Advertisment

ବଦଳିବ କି ଜାତୀୟ ରାଜନୀତିର ଚିତ୍ର? ଅମିତ୍‌ ଶାହାଙ୍କୁ ଭେଟିଲେ ଶରଦ ପାୱାର

ଏଠାରେ କହିରଖୁଛୁ ଯେ, ଗତ ମାସରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ଭେଟିଥିଲେ ଶରଦ ପାୱାର। ସେତେବେଳେ ଉଭୟ ନେତାଙ୍କ ମଧ୍ୟରେ ପାଖାପାଖି ୧ ଘଂଟା ଧରି ଆଲୋଚନା ହୋଇଥିଲା। କେବଳ ଚର୍ଚ୍ଚା ହୋଇଥିଲା ତାହା ନୁହେଁ ବରଂ କୁହାଯାଉଥିଲା ଯେ, ମହାରାଷ୍ଟ୍ରରେ ଖୁବଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆଉ ଏବେ ପୁଣି ଥରେ ଅମିତ୍‌ ଶାହାଙ୍କୁ ଭେଟିଛନ୍ତି ଶରଦ

ଅଦ୍ୟତନ ହୋଇଛି
ବଦଳିବ କି ଜାତୀୟ ରାଜନୀତିର ଚିତ୍ର? ଅମିତ୍‌ ଶାହାଙ୍କୁ ଭେଟିଲେ ଶରଦ ପାୱାର

sharad-pawar-meeting-with-amit-shah

Advertisment

ମୁମ୍ବାଇ: ଜାତୀୟ ରାଜନୀତିରେ ପୁଣି ଥରେ ଚର୍ଚ୍ଚାରେ ଏନସିପି ନେତା ଶରଦ ପାୱାର। କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହାଙ୍କୁ ଭେଟିବା ପରେ ଶରଦଙ୍କୁ ନେଇ ସରଗରମ ହୋଇଛି ଜାତୀୟ ରାଜନୀତି। ଉଭୟଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହୋଇଛି। କୁହାଯାଉଛି ମହାରାଷ୍ଟ୍ରରେ ହୋଇଥିବା ଭୟଙ୍କର ବନ୍ୟା ସମ୍ପର୍କରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏଠାରେ କହିରଖୁଛୁ ଯେ, ଏବେ ଶ୍ରୀ ଶାହା ଗୃହମନ୍ତ୍ରୀ ଥିବା ସହ ଜାତୀୟ କୋ-ଅପରେସନ୍‌ ମନ୍ତ୍ରୀ ମଧ୍ୟ ରହିଛନ୍ତି। ତେଣୁ ଶରଦ ତାଙ୍କୁ ଭେଟିଥିବା ନେଇ ଦଳୀୟ ନେତା କହିଛନ୍ତି। କିଛିଦିନ ତଳେ ମହାରାଷ୍ଟ୍ରରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ବେହାଲ ହୋଇଥିଲା ମହାରାଷ୍ଟ୍ର। ଆଉ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ତେଣୁ ରାଜ୍ୟ ସରକାର ମହାରାଷ୍ଟ୍ରବାସୀଙ୍କ ପାଇଁ ୧୧ ହଜାର ୫୦୦ କୋଟି ଟଙ୍କାର ପ୍ୟାକେଜ୍‌ ମଧ୍ୟ ଘୋଷଣା କରିଛନ୍ତି।

Advertisment

ଏଠାରେ କହିରଖୁଛୁ ଯେ, ଗତ ମାସରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ଭେଟିଥିଲେ ଶରଦ ପାୱାର। ସେତେବେଳେ ଉଭୟ ନେତାଙ୍କ ମଧ୍ୟରେ ପାଖାପାଖି ୧ ଘଂଟା ଧରି ଆଲୋଚନା ହୋଇଥିଲା। କେବଳ ଚର୍ଚ୍ଚା ହୋଇଥିଲା ତାହା ନୁହେଁ ବରଂ କୁହାଯାଉଥିଲା ଯେ, ମହାରାଷ୍ଟ୍ରରେ ଖୁବଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆଉ ଏବେ ପୁଣି ଥରେ ଅମିତ୍‌ ଶାହାଙ୍କୁ ଭେଟିଛନ୍ତି ଶରଦ। ଗୋଟିଏ ପଟେ ଦେଶର ସବୁ ବିରୋଧୀ ଦଳ ଗୁଡ଼ିକ ଏକତ୍ରୀତ ହୋଇ ମୋଦି ସରକାରଙ୍କୁ ହରଣ ଘଣାରେ ପକାଇବାକୁ ଉଦ୍ୟମ କରୁଥିବା ବେଳେ ଶରଦ ପାୱାର ପୁଣି ଥରେ ଅମିତ୍‌ ଶାହାଙ୍କୁ ଭେଟିଛନ୍ତି ଯାହାକୁ ନେଇ ଜାତୀୟ ରାଜନୀତିରେ ହଲଚଲ୍‌ ସୃଷ୍ଟି ହୋଇଛି।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ସକାଳ ସାଢେ ୯ଟା ରେ ବିରୋଧୀ ଦଳର ନେତାମାନଙ୍କୁ ରାହୁଲ ଗାନ୍ଧୀ ଜଳଖିଆ ଖାଇବା ଲାଗି ନିମନ୍ତ୍ରଣ କରିଥିଲେ। ଆଉ ଏହାପରେ ଗୃହମନ୍ତ୍ରୀଙ୍କୁ ଭେଟିଥିଲେ ଶରଦ। ପାଖାପାଖି ୧୪ ବିରୋଧୀ ଦଳ ରାହୁଲଙ୍କୁ ଭେଟିଥିଲେ ଆଉ ଯେଉଁଥିଲେ ଏନସିପି ମଧ୍ୟ ସାମିଲ ହୋଇଥିଲା। ପେଗାସସ୍‌ ମାମଲାରେ କେମିତି ବିରୋଧୀମାନେ ଏକାଠି ହେବେ ଆଉ ସରକାରଙ୍କୁ ଘେରିବେ ସେଥିଲାଗି ରାହୁଲ ଚେଷ୍ଟା କରୁଛନ୍ତି। ସୂଚନା ଅନୁସାରେ, ପେଗାସସ୍‌ ମାମଲାରେ ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରୁଛନ୍ତି ଯେଉଁଥି ପାଇଁ ଗୃହ ସଠିକ୍‌ ଭାବରେ ଚାଲିପାରୁନାହିଁ। ସ୍ଥିତି ଏମିତି ହୋଇଥିଲା ଯେ, ରାଜ୍ୟସଭା ସାଂସଦ ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ କାଗଜ ଛଡ଼ାଇ ନେଇଥିଲେ ବିରୋଧୀ। ଅବଶ୍ୟ ପରେ ନିଲମ୍ବନ ହୋଇଥିଲେ। ଆଉ ଏହାରି ମଧ୍ୟରେ ପେଗାସସ୍‌ ମାମଲାରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଲେଣି ବିରୋଧୀ।

BJP Delhi Maharashtra Politics NCP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ