Repo Rate
ପୁଣି ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ଫଳରେ ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରା ନୀତି ଘୋଷଣା କରିଛି। ଆର.ବି.ଆଇ ମନିଟାରୀ ପଲିସି କମିଟି ସଦସ୍ୟ ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି।
କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟରେ ପରିବର୍ତ୍ତନ କରାଯାଇନାହିଁ । ଗତ ବର୍ଷ ଫେବୃଆରୀରେ ଶେଷ ଥର ପାଇଁ ରେପୋ ରେଟ୍ ପରିବର୍ତ୍ତନ ହୋଇଥିଲା। ଏହା ପରଠାରୁ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ମୁଦ୍ରାସ୍ଫିତୀକୁ ନିୟନ୍ତ୍ରଣରେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ରେପୋ ହାରରେ କୌଣସି ପରିବର୍ତ୍ତନ ନହେବା କାରଣରୁ ଘର ଏବଂ କାର ଲୋନ୍ ସମେତ ସମସ୍ତ ପ୍ରକାରର ଲୋନର EMI ପୂର୍ବ ପରି ସମାନ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Repo_Rate_1712301479.jpg)