ବଞ୍ଚିଛନ୍ତି ଶୀନା ବୋରା ! ସିବିଆଇକୁ ଚିଠି ଲେଖି ଖୋଜିବାକୁ କହିଲେ ଇନ୍ଦ୍ରାଣୀ ମୁଖାର୍ଜୀ

୨୦୧୨ରେ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଲେ । ହେଲେ ଶୀନା ବୋରା ବଞ୍ଚିଥିବା କହୁଛନ୍ତି ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ । ସିବିଆଇକୁ ଏକ ଚିଠିରେ ଲେଖି କହୁଛନ୍ତି, ଶୀନା ବୋରା ବଞ୍ଚିଛି।

Indrani Mukerjea

 ନିଜ ହାତରେ ଝିଅକୁ ମାରି ନୂଆ ଷଡ଼ଯନ୍ତ୍ର କରୁଛନ୍ତି କି ଇନ୍ଦ୍ରାଣୀ ମୁଖାର୍ଜୀ ? ଚର୍ଚ୍ଚିତ ଶୀନା ବୋରା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏକ ବଡ଼ ଦାବି କରିଛନ୍ତି । ତାଙ୍କ ଝିଅ ଶୀନା ବୋରା ଜୀବନ୍ତ ଅଛି ଏବଂ କାଶ୍ମୀରରେ ଅଛନ୍ତି ବୋଲି ଇନ୍ଦ୍ରାଣୀ ମୁଖାର୍ଜୀ ଦାବି କରିଛନ୍ତି । ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ ।

ସିବିଆଇକୁ ଲେଖିଥିବା ଏକ ଚିଠିରେ ଇନ୍ଦ୍ରାଣୀ ମୁଖାର୍ଜୀ ଦାବି କରିଛନ୍ତି, ସେ ଜେଲରେ ଜଣେ ମହିଳାଙ୍କୁ ଭେଟିଥିଲେ । ମହିଳା ଜଣକ କାଶ୍ମୀରରେ ଶୀନା ବୋରାଙ୍କୁ ଭେଟିଥିବା କଥା କହିଥିଲେ । ସିବିଆଇ ଏବେ କାଶ୍ମୀରରେ ଶୀନା ବୋରାଙ୍କୁ ଖୋଜିବା ଉଚିତ ବୋଲି ସେ କହିଛନ୍ତି ।

୨୦୧୨ରେ ଶିନା ବୋରାଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଶିନା ବୋରାଙ୍କ ମା’ ଇନ୍ଦ୍ରାଣୀ ମୁଖାର୍ଜୀ । ୨୦୧୫ ମସିହାରୁ ଇନ୍ଦ୍ରାଣୀ ମୁମ୍ବାଇର ବାଇକୁଲ୍ଲା ଜେଲରେ ବନ୍ଦ ଅଛନ୍ତି । ଗତ ମାସରେ ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଇନ୍ଦ୍ରାଣୀ ବର୍ତ୍ତମାନ ଜାମିନ ପାଇଁ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି କୁହାଯାଉଛି ।

ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଡ୍ରାଇଭର ଶ୍ୟାମବରର ରାୟଙ୍କୁ ବନ୍ଧୁକ ସହ ଗିରଫ କରିବା ପରେ ​​ ଶୀନା ବୋରା ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଥିଲା । ପଚରାଉଚରା ବେଳେ ଅନ୍ୟ ଏକ ମାମଲାରେ ଜଡିତ ଥିବା ସହ ଏକ ହତ୍ୟାକାଣ୍ଡର ସାକ୍ଷୀ ବୋଲି କହିଥିଲେ ।

୨୦୧୨ରେ ଇନ୍ଦ୍ରାଣୀ ମୁଖାର୍ଜୀ ଶୀନା ବୋରାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା କଥା ଶ୍ୟାମବର୍ ମୁମ୍ବାଇ ପୋଲିସକୁ କହିଥିଲେ । ଇନ୍ଦ୍ରାଣୀ ଶୀନାଙ୍କୁ ଭଉଣୀ ବୋଲି କହୁଥିଲେ । ଶୀନା ବୋରା ହେଉଛନ୍ତି ଇନ୍ଦ୍ରାଣୀଙ୍କ ପ୍ରଥମ ଝିଅ, ଯିଏ ମୁମ୍ବାଇରେ ଏକ ଦେବା ପାଇଁ ବ୍ଲାକମେଲ କରୁଥିଲେ ।

ଇନ୍ଦ୍ରାଣୀ ମୁଖାର୍ଜୀ ତାଙ୍କ ଝିଅ ଶୀନା ଏବଂ ପୁଅ ମିଖାଇଲଙ୍କୁ ଛାଡିଦେଇଥିବା ଯାଂଚରୁ ଜଣାପଡ଼ିଥିଲା । ମିଡିଆ ଏଜୁକ୍ୟୁଟିଭ୍ ପିଟର ମୁଖାର୍ଜୀଙ୍କ ସହ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଫଟୋ ଛପିବା ପରେ ଶୀନା ତାଙ୍କ ମା ବିଷୟରେ ଜାଣିବାକୁ ପାଇଥିଲେ।

ଏହା ପରେ ଶୀନା ବୋରା ମୁମ୍ବାଇ ଆସିଥିଲେ । ଆଉ ମା’ଇନ୍ଦ୍ରାଣୀ ଶୀନାଙ୍କୁ ତାଙ୍କ ଭଉଣୀ ବୋଲି କହି ସମସ୍ତଙ୍କ ସହ ପରିଚିତ କରାଉଥିଲେ । ଏପରିକି ତାଙ୍କ ସ୍ୱାମୀ ପିଟର ମୁଖାର୍ଜୀଙ୍କୁ ମଧ୍ୟ ଏହା କହିଥିଲେ । କିନ୍ତୁ ୨୦୧୨ରେ ଶୀନା ଉଭାନ୍ ହୋଇ ଯାଇଥିଲେ । ପରେ ରାହୁଲ ମୁଖାର୍ଜୀ (ପିଟର ମୁଖାର୍ଜୀଙ୍କ ପ୍ରଥମ ପତ୍ନୀଙ୍କ ପୁଅ) ଶୀନାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ । ରାହୁଲ ଏବଂ ଶିନା ଉଭୟ ଉଭୟଙ୍କୁ ଭଲ ପାଉଥିଲେ ।

୨୦୧୫ରେ ଘଟଣା ସାମ୍ନାକୁ ଆସିଥିଲା । ଇନ୍ଦ୍ରାଣୀ ମୁମ୍ବାଇର ବାନ୍ଦ୍ରାଠାରେ ଶୀନାଙ୍କୁ ତଣ୍ଟି ଚିପି ହତ୍ୟା କରିବା ସହ ତାଙ୍କ ମୃତଦେହକୁ ରାଇଗଡ ଜିଲ୍ଲାରେ ପୋତି ଦେଇଥିଲେ ବୋଲି ଜଣାପଡ଼ିଥିଲା । ଏହାସହ ସେତେବେଳେ ଶୀନା ବୋରାଙ୍କ ମୃତଦେହ ମଧ୍ୟ ମିଳିଥିବା ଅନୁସନ୍ଧାନକାରୀ ସଂସ୍ଥା ଦାବି କରିଥିଲା । ତେବେ ଇନ୍ଦ୍ରାଣୀ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।