Advertisment

ମିଡ଼ିଆ ଉପରେ ରାଗିଲେ ଶିଳ୍ପା: ବମ୍ବେ ହାଇକୋର୍ଟରେ ୨୯ କୋଟି ଟଙ୍କାର କଲେ ମାନହାନୀ ମକଦ୍ଦମା

ତେବେ ବମ୍ବେ ହାଇକୋର୍ଟ ଯାଇଛି ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ ମାମଲା। ଏହି ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ବର୍ତ୍ତମାନ ୧୪ ଦିନିଆ ନ୍ୟାୟିକ ହେପାଜତରେ ରହିଥିବା ବେଳେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିଳ୍ପା। ୨୯ ମିଡିଆ ହାଉସ ଉପରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ଅତିରଞ୍ଜିତ ଖବର ପରିବେଷଣର ଅଭିଯୋଗ ଆଣି କ୍ଷତିଭରଣା ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିଛନ୍ତି ଶିଳ୍ପା

ପର୍ଣ୍ଣୋଗ୍ରାଫିକ ଫିଲ୍ମ ତିଆରି କରୁଥିଲେ ଶିଳ୍ପାଙ୍କ ସ୍ୱାମୀ, ଏମିତି ଧରାପଡ଼ିଲେ

shilpa shetty and her husband

Advertisment

ନୂଆଦିଲ୍ଲୀ:ସ୍ୱାମୀ ଜେଲଗଲେ, ଆଉ ପତ୍ନୀ ଗଣମାଧ୍ୟମ ଉପରେ ବିରକ୍ତ ହେଲେ। ପନୋଗ୍ରାଫିକ୍‌ ମାମଲାରେ ସ୍ୱାମୀ ରାଜ୍‌ କୁନ୍ଦ୍ରା ଜେଲ୍‌ରେ ଥିବା ବେଳେ ମିଡିଆ ଉପରେ ବିରକ୍ତ ପ୍ରକାଶ କରିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟି। ସେ ଅଭିଯୋଗ କରିଛନ୍ତି ଯେ, ବିଭିନ୍ନ ଗଣମାଧ୍ୟମରେ ତଥ୍ୟହୀନ ଓ ପ୍ରସଙ୍ଗବିହୀନ ଖବର ପ୍ରସାରଣ କରାଯାଉଛି। ଯାହାଦ୍ୱାରା ତାଙ୍କ ଭାବମୂର୍ତ୍ତି ମଳୀନ ହେଉଥିବା ସେ ଅଭିଯୋଗ କରିଛନ୍ତି। କେବଳ ଗଣମାଧ୍ୟମ ନୁହେଁ ବରଂ ସୋସିଆଲ ସାଇଡ୍‌ ଯଥା, ଇନଷ୍ଟାଗ୍ରାମ୍‌, ଫେସବୁକ ଓ ୟୁଟ୍ୟୁବ୍‌ ଉପରେ ମଧ୍ୟ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ମିଡ଼ିଆ କର୍ମୀ ଓ ସଂସ୍ଥାଙ୍କ ଉପରେ ମାନହାନୀ ମୋକଦ୍ଦମା କରିଛନ୍ତି ଶିଳ୍ପା। ସୂଚନା ଅନୁସାରେ, ୨୫ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି ଶିଳ୍ପା।

Advertisment

ତେବେ ବମ୍ବେ ହାଇକୋର୍ଟ ଯାଇଛି ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ ମାମଲା। ଏହି ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ବର୍ତ୍ତମାନ ୧୪ ଦିନିଆ ନ୍ୟାୟିକ ହେପାଜତରେ ରହିଥିବା ବେଳେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିଳ୍ପା। ୨୯ ମିଡିଆ ହାଉସ ଉପରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ଅତିରଞ୍ଜିତ ଖବର ପରିବେଷଣର ଅଭିଯୋଗ ଆଣି କ୍ଷତିଭରଣା ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିଛନ୍ତି ଶିଳ୍ପା। ଆଜି ବମ୍ବେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ। ବର୍ତ୍ତମାନ ରାଜ କୁନ୍ଦ୍ରା ଓ ତାଙ୍କ ସହଯୋଗୀ ରିଆନ୍ ଥର୍ପେଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତ ୧୯ ତାରିଖରେ ରାଜଙ୍କ ସମେତ ୧୯ ଜଣଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା। ରାଜଙ୍କ ପ୍ରଡକ୍ସନ ହାଉସରେ ପର୍ଣ୍ଣ ଫିଲ୍ମ ସୁଟିଂ ହେଉଥିବାବେଳେ ଲଣ୍ଡନ ଏକ କଂପାନି ଜରିଆରେ ସେ ଏହାକୁ ହଟସଟ୍ସ ନାମକ ଏକ ଆପ୍ଲିକେସନରେ ଅପଲୋଡ଼ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।

Advertisment

ତେବେ ଅଶ୍ଳୀଳ ଭିଡିଓ ତିଆରି କରୁଥିବା ମାମଲାରେ ଜେଲ୍‌ରେ ଥିବା ରାଜ୍‌ କୁନ୍ଦ୍ରାଙ୍କୁ ନେଇ ମିଡ଼ିଆରେ ଜୋରସୋରରେ ଚର୍ଚ୍ଚ ଚାଲୁଛି। ତେଣୁ ଖବର ପ୍ରସାରଣ ସପକ୍ଷରେ ବୋଧୁହୁଏ ଶିଳ୍ପା ନଥିବା କୁହାଯାଇଛି। ସ୍ୱାମୀଙ୍କ ଜେଲ୍‌ ଯିବା ପରେ ମିଡିଆରେ ସ୍ୱାମୀଙ୍କୁ ଓ ତାଙ୍କ ପରିବାରକୁ ଟାର୍ଗେଟ କରି ନାନା କଥା ପ୍ରସାରିତ ହେଉଥିବାରୁ ନ୍ୟାୟଳୟର ଦ୍ୱାରସ୍ଥ ହୋଇଛନ୍ତି ଶିଳ୍ପା। ତାଙ୍କର ଓ ତାଙ୍କ ପରିବାରର ଛବି ଓ ଭାବମୂର୍ତ୍ତିକୁ ଖରାପ କରିବା ପରି ବହୁ ସୋଶାଲ ମିଡିଓ ଓ ୱେବସାଇଟ୍‌ରେ ଷ୍ଟୋରି ଓ ଭିଡିଓ ପୋଷ୍ଟ ହେଉଥିବା ଅଭିଯୋଗ ଆଣିଛନ୍ତି ଶିଳ୍ପା

Bollywood Shilpa Shetty Raj Kundra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ