାକୁ ନେଇ ପଞ୍ଜାବରୁ ଦିଲ୍ଲୀ ପର୍ଯ୍ୟନ୍ତ ପୋଲିସ୍‌ ଆକ୍ସନ ମୋଡ୍‌ରେ। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ସାମ୍ନକା ଆସି ନାହାନ୍ତି। ଯଦିଓ ହତ୍ୟାର କାରଣ ଓ ଏହା ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଚର୍ଚ୍ଚା ହେଉଥିବା ବେଳେ ପୋଲିସ୍‌ ହତ୍ୟାର ପ୍ରକୃତ ରହସ୍ୟ ଖୋଲିପାରି ନାହିଁ। ତିହାର ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ସିଦ୍ଧୁଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ତାଙ୍କ ଗ୍ୟାଙ୍ଗ ଲୋକ ଏଭଳି କରିଥିବା ଲରେନ୍ସ କହିଛି। 

Punjab Singer Sidhu Moosewala Punjab Singer Murder Sidhu Moosewala Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ