Advertisment

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସ ନେତା ଶଶୀ ଥରୁର, ହେଲେ କାହିଁକି?

ଟ୍ୱିଟ୍‌ କରି ଶଶୀ ଥରୁର ଲେଖିଛନ୍ତି, ମୁଁ ସବୁବେଳେ ସରକାରଙ୍କ ପ୍ରଶଂସା କରେ ଯେତେବେଳେ ବା ଯେଉଁ ସମୟରେ ସେ ପ୍ରଶଂସା ପାଇବାର ଯୋଗ୍ୟ। କୋୱିନ୍‌କୁ ଅନେକ ସମାଲୋଚନା କରୁଛନ୍ତି କିନ୍ତୁ ଏହା ଦ୍ୱାରା କିଛି ତ ଭଲ ନିଶ୍ଚିତ ହୋଇଛି। 90131 51515 ନମ୍ବରରେ ମେସେଜ୍‌ କରିବା ପରେ ହ୍ୱାଟ୍ସଆପ୍‌ରେ ହିଁ ସାର୍ଟିଫିକେଟ୍‌ ମିଳିବ। ଏହା କରିବା ଦ୍ୱାରା ଲୋକମାନେ ଅତି ସରଳ ଭାବରେ ଭ୍ୟାକ୍ସିନେସନ୍‌ର ସାର୍ଟିଫିକେଟ୍‌ ପାଇଯିବେ ବୋଲି ଶଶୀଥରୁର କହିଛନ୍ତି। ଜାନୁଆରୀରୁ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟାରେ କୋୱିନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଏହି ପ୍ଲାର୍ଟଫର୍ମ ପାଇଁ ଭ୍ୟାକ୍ସିନେସନ୍‌ ପ୍ରକ୍ରିୟା ଅତି ସହଜ ହୋଇଥିବା ନେଇ ଶ୍ରୀଥରୁର କହିଛନ୍ତି

ଅଦ୍ୟତନ ହୋଇଛି
ଶଶି ଥରୁରଙ୍କ ନାଁରେ ଗିରଫ ପରୱାନା

Shashi Tharoor at Parliament

Advertisment

ନୂଆଦିଲ୍ଲୀ: ପୁଣି ଥରେ ମୋଦି ସରକାରଙ୍କୁ ପ୍ରଶଂସା କରି ଚର୍ଚ୍ଚାରେ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର। କରୋନା ମହାମାରୀ ଦେଶରେ ଯେପରି କାୟା ବିସ୍ତାର କରିଚାଲିଛି ତାହାକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ଖାସ୍‌ କରି କୋୱିନ୍‌ ପ୍ଲାର୍ଟଫର୍ମରେ ଯେମିତି କାମ ହେଉଛି ତାହାକୁ ନେଇ କେନ୍ଦ୍ରକୁ ସେ ପ୍ରଶଂସା କରୁଛନ୍ତି। କେନ୍ଦ୍ର ସରକାର କହିଥିଲେ କି ଏବେ ହ୍ୱାଟ୍ସଆପ୍‌ରେ ହିଁ କରୋନା ଭ୍ୟାକ୍ସିନେସନ୍‌ର ସାର୍ଟିଫିକେଟ୍‌ ମିଳିବ। ଆଉ ତାହାକୁ ନେଇ ଶଶୀ ଟ୍ୱିଟ୍‌ କରିବା ସହ ମୋଦିଙ୍କୁ ପ୍ରଶଂସା କରିଛନ୍ତି।

Advertisment

ଟ୍ୱିଟ୍‌ କରି ଶଶୀ ଥରୁର ଲେଖିଛନ୍ତି, ମୁଁ ସବୁବେଳେ ସରକାରଙ୍କ ପ୍ରଶଂସା କରେ ଯେତେବେଳେ ବା ଯେଉଁ ସମୟରେ ସେ ପ୍ରଶଂସା ପାଇବାର ଯୋଗ୍ୟ। କୋୱିନ୍‌କୁ ଅନେକ ସମାଲୋଚନା କରୁଛନ୍ତି କିନ୍ତୁ ଏହା ଦ୍ୱାରା କିଛି ତ ଭଲ ନିଶ୍ଚିତ ହୋଇଛି। 90131 51515 ନମ୍ବରରେ ମେସେଜ୍‌ କରିବା ପରେ ହ୍ୱାଟ୍ସଆପ୍‌ରେ ହିଁ ସାର୍ଟିଫିକେଟ୍‌ ମିଳିବ। ଏହା କରିବା ଦ୍ୱାରା ଲୋକମାନେ ଅତି ସରଳ ଭାବରେ ଭ୍ୟାକ୍ସିନେସନ୍‌ର ସାର୍ଟିଫିକେଟ୍‌ ପାଇଯିବେ ବୋଲି ଶଶୀଥରୁର କହିଛନ୍ତି। ଜାନୁଆରୀରୁ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟାରେ କୋୱିନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଏହି ପ୍ଲାର୍ଟଫର୍ମ ପାଇଁ ଭ୍ୟାକ୍ସିନେସନ୍‌ ପ୍ରକ୍ରିୟା ଅତି ସହଜ ହୋଇଥିବା ନେଇ ଶ୍ରୀଥରୁର କହିଛନ୍ତି। ଏହାରି ମାଧ୍ୟମରେ ଭ୍ୟାକ୍ସିନ୍‌ ବୁକିଂ ହୋଇପାରୁଛି। କେବଳ ଏତିକି ନୁହେଁ ବରଂ ଏହା ଅନ୍ୟ ଦେଶର ଆପ୍‌ ଅପେକ୍ଷା ଅଧିକ ସକ୍ରିୟ ଓ ଫଳପ୍ରଦ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଥିବା ସେ କହିବା ସହ ପାଖାପାଖି ୫୦ କୋଟି ଲୋକ ଭ୍ୟାକ୍ସିନ୍‌ ନେଇ ସାରିଥିବା ସେ କହିଛନ୍ତି।

Advertisment

କଂଗ୍ରେସ ନେତା ଶଶୀ ଥରୁର ସବୁବେଳେ ମୋଦି ସରକାରର କାମକୁ ନେଇ ଟ୍ୱିଟ୍‌ କରନ୍ତି। କେତେବେଳେ ସରକାରକୁ କଟାକ୍ଷ କରନ୍ତି ତ ଆଉ କେତେବେଳେ ପ୍ରଶଂସା ମଧ୍ୟ କରନ୍ତି। ଏବେ ନୁହେଁ ବରଂ ଏହା ପୂର୍ବରୁ ଅନେକ ଥର କେନ୍ଦ୍ର ସରକାରକୁ ସେ ପ୍ରଶଂସା କରିଛନ୍ତି। ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି କି ସରକାର ଦେଶର। ପ୍ରତ୍ୟେକ ବ୍ୟକ୍ତି ସରକାରକୁ ପ୍ରଶଂସା କରିପାରିବେ ଓ କଟାକ୍ଷ ମଧ୍ୟ କରିପାରିବେ। ଯେତେବେଳେ କୌଣସି ଭଲ କାମ କରାଯାଉଛି ତାହାର ପ୍ରଶଂସା ନିହାତି କରିବା ଦରକାର ଆଉ ଯଦି କୌଣସି ତ୍ରୁଟି ନଜରକୁ ଆସୁଛି ତେବେ ସମାଲୋଚନା କରିବାରେ ପଛଘଂଉଚା ଦେବାର ଆବଶ୍ୟକତା ନଥିବା ସେ କହିଛନ୍ତି। ତେବେ ଶଶୀଙ୍କ ଟ୍ୱିଟ୍‌କୁ ନେଇ ଏବେ ଚର୍ଚ୍ଚା ଚାଲିଛି।

Shashi Tharoor NarendraModi Congress Delhi Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ