Advertisment

ଚାରିଆଡ଼େ ଭିଡ଼,ରାସ୍ତାରେ ମଝିରେ ଅଟକିଛି କାର୍..ଆଖି ପିଛୁଳାକେ ଗାଡ଼ି ଭିତରେ ଥିବା ୨ ଭାଇଙ୍କ ଉପରକୁ ଗୁଳିବର୍ଷଣ

ହଠାତ୍‌ ୩ ଜଣ ଦୁର୍ବୃତ୍ତ ଆସି କାର୍‌ ଉପରକୁ ଆଖି ପିଛୁଳାକେ ଗୁଳିବର୍ଷଣ କରିଥିଲେ। ସେଠାରେ ଉପସ୍ଥିତ ଲୋକ ଏସବୁ ଦେଖୁଥିଲେ ମଧ୍ୟ ଏହାକୁ ଅଟାଇବା ପାଇଁ କେହି ସାହସ କରିପାରୁନଥିଲେ।

ଅଦ୍ୟତନ ହୋଇଛି
Shooting In Busy Delhi Locality

Shooting In Busy Delhi Locality

Advertisment

ବିଚ୍‌ ରାସ୍ତାରେ ଅଟକିଛି କାର୍‌। ଚାରିଆଡ଼େ ଭିଡ଼। ଲୋକମାନେ ମଧ୍ୟ ଯା’ଆସ କରୁଛନ୍ତି। ଏହି ସମୟରେ ହଠାତ୍‌ ୩ ଜଣ ଦୁର୍ବୃତ୍ତ ଆସି କାର୍‌ ଉପରକୁ ଆଖି ପିଛୁଳାକେ ଗୁଳିବର୍ଷଣ କରିଥିଲେ। ସେଠାରେ ଉପସ୍ଥିତ ଲୋକ ଏସବୁ ଦେଖୁଥିଲେ ମଧ୍ୟ ଏହାକୁ ଅଟାଇବା ପାଇଁ କେହି ସାହସ କରିପାରୁନଥିଲେ। ସମସ୍ତେ ନିଜ ଜୀବନ ବଞ୍ଚାଇବା ପାଇଁ ଗାଡ଼ି ଧରି ପଳାଇଥିଲେ। ପଶ୍ଚିମ ଦିଲ୍ଲୀର ସୁବାଷ ନଗରରେ ଶନିବାର ସନ୍ଧ୍ୟାରେ ୩ ଜଣ ଦୁର୍ବୃତ୍ତ ବିଚ୍‌ ରାସ୍ତାରେ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। କାର୍‌ ଭିତରେ ଥିବା ୨ ଭାଇଙ୍କ ଉପରକୁ ଦୁର୍ବୃତ୍ତମାନେ ୧୦ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି। ଏହାପରେ ଦୁର୍ବୃତ୍ତମାନେ  ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। 

Advertisment

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଭାଇ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଆକ୍ରମଣର ଶିକାର ହୋଇଥିବା ୨ ଭାଇ ହେଲେ କେଶୋପୁର ସବ୍‌ଜୀ ମଣ୍ଡିର ପୂର୍ବତନ ଚେୟାରମ୍ୟାନ୍‌ ଅଜୟ ଚୌଧୁରୀ ଓ ତାଙ୍କ ଭାଇ ଜସ୍ସା ଚୌଧୁରୀ। ଏମାନଙ୍କ ଘର ହରିନଗରର ତିହାଡ ଗାଁରେ।  

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁର୍ବୃତ୍ତମାନେ ଅଜୟ ଓ ଜସ୍ସାଙ୍କ ଉପରକୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ। ପୁରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭିରେ କଏଦ ହୋଇଥିବା ଭିଜୁଆଲ୍‌ରେ ଦେଖିବାକୁ ମିଳିଛି, ୩ ଜଣ ଦୁର୍ବୃତ୍ତ ବିଚ୍‌ ରାସ୍ତାରେ ଏକ ଧଳା ରଙ୍ଗର କାର୍‌ ଉପରକୁ ଆଖି ପିଛୁଳାକେ ଗୁଳିବର୍ଷଣ କରିବାରେ ଲାଗିଛନ୍ତି। ଗୁଳି ଶବ୍ଦ ଶୁଣି ଆଖପାଖ ଲୋକ ଭୟରେ ଏଣେତେଣେ ଧାଁଦୌଡ଼ କରୁଥିବା ନଜର ଆସିଛି। ସେହିପରି ଅନ୍ୟ ଗାଡ଼ି ଗୁଡ଼ିକର ଡ୍ରାଇଭରମାନେ ଜୀବନ ବଞ୍ଚାଇବା ପାଇଁ ୟୁ-ଟର୍ଣ୍ଣ ନେଉଥିବା ଦେଖିବାକୁ ମିଳିଛି। ଏସବୁ ଭିତରେ ଦୁର୍ବୃତ୍ତମାନେ ଯେଉଁ କାର୍‌ ଉପରକୁ ଆକ୍ରମଣ କରିଥିଲେ ଗାଡ଼ିଟି ଆଗକୁ ଯାଇ କିଛି ସମୟ ପରେ ପୁଣି ବ୍ୟାକ୍‌ କରି ଦ୍ରୁତ ଗତିରେ ଚାଲି ଯାଉଥିବା ସିସିଟିଭିରେ କଏଦ ହୋଇଥିବା ଭିଜୁଆଲରେ ଦେଖିବାକୁ ମିଳିଛି। 

Advertisment

ଖବରପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି CCTVରେ କଏଦ ହୋଇଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ଲାଗି ଛାନ୍‌ଭିନ୍‌ ଆରମ୍ଭ କରିଛି। ସୂଚନା ଅନୁସାରେ, ଶନିବାର ଦିନ ଅଜୟ ଓ ଜସ୍ସା କାଲରା ହସ୍ପିଟାଲ୍‌ରେ ଚିକିତ୍ସିତ ଜଣେ ସମ୍ପର୍କୀୟ ଦେଖିବାକୁ କାର୍‌ରେ ଯାଉଥିଲେ। ତିହାଡ ଗାଁରୁ ବାହାରିବା ପରେ କାର୍‌ରେ ସୁବାଷ ନଗର ନିକଟରେ ଦୁର୍ବୃତ୍ତମାନେ ଅଜୟ ଓ ଜସ୍ସାଙ୍କ ଉପରକୁ ଆକ୍ରମଣ କରିଥିଲେ।

Advertisment
Firing Firing In Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ