IAS Tina Dabi: ଲାଜ ଲାଗୁଛି ତ ମୋ ପାଖକୁ ଆସ... କାହିଁକି ଏପରି କହିଲେ ଟିନା

ବର୍ତ୍ତମାନ ସେ ରାଜସ୍ଥାନର ବାରମର୍ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ଯୋଜନା ‘ମରୁ ଉଡାନ୍’ ପାଇଁ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ।

IAS Tina Dabi

ଆଇଏଏସ୍‌ ଟିନା ଡାବି । ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା ନାଁଟିଏ । ସେ ୟୁପିଏସ୍‌ସି ପରୀକ୍ଷାରେ ଟପ୍ପର ହେବା ଦିନରୁ ଆଜି ଯାଏଁ ଚର୍ଚ୍ଚାରେ ରହି ଆସିଛନ୍ତି । କୌଣସି ନା କୌଣସି କାରଣରୁ ସେ ମିଡ଼ିଆ କିମ୍ୱା ଲାଇମ୍ ଲାଇଟ୍‌ରୁ କେବେ ମଧ୍ୟ ଦୂରେଇ ଯାଇନାହାନ୍ତି । ଅନେକ ସମୟରେ ନ୍ୟୁଜ ହେଡଲାଇନ୍‌ର ମୁଖ୍ୟ ବିଷୟବସ୍ତୁ ପାଲଟିଛନ୍ତି ଆଇଏଏସ୍‌ ଟିନା ଡାବି ।

ବର୍ତ୍ତମାନ ସେ ରାଜସ୍ଥାନର ବାରମର୍ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ଯୋଜନା ‘ମରୁ ଉଡାନ୍’ ପାଇଁ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ଉକ୍ତ ଅଞ୍ଚଳର ମହିଳାମାନଙ୍କ ପାଇଁ ସେ କାମ ଆରମ୍ଭ କରିଛନ୍ତି । ଲିଙ୍ଗ ସମ୍ବନ୍ଧୀୟ ସମସ୍ୟା ଏବଂ ମହିଳାମାନଙ୍କ ସମ୍ମୁଖୀନ ହେଉଥିବା ସାମାଜିକ-ଅର୍ଥନୈତିକ ପରିସ୍ଥିତିକୁ ସମାଧାନ କରିବା ପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି ।

ଅଧିକ ପଢ଼ନ୍ତୁ: ଅଣାୟତ୍ତ ଦିଲ୍ଲୀ: କମୁନି ବାୟୁ ପ୍ରଦୂଷଣ...ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ

ଏହି ମିଶନ ମାଧ୍ୟମରେ ସେ ମହିଳା ଏବଂ ଝିଅମାନଙ୍କୁ ମାନସିକ, ଶାରୀରିକ ଏବଂ ଆର୍ଥିକ ଦୃଷ୍ଟିରୁ ସଚେତନ କରାଉଛନ୍ତି । ଏଥିପାଇଁ ସେ ଉକ୍ତ ଅଞ୍ଚଳରେ ଥିବା ମହିଳାମାନଙ୍କ ସହ ନିରନ୍ତର ଯୋଗାଯୋଗ ମଧ୍ୟ ରଖୁଛନ୍ତି । ଏହି ସମୟରେ, ସେ ମହିଳାମାନଙ୍କୁ କହିଥିଲେ ଯଦି ସେମାନେ ନିଜ ଅସୁସ୍ଥତାକୁ ପରିବାର କିମ୍ବା ପିତାମାତାଙ୍କ ସହ ବାଣ୍ଟିବାକୁ ଲଜ୍ଜା ଅନୁଭବ କରୁଛନ୍ତି, ତେବେ ସେମାନେ ସିଧାସଳଖ ତାଙ୍କ ନିକଟକୁ ଆସିପାରିବେ । ଏନେଇ ସେ ମହିଳାମାନଙ୍କୁ ପୂରା ଭରସା ଦେଇଛନ୍ତି ।

ଯେକୌଣସି ପରିସ୍ଥିତି ସହ ଯେକୌଣସି ସମୟରେ ସେ ସାହାଯ୍ୟ କରିବେ ବୋଲି ମହିଳାମାନଙ୍କୁ ଆଶ୍ୱାସନା ଦେଇଛନ୍ତି । ଫଳରେ IAS ଟିନାଙ୍କ ଏହି ପଦକ୍ଷେପ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ଢାଞ୍ଚାରେ ‘ମରୁ ଉଡାନ୍’ କାର୍ଯ୍ୟ କରୁଛି । ଏନେଇ ପଦକ୍ଷେପ ଗତ ନଭେମ୍ବର ୧୨ ତାରିଖରେ ନିଆଯାଇଥିଲା ।

ତେବେ ଏହି କାର୍ଯ୍ୟକ୍ରମ ଅନୁଯାୟୀ, ୧୨ ରୁ ୨୮ ନଭେମ୍ବର ମଧ୍ୟରେ ୩୦୦୦ ରୁ ଅଧିକ ମହିଳା ୧୨ ଟି ବ୍ଲକ୍‌ରେ ଅଂଶଗ୍ରହଣ କରିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏଥି ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୫୩୮ ମହିଳାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇସାରିଛି । ଏହି ପରୀକ୍ଷାରେ ମହିଳାମାନଙ୍କର ରକ୍ତହୀନତା ଏବଂ କ୍ୟାଲସିୟମ ଅଭାବ ଥିବା ଦେଖିବାକୁ ମିଳିଥିଲା ।

ଆଇଏଏସ୍ ଟିନା କହିଛନ୍ତି ଯେ ଲଜ୍ଜା ହେତୁ ମହିଳାମାନେ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ବିଷୟରେ ଖୋଲାଖୋଲି ଭାବରେ କହିବାକୁ ଅସମର୍ଥ ବା ସେମାନେ କହିବାକୁ ଚାହାନ୍ତିନାହିଁ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଛୋଟ ଛୋଟ ଗୋଷ୍ଠୀ ଗଠନ କରି ଏ ସମ୍ପର୍କିତ କର୍ମଶାଳାମାନ ଆୟୋଜନ କରୁଛି ।

ଅଧିକ ପଢ଼ନ୍ତୁ: ୨୦୦୦ ଟଙ୍କିଆ ନୋଟ୍‌ ନେଇ ଆସିଲା ବଡ଼ ଅପଡେଟ୍; ଜାଣନ୍ତୁ, ଏବେ କେମିତି ବଦଳାଇବେ