Advertisment

ଖୋଲିବ କି ମୁସେଓ୍ୱାଲାଙ୍କ ହତ୍ୟାକାଣ୍ଡ ଗୁମର ? ପୂର୍ବ ଶତ୍ରୁତା ନା ପଛରେ ରହିଛି ଅନ୍ୟ କିଛି କାରଣ ?

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ହତ୍ୟା ଘଟଣା, ଧରାପଡ଼ିଲା ସାର୍ପସୁଟର ହରକମଲ ରାନୁ

ଅଦ୍ୟତନ ହୋଇଛି
Sidhu Moose Wala

Sidhu Moose Wala

Advertisment

ଖୋଲିବକି ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ୱାଲାଙ୍କ ହତ୍ୟାକାଣ୍ଡର ରାଜ୍? ଜେଲ ହାଜତକୁ ଯିବେ କି ହତ୍ୟାକାଣ୍ଡରେ ସାମିଲ ସବୁ ଅଭିଯୁକ୍ତ । ମାମଲାରେ ସାର୍ପ ସୁଟର ହରକମଲ ରାନୁ ପୋଲିସ ହାତରେ ଲାଗିବା ପରେ ଅନ୍ୟ ହତ୍ୟାକାରୀ ଧରାପଡିବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି । କୁହାଯାଉଛି ମେ ୨୯ରେ ମୁସେଓ୍ୱାଲାଙ୍କ ଗାଡି ଉପରକୁ ଗୁଳିଚାଳନା କରିଥିବା ୮ ଅଭିଯୁକ୍ତଙ୍କ ମଧ୍ୟରେ ଥିଲା ହରକମଲ । ତେବେ ପୋଲିସ ତାକୁ ଗିରଫ କରିନି ବରଂ ତାଙ୍କୁ ପୋଲିସ ହାତରେ ଦିଆଯାଇଥିବା ହରକମଲଙ୍କ ପରିବାର ଦାବି କରିଛି । ସେ ଯାହା ହେଉ ନା କାହିଁ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ହରକମଲ ମାଧ୍ୟମ ହେବ ବୋଲି କୁହାଯାଉଛି । ପୂର୍ବରୁ ମେ ୩୧ ତାରିଖରେ ପଞ୍ଜାବ ପୋଲିସ ମନପ୍ରୀତ୍ ସିଂହ ନାମକ ଜଣେ ଯୁବକକୁ ଗିରଫ କରିଥିଲା । ସେ ହତ୍ୟାକାରୀଙ୍କୁ ଗାଡି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Advertisment

କଣ ପାଇଁ ଜଣେ ଲୋକପ୍ରିୟ ସିଙ୍ଗରଙ୍କର କରାଗଲା ହତ୍ୟା ? ପୂର୍ବ ଶତ୍ରୁତା ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ ? ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ଲାଗି ରହିଛି । ସିଦ୍ଧୁ ମୁସେଓ୍ୱାଲା ହତ୍ୟାକାଣ୍ଡ ଗ୍ୟାଙ୍ଗଓ୍ୱାରର ପରିଣାମ ବୋଲି କହିଛି ପୋଲିସ । ଯୁବ ଅକାଳୀ ନେତା ଭିକି ମିଦୁକେରା ହତ୍ୟା ମାମଲାରେ ସିଦ୍ଧୁ ମୁସେଓ୍ୱାଲାଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲା । ଏହାକୁ ନେଇ କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଓ ଜେଲରେ ଥିବା ଡନ୍ ଲରେନ୍ସ ବିଷ୍ଣୋଇର ସହଯୋଗୀ ମୁସେଓ୍ୱାଲାଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଏହା ରିଭେଞ୍ଜ କିଲିଂ ବୋଲି କହିଛି ପୋଲିସ ।

ଲୋକପ୍ରିୟ ସିଙ୍ଗର ଶୁଭଦୀପ ସିଂହ ସିଦ୍ଧୁ ପଞ୍ଜାବ ମନସା ଜିଲ୍ଲାରେ ନିଜ ପୈତୃକ ଗାଁକୁ ଯାଇଥିବା ବେଳେ ଦୁର୍ବୃତ୍ତ ତାଙ୍କ ଗାଡି ଉପରକୁ ଅନ୍ଧାଧୁନ ଗୁଳିଚାଳନା କରିଥିଲେ । ତାଙ୍କ ଶରୀରରେ ୧୯ଟି ଗୁଳି ବାଜିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି । ଜୀବନକୁ ବିପଦ ଦୃଷ୍ଟିରୁ ମୁସେଓ୍ୱାଲାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ମାତ୍ର ହତ୍ୟାକାଣ୍ଡର ଦିନକୁ ପୂର୍ବରୁ ପଞ୍ଜାବ ଆପ୍ ସରକାର ମୁସେଓ୍ୱାଲା ସମେତ ୪୨୩ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଥିଲା ।

Advertisment

ମୁସେଓ୍ୱାଲାଙ୍କ ହତ୍ୟା ପଛରେ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ପୂର୍ବରୁ ପୋଲିସ ସ୍ପଷ୍ଟ କରିଥିଲା । ଏସଂପର୍କରେ ପଚରା ଉଚରା ଲାଗି ଗତ ମାସ ୩୧ ତାରିଖରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ତାକୁ ତାହିର ଜେଲରୁ ୫ ଦିନିଆ ରିମାଣ୍ଡରେ ନେଇଥିଲା । ଗତକାଲି ତାର ରିମାଣ୍ଡ ସରୁଥିବା ବେଳେ ପୋଲିସ ତାକୁ ଆଉ ୧୦ ଦିନରେ ରିମାଣ୍ଡରେ ନେଇପାରେ ।

Punjab Singer Murder Sidhu Moosewala Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ