Advertisment

ଚୀନ୍ ସୀମାନ୍ତ ଅଂଚଳକୁ ନୂଆ ନାଁ ଦିଆଯାଉ: ବୈଜୟନ୍ତ ପଣ୍ତା

ଚୀନ୍ ସୀମାନ୍ତ ଅଂଚଳକୁ ନୂଆ ନାଁ ଦେବାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତଙ୍କ ମତ ଦେଇଛନ୍ତି । ଟ୍ୱିଟ୍ କରି ମତାମତ ଲୋଡିଛନ୍ତି ବୈଜୟନ୍ତ । ଚୀନ୍ ସୀମାନ୍ତ ଅଂଚଳର କିଛି ନାଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।

ଅଦ୍ୟତନ ହୋଇଛି
Baijayant Panda

Baijayant Panda

Advertisment

ଅରୁଣାଚଳ ପ୍ରଦେଶର କିଛି ଅଂଚଳକୁ ଅକ୍ତିଆର ପାଇଁ ପୁନଃ ନାମକରଣ କରଛି ଚୀନ୍। ତେଣୁ ବର୍ତ୍ତମାନ ସମୟ ଆସିଛି ଆମେ ମଧ୍ୟ ଭାରତ ସହ ଐତିହାସିକ ସମ୍ପର୍କ ଥିବା ଚୀନ ସୀମାନ୍ତ ଅଂଚଳକୁ ନୂଆ ନାଁ ଦେବାର । ଟ୍ୱିଟ୍ କରି ଏନେଇ ମତାମତ ଲୋଡିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Advertisment

ଟ୍ୱିଟରେ ବୈଜୟନ୍ତ, ଶେନ୍ଦୁକୁ ସିନ୍ଧୁ ନଗର, କୁଆନଝୁ ସହରକୁ ନ୍ୟୁ କାଞ୍ଚିପୂରମ, ଗାଂସୁ ଅଂଚଳରେ ଥିବା ମୋଗାଓ ଗୁମ୍ପାକୁ ଅଜନ୍ତା ଇଷ୍ଟ ଏବଂ ଜିନଜିଆଙ୍ଗ ପ୍ରୋଭିନ୍ସକୁ ଗନ୍ଧର୍ବ ପ୍ରଦେଶ ଭାବେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି । କିଛି ଦିନ ତଳେ ଅରୁଣାଚଳ ପ୍ରଦେଶର ୧୧ଟି ଅଂଚଳକୁ ପୁନଃ ନାମକରଣ କରିଥିଲା ଚୀନ୍ । ଭାରତ ପକ୍ଷରୁ ଏହାକୁ କଡ଼ା ବିରୋଧ କରାଯାଇଥିଲା ।

Baijayant Panda India China Conflict
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ