Advertisment

ମୁମ୍ବାଇ ପହଞ୍ଚିଲେ ସିନ୍ଦେ; ମହାରାଷ୍ଟ୍ରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ

ହାରାଷ୍ଟ୍ରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ସରକାର ଗଠନ ନେଇ ଦାବି ଜଣାଇବ ବିଜେପି ।

ଅଦ୍ୟତନ ହୋଇଛି
Shinde lands in Mumbai, to meet Fadnavis, Guv and stake claim to form govt

Shinde lands in Mumbai, to meet Fadnavis, Guv and stake claim to form govt

Advertisment

ମୁମ୍ବାଇ ପହଞ୍ଚିଲେ ଏକନାଥ ସିନ୍ଦେ । ମହାରାଷ୍ଟ୍ରକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ । ଆଉ କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ ଦେବେନ୍ଦ୍ର ଓ ଏକନାଥ ସିନ୍ଦେ । ଏନେଇ ଗୋଆରୁ ମୁମ୍ବାଇ ପହଞ୍ଚିଛନ୍ତି ସିନ୍ଦେ ଓ ତାଙ୍କ କିଛି ବିଧାୟକ । ସୂଚନା ମୁତାବକ ସିନ୍ଦେଙ୍କ ସହ ମାତ୍ର କିଛି ବିଧାୟକ ଆଜି ମୁମ୍ବାଇ ଆସିବେ । ୩୯ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କ ଦିଆଯିବ । ଏହାପରେ ଶପଥ ପାଠ ଦିନ ସମସ୍ତ ବିଧାୟକ ମୁମ୍ବାଇ ଫେରିବେ ବୋଲି ସୂଚନା ମିଳିଛି ।

Advertisment

ତେବେ ଆସନ୍ତା କାଲି ତଥା ୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ ଶପଥ ନେବା ସମ୍ଭାବନା ରହିଛି । ଉଦ୍ଧବଙ୍କ ଇସ୍ତଫା ପରେ ଏକନାଥ ସିନ୍ଦେଙ୍କ ସହ ଫୋନରେ କଥା ହୋଇଛନ୍ତି ଫଡନାଭିସ । ତେବେ ଏ ନେଇ ଆଜି ସେ ସବିଶେଷ ସୂଚନା ଦେବେ ବୋଲି କହିଛନ୍ତି । ସେହିପରି ବିଦ୍ରୋହୀ ଶିବସେନା ବିଧାୟକମାନେ ଗୋଆରୁ ଆଜି ମୁମ୍ବାଇ ଆସିବାର ଥିଲା । ତେବେ ଆଜି ମୁମ୍ବାଇ ନ ଆସିବାକୁ ସେମାନଙ୍କୁ ଅପିଲ୍ କରିଛନ୍ତି ମହାରାଷ୍ଟ୍ର ବିଜେପି ସଭାପତି ।

ସୂଚନା ଅନୁସାରେ, ମହାରାଷ୍ଟ୍ରରେ ୨୦୧୯ରେ ଶାସନ କ୍ଷମତାକୁ ଆସିଥିଲା ମହା ବିକାଶ ଅଘାଡି ସରକାର ଶିବସେନା ।  ଏନସିପି ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଢିଥିଲେ ।  ୨୬ ନଭେମ୍ବର ୨୦୧୯ରେ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଏମଭିଏର ସଭାପତି କରାଯାଇଥିଲା ।  ୨୮ ନଭେମ୍ବର ୨୦୧୯ରେ ସେ ମହାରାଷ୍ଟ୍ରର ୧୯ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ  ।

Advertisment
Maharashtra Politics Maharashtra Political Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ