Advertisment

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ବିଧାୟକ ପତ୍ନୀଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ଶିବସେନା ବିଧାୟକ ମଙ୍ଗେଶ କୁଡାଲକରଙ୍କ ପତ୍ନୀ ରଜନୀ କୁଡାଲକରଙ୍କ ମୃତଦେହ ଗତକାଲି ରାତିରେ ମୁମ୍ବାଇ ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଏହା ଆତ୍ମହତ୍ୟା ବୋଲି ପୋଲିସ୍‌ ସନ୍ଦେହ କରୁଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Shiv Sena MLA's Wife Found Hanging

Shiv Sena MLA's Wife Found Hanging

Advertisment

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ବିଧାୟକ ପତ୍ନୀଙ୍କ ମୃତଦେହ। ଶିବସେନା ବିଧାୟକ ମଙ୍ଗେଶ କୁଡାଲକରଙ୍କ ପତ୍ନୀ ରଜନୀ କୁଡାଲକରଙ୍କ ମୃତଦେହ ଗତକାଲି ରାତିରେ ମୁମ୍ବାଇ ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଏହା ଆତ୍ମହତ୍ୟା ବୋଲି ପୋଲିସ୍‌ ସନ୍ଦେହ କରୁଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଏନେଇ ପୋଲିସ୍‌ ତଦନ୍ତ ଚଳାଇଛି। 

Advertisment

ସୂଚନା ଅନୁସାରେ, କୁର୍ଲାର ନେହରୁ ନଗର ସ୍ଥିତ ଡିଗ୍‌ନିଟି ହାଉସିଂ ସୋସାଇଟିରେ ଥିବା ଫ୍ଲାଟ୍‌ରୁ  ରଜନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ସମୟରେ ମୃତଦେହ ଉଦ୍ଧାର କରାଯାଇଥିବା ନେହରୁ ନଗର ପୋଲିସ୍‌ ସୂଚନା ଦେଇଛି। ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ି ଥିବାବେଳେ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। 

Advertisment

ବିଧାୟକ ମଙ୍ଗେଶଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଏନେଇ ପୋଲିସ୍‌କୁ ତୁରନ୍ତ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠା ଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ୍‌ କହିଛି। ଅନ୍ୟପକ୍ଷେ, ଘଟଣାକୁ ନେଇ Accidental Death Report (ADR) ଅଧୀନରେ ନେହରୁ ନଗର ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 

ଖବର ଲେଖାଯିବା ସୁଦ୍ଧା ପତ୍ନୀଙ୍କ ମୃତ୍ୟୁକୁ ନେଇ ବିଧାୟକ ମଙ୍ଗେଶ କୁଡାଲକର କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। 

Advertisment
Shiv Sena MLA Wife Found Hanging MLA Mangesh Kudalkar Wife Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ