Advertisment

ଟାଙ୍କି ଖୋଲିବା ମାତ୍ରେ ଜଳିଗଲା ବାଇକ୍, ଆଉ ତା ପରେ...

ଟାଙ୍କି ଖୋଲୁ ଖୋଲୁ ଜଳିଗଲା ବାଇକ୍‌ । ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ । ଘଟଣାର ଭିଡିଓଟି ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଦେଖନ୍ତୁ ଏହି ଛାତିଥରା ଭିଡିଓ...

ଅଦ୍ୟତନ ହୋଇଛି
Shocking incident bike tank caught fire nalasopara mumbai

Shocking incident bike tank caught fire nalasopara mumbai

Advertisment

ଟାଙ୍କି ଖୋଲୁ ଖୋଲୁ ଜଳିଗଲା ବାଇକ୍‌ । ମୁମ୍ୱାଇର ନାଲା ସୋପାରା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଲୋମହର୍ଷଣକାରୀ ଘଟଣା । ଘଟଣାର ଭିଡିଓଟି ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

Advertisment

ଜଣେ ଯୁବକ ନିଜ ବାଇକରେ ଲାଗିଥିବା ନିଆଁକୁ ଲାଭାଇବାକୁ ପ୍ରୟାସ କରୁଥିଲେ । ସେହିସମୟରେ ହଠାତ୍‌ ବାଇକ୍‌ରେ ନିଆଁ ଲାଗିଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ନିକଟରେ ଥିବା ଏକ ଅଟୋରେ ମଧ୍ୟ ନିଆଁ ଲାଗିଯାଇଥିଲା ।

Advertisment

ସୂଚନା ଅନୁସାରେ, ଗତକାଲି ମୁମ୍ୱାଇ ନାଲା ସୋପାରାର ହନୁମାନ ରୋଡ୍‌ରେ ଏହି ଅଘଟଣ ଘଟିଛି । ସିଏନ୍‌ଜି ଅଟୋ ସହ ଏକ ବାଇକ୍‌ ଦୁର୍ଘଟଣାଗସ୍ତ ହୋଇଥିଲା । ଫଳରେ ବାଇକର ଟାଙ୍କିରେ ନିଆଁ ଲାଗିଥିଲା । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ବାଇକରେ ଲାଗିଥିବା ନିଆଁକୁ ଲିଭେଇବା ପାଇଁ ପାଣି ପକାଯାଉଥିଲା ସେହି ସମୟରେ ହଠାତ୍‌ ନିଆଁର ପ୍ରକୋପ ଉଗ୍ର ରୂପ ଧାରଣ କରିଥାଲା ।

ଯୁବକ ଜଣକ ନିଜ ବାଇକରେ ଲାଗିଥିବା ନିଆଁକୁ ଲିଭାଇବାକୁ ଚେଷ୍ଟା କରୁଥିବା ସମୟରେ ଟାଙ୍କିର ଠିପି ଖୋଲିଦେଇଥିଲେ । ଯାହା ପରେ ହଠାତ୍‌ ନିଆଁର ପ୍ରକୋପ ବଢ଼ିଥିଲା । ଏମିତିକି ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ପାଖରେ ଥିବା ଏକ ଅଟୋ ମଧ୍ୟ ଜଳିଯାଇଥିଲା । ଯାହା ପରେ ସ୍ଥାନୀୟ ଲୋକେ ନିଆଁକୁ ଆୟତ କରିବାକୁ ଲାଗିପଡିଲେ ।

Advertisment

ଆଶ୍ୱସ୍ତିକର ଖବର ହେଉଛି ଏତେ ଭୟଙ୍କର ଅଗ୍ନିକାଣ୍ଡରେ ଯୁବକ ଜଣକ ଅଳ୍ପକେ ବର୍ତ୍ତିଥିବାବେଳେ ସେ ସାମାନ୍ୟ ଆହତ ହୋଇଛନ୍ତି । ଏହି ଛାତି ଥରାଇବା ଘଟଣାର ଭିଡିଓ ବେଶ୍ ଭାଇରାଲ୍‌ ହେବାରେ ଲାଗିଛି । କିପରି ଭାବରେ ଏକ ସାମାନ୍ୟ କାରଣ ଯୋଗୁଁ ନିଆଁ ଭୟଙ୍କର ରୂପ ଧାରଣ କରିଛି ତାହା ଏହି ଭିଡିଓରେ ସ୍ପଷ୍ଟ ଜଣାପଡୁଛି ।

Shocking Incident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ