Advertisment

ହୋଟେଲ୍‌ରେ ବିଦ୍ରୋହୀ ବିଧାୟକଙ୍କ ରଙ୍ଗିଲା ରହଣି: ରହିବାରେ ୫୬ ଲକ୍ଷ, ଖାଇବାରେ ୮ ଲକ୍ଷ ଟଙ୍କା...

ବିଦ୍ରୋହୀ ବିଧାୟକ ଯେଉଁମାନେ ଉଦ୍ଧବ ସରକାରଙ୍କୁ ବିରୋଧ କରୁଛନ୍ତି, ସେମାନେ ବର୍ତ୍ତମାନ ଆସାମର ଗୌହାଟିରେ ଅଛନ୍ତି। ବର୍ତ୍ତମାନ ସେମାନଙ୍କର ଠିକଣା Radisson Blu ହୋଟେଲ୍‌।

ଅଦ୍ୟତନ ହୋଇଛି
Shiv Sena MLA Guwahati Radisson Blu Hhotel Booking Details

Shiv Sena MLA Guwahati Radisson Blu Hhotel Booking Details

Advertisment

ମହାରାଷ୍ଟ୍ରରେ ମହାସଙ୍କଟ। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଡୁଆ ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ସମର୍ଥକଙ୍କ ସଂଖ୍ୟା ବଢ଼ି ଚାଲିଛି। ସିନ୍ଦେ ଦାବି କରିଛନ୍ତି ଯେ, ଆମ ପାଖରେ ୫୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ସେଥି ମଧ୍ୟରୁ ୩୭ରୁ ଅଧିକ ଶିବସେନା ବିଧାୟକ ଅଛନ୍ତି।’ କହିବାକୁ ଗଲେ ଶିବସେନା ପାର୍ଟି ଏବେ ଦୁଇ ଫାଳ ହୋଇଯାଇଛି। କିଛି ବିଧାୟକ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ବିଧାୟକ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଛନ୍ତି। 

Advertisment

ବିଦ୍ରୋହୀ ବିଧାୟକ ଯେଉଁମାନେ ଉଦ୍ଧବ ସରକାରଙ୍କୁ ବିରୋଧ କରୁଛନ୍ତି, ସେମାନେ ବର୍ତ୍ତମାନ ଆସାମର ଗୌହାଟିରେ ଅଛନ୍ତି। ବର୍ତ୍ତମାନ ସେମାନଙ୍କର ଠିକଣା Radisson Blu ହୋଟେଲ୍‌। ଏହି ବଡ଼ ହୋଟେଲ୍‌ରେ ରହିବା ପାଇଁ ବିଦ୍ରୋହୀ ବିଧାୟକଙ୍କ ଖର୍ଚ୍ଚ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ଏନେଇ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ୭ ଦିନ ପାଇଁ Radisson Blu ହୋଟେଲ୍‌ରେ ରୁମ୍‌ ବୁକିଂ କରାଯାଇଛି। ଯାହାର ଖର୍ଚ୍ଚ ପାଖାପାଖି ୧.୧୨ କୋଟି ଟଙ୍କା। 

ଜାତୀୟ ଗଣମାଧ୍ୟମ ସଂସ୍ଥା Aaj Takର ରିପୋର୍ଟ ଅନୁସାରେ, ଏକନାଥ ସିନ୍ଦେ ଓ ବିଦ୍ରୋହୀ ବିଧାୟକଙ୍କ ଲାଗି ଗୌହାଟି ସ୍ଥିତ Radisson Blu ହୋଟେଲ୍‌ରେ ୭୦ଟି ରୁମ୍‌ ବୁକିଂ କରାଯାଇଛି। ୭ ଦିନ ପାଇଁ ୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ରୁମ୍‌ ବୁକିଂ କରାଯାଇଛି। ଏତ୍‌ଦବ୍ୟତୀତ ଖାଇବା ଓ ଅନ୍ୟାନ୍ୟ ସେବା ପାଇଁ ପ୍ରତ୍ୟେକ ଦିନ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ୭ ଦିନ ପାଇଁ ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଭଳି ଭାବେ ରୁମ୍‌ ବୁକିଂ ଓ ଖାଦ୍ୟକୁ ମିଶାଇ ଖର୍ଚ୍ଚ ପାଖାପାଖି ୧.୧୨ କୋଟି ଟଙ୍କା। 

Advertisment

ଯଦିଓ ସିନ୍ଦେ ଦାବି କରୁଛନ୍ତି ତାଙ୍କ ପାଖରେ ୫୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି, ହେଲେ ପ୍ରକୃତରେ Radisson Blu ହୋଟେଲ୍‌ରେ ସିନ୍ଦେଙ୍କ ସହ କେତେଜଣ ବିଧାୟକ ଅଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। ହେଲେ ଗୋଟିଏ କଥା ସ୍ପଷ୍ଟ ଜଣାପଡ଼ୁଛି ଯେ, ସିନ୍ଦେଙ୍କ ସମର୍ଥକଙ୍କ ସଂଖ୍ୟା ବଢ଼ି ଚାଲିଛି।

Shiv Sena Udhav Thackrey Eknath Shinde Maharashtra Political Crisis Radisson Blu Hotel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ